କେବେ ଫେରିବ ବିରାଟଙ୍କ ଫର୍ମ ? ସୁପର୍ ଓଭର ବିଜୟ ପରେ ବି ନ୍ୟୁଜିଲାଣ୍ଡ ଗସ୍ତରୁ ଆଜି ଯାଏଁ ରନ୍ ମେସିନଙ୍କ ବ୍ୟାଟ୍ ଗର୍ଜି ପାରିନି

Published By : Prameya-News7 Bureau | September 29, 2020 IST

ଦୁବାଇ, ୨୯ ।୦୯:   ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟସମ୍ୟାନ୍ ଭାବେ ପରିଚିତ ୩୧ ବର୍ଷୀୟ ବିରାଟ କୋହଲି ରନ୍ ମେସିନ୍ ନାଁରେ ଅନେକ ରେକର୍ଡ ଭାଙ୍ଗିଛନ୍ତି । ଏପରିକି ନୂଆ କୀର୍ତ୍ତିମାନ ସ୍ଥାପନା କରିଛନ୍ତି । କିନ୍ତୁ ଆଇପିଏଲ ୨୦୨୦ରେ ତାଙ୍କ ବ୍ୟାଟ୍‌ରୁ ସେପରି କିଛି ଖାସ୍ ଇନିଂସ ଦେଖିବାକୁ ମିଳିନାହିଁ । ଯାହାକୁ ନେଇ କୋହଲିଙ୍କୁ ସମାଲୋଚନା କରାଯାଉଛି ।

ଆଇପିଏଲର ସବୁଠାରୁ ଦାମୀ ଖେଳାଳି ତଥା ଆରସିବିର ଅଧିନାୟକ କୋହଲି ଏହି ସିଜିନରେ ଏବେସୁଦ୍ଧା ଫ୍ଲପ୍ ହୋଇଛନ୍ତି । ୧୭ କୋଟିର ଏହି ବ୍ୟାଟସମ୍ୟାନ୍ ଗତ ତିନୋଟି ଇନିଂସରେ ମାତ୍ର୧୮ ରନ୍ କରିଛନ୍ତି । ପ୍ରଥମ ମ୍ୟାଚରେ ୧୪, ଦ୍ୱିତୀୟରେ ୧ ଓ ତୃତୀୟ ମ୍ୟାଚରେ ୩ରନ୍ କରିଛନ୍ତି । ସୋମବାର ମୁମ୍ବାଇ ବିପକ୍ଷ ମ୍ୟାଚରେ ସେ ତିନି ରନ୍ କରିଥିଲେ । ରାହୁଲ ଚହରଙ୍କ ବଲରେ ସେ ରୋହିତ ଶର୍ମାଙ୍କ ଦ୍ୱାରା କ୍ୟାଚ୍ ଆଉଟ ହୋଇଥିଲେ ।

କୋହଲି ନିଜ ଫର୍ମ ଗତ ନ୍ୟୁଜିଲାଣ୍ଡ ଗସ୍ତରୁ ହରାଇଛନ୍ତି । ଜାନୁଆରୀରୁ-ମାର୍ଚ୍ଚ ମଧ୍ୟରେ ଖେଳାଯାଇଥିବା ତିନୋଟି ସିରିଜରେ ସେ ଭଲ ଖେଳିପାରି ନଥିଲେ। ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜରେ ସେ ୨୬.୨୫ ଆଭରେଜରେ ୧୦୫ ରନ୍ କରିଥିଲେ । ସେହିପରି ଦିନିକିଆରେ ୨୫ ଆଭରେଜରେ ୭୫ ରନ୍ କରିଥିଲେ । ଟେଷ୍ଟ ସିରିଜରେ ସେ ମାତ୍ର ୩୮ ରନ୍ ହିଁ ସ୍କୋର୍ କରିଥିଲେ ।

ଭାରତୀୟ ଦଳର ଅନ୍ୟ ବ୍ୟାଟସମ୍ୟାନଙ୍କୁ ଦେଖିଲେ କେଏଲ ରାହୁଲ ଓ ମୟଙ୍କ ଅଗ୍ରଓ୍ୱାଲ ଆକର୍ଷଣୀୟ ବ୍ୟାଟିଂ କରୁଛନ୍ତି । ସେପଟେ ରୋହିତ କିନ୍ତୁ ହିଟମ୍ୟାନ୍ ଭାବେ ନଜର ଆସିନାହାଁନ୍ତି । ସେ ଖେଳିଥିବା ତିନୋଟି ଇନିଂସରୁ ଦୁଇଟିରେ ଭଲ ଖେଳି ନାହାଁନ୍ତି । କିନ୍ତୁ ଗୋଟିଏ ପାଳିରେ ସେ ୮୦ ରନ୍ କରିଥିଲେ । ସୋମବାର ବାଙ୍ଗାଲୋର ଆରସିବି ବିପକ୍ଷ ମ୍ୟାଚରେ ସେ ମାତ୍ର ୮ ରନ୍ କରିଥିଲେ । ସେହିପରି ଉଦଘାଟନୀ ମ୍ୟାଚରେ ୧୨ ରନ୍ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.