କୋହଲି କହିଲେ- ଧୋନୀଙ୍କୁ ମେଣ୍ଟର ରୂପେ ପାଇ ଖୁସି କିନ୍ତୁ ନୂଆ କୋଚ୍‌ଙ୍କୁ ନେଇ କୌଣସି ସୂଚନା ନାହିଁ

Published By : Prameya-News7 Bureau | October 16, 2021 IST

ଦୁବାଇ ୧୬/୧୦: ଟି-୨୦ ବିଶ୍ବକପ୍‌ ପାଇଁ ଟିମ୍‌ ଇଣ୍ଡିଆ ପ୍ରସ୍ତୁତ । ରବିବାରଠୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଯାଉଥିବା ବେଳେ ବିରାଟ ବାହିନୀ ନିଜର ପ୍ରଥମ ମୁକାବିଲା​‌ରେ ଅକ୍ଟୋବର ୨୪ରେ ପାକିସ୍ତାନକୁ ଭେଟିବ। ଏହା ପୂର୍ବରୁ ଟିମ୍‌ର ଅଧିନାୟକ ବିରାଟ କୋହଲି ମେଣ୍ଟର ଧୋନୀଙ୍କୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି। ଧୋନୀ ରହିଲେ ମନୋବଳ ବଢ଼ିବ ବୋଲି କୋହଲି କହିଛନ୍ତି। ତାଙ୍କୁ ପାଇ ଆମେ ଖୁସି ଅଛୁ।

ମାହିଙ୍କ ଅଧିନାୟକତ୍ବରେ ଟିମ୍‌ ଇଣ୍ଡିଆ ୨୦୦୭ରେ ଟି-୨୦ ବିଶ୍ବକପ୍‌ ଫାଇନାଲ୍‌ ଜିତିଥିଲା।  ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ବକପ୍‌ ପାଇଁ ଧୋନୀଙ୍କୁ ମେଣ୍ଟର ବାଛିଛି ବିସିସିଆଇ। ବିରାଟ କୋହଲି ଆହୁରି ମଧ୍ୟ କହିଛନ୍ତି, ‘ମହେନ୍ଦ୍ର ସିଂହ ଧୋନୀଙ୍କ ପାଖରେ ଅନୁଭବ ଅଛି। ଧୋନୀ ନିଜେ ମଧ୍ୟ ବହୁତ ଖୁସି ଅଛନ୍ତି। ସେ ସର୍ବଦା ଆମ ପାଇଁ ମେଣ୍ଟର ଥିଲେ। କ୍ୟାରିୟର ଆରମ୍ଭରୁ ବଡ଼ ଟୁର୍ଣ୍ଣାମେଣ୍ଟ ଖେଳୁଥିବା ଯୁବ ଖେଳାଳିଙ୍କ ପାଇଁ ବହୁତ ଲାଭ ହେବ। ସେ ଆସିଥିବାରୁ ମୁଁ ଖୁସି ଅଛି। ତାଙ୍କ ଯୋଗୁଁ ଆତ୍ମବିଶ୍ବାସ ଏବଂ ମନୋବଳ ବଢ଼ିବ।’

ଅନ୍ୟପଟେ ରାହୁଲ ଦ୍ରାବିଡଙ୍କୁ ଦଳର ନୂଆ କୋଚ ଭାବେ ଦାୟିତ୍ବ ମିଳିଛି। ଏହା ଉପରେ କୋହଲି କହିଛନ୍ତି, ନୂଆ କୋଚ ନିଯୁକ୍ତିକୁ ନେଇ କଣ ବିଚାର ହେଉଛି ସେନେଇ ମୋ ପାଖରେ କୌଣସି ସୂଚନା ନାହିଁ। ଏନେଇ ମୁଁ କାହା ସହ ଆଲୋଚନା କରି ନାହିଁ। ଏବେ ଓ୍ବାର୍ଲଡ କପ୍‌ ଜିତିବା ଆମର ଏକମାତ୍ର ଲକ୍ଷ ବୋଲି କହିଛନ୍ତି କ୍ୟାପ୍ଟେନ କୋହଲି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.