Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ବିରାଟ କୋହଲିଙ୍କ ଫଟୋ ଟ୍ୱିଟ୍ କଲା ପିସିବି, ସୋସିଆଲ ମିଡିଆରେ ପ୍ରଶଂସାର ସୁଅ…

25/10/2021 at 12:22 PM

ନୂଆଦିଲ୍ଲୀ, ୨୫/୧୦:  ଭାରତୀୟ ଟିମ୍ ଟି୨୦ ବିଶ୍ୱକପ ମୁକାବିଲାର ପ୍ରଥମ ମୁକାବିଲାରେ ପାକିସ୍ତାନଠୁ ପରାସ୍ତ ହୋଇଛି । ରବିବାର ଦୁବାଇରେ ଆୟୋଜିତ ଏହି ମହାମୁକାବିଲାରେ ଭାରତକୁ ୧୦ ଓ୍ୱିକେଟରେ ମାତ୍ ଦେଇଛି ପାକିସ୍ତାନ । ଏହା ବିଶ୍ୱକପ ଇତିହାସରେ ଭାରତ ବିରୋଧରେ ପାକ୍‌ର ପ୍ରଥମ ବିଜୟ ।

ମ୍ୟାଚ୍ ଶେଷ ହେବା ପରେ ଉଭୟ ଦଳର ଖେଳାଳି ଖେଳୁଆଡ ମନୋଭାବ ଦେଖାଇଥିଲେ । ପରସ୍ପର ସହ ହାତ ମିଳାଇଥିଲେ । ଯାହା କୋଟି କୋଟି ପ୍ରଶଂସକଙ୍କ ହୃଦୟ ଜିତିନେଇଛି । ପାକିସ୍ତାନ କ୍ରିକେଟ ବୋର୍ଡ ମଧ୍ୟ ଏକ ଫଟୋ ସେୟାର କରି ଅଧିନାୟକ କୋହଲିଙ୍କ ପ୍ରଶଂସା କରିଛି ।

ପିସିବି ଫଟୋ ଟ୍ୱିଟ୍ କରି ଲେଖିଛି ଯେ, ଏହା ହେଉଛି ଖେଳୁଆଡ ମନୋବୃତ୍ତି । ତେବେ ସୋସିଆଲ ମିଡିଆର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ କୋହଲି ବିପକ୍ଷ ଦଳର ଅଧିନାୟକ ବାବର ଆଜମ ଓ ରିଜଓ୍ୱାନଙ୍କୁ ଶୁଭେଚ୍ଛା ଜଣାଉଥିବା ନଜର ଆସିଛି । ସେମାନଙ୍କୁ କୋହଲି ଆଲିଙ୍ଗନ ମଧ୍ୟ କରିଥିଲେ ।

ସୂଚନାଯୋଗ୍ୟ, ମୁକାବିଲାରେ ଭାରତ ପ୍ରଥମେ ବ୍ୟାଟିଂ କରି ୭ ଓ୍ୱିକେଟ୍ ବିନିମୟରେ ୧୫୧ ରନ୍ କରିଥିଲା । କୋହଲି ୪୯ ବଲରୁ ୫୭ ରନ କରିଥିଲେ । ଋଷଭ ପନ୍ତ ୩୯ ରନ୍ କରିଥିଲେ । ଜବାବରେ ପାକିସ୍ତାନ ବିନା କୌଣସି ଓ୍ୱିକେଟ୍ ହରାଇ ବିଲୟ ଲକ୍ଷ୍ୟ ହାସଲ କରିନେଇଥିଲା ।  

   Related Posts