Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ପ୍ରଶଂସକଙ୍କ ଆଶା ପୂରଣ କଲେ କୋହଲି, ଷ୍ଟାଡିୟମରେ କଲେ ଦମଦାର୍ ଡ୍ୟାନ୍ସ : ଭିଡିଓ ଭାଇରାଲ

7/12/2021 at 10:08 AM

ନୂଆଦିଲ୍ଲୀ, ୦୭/୧୨:  ଫ୍ୟାନ୍ସଙ୍କ ଇଚ୍ଛା ପୂରଣ କଲେ କୋହଲି । ଷ୍ଟାଡିୟମରେ ନାଚିଲେ । ପ୍ରଶଂସକ ବି ଖୁସ୍ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଓ୍ୱାଙ୍ଖଡେ ଟେଷ୍ଟରେ ।  ନାଚ କରି ଫ୍ୟାନ୍ସଙ୍କ ଆଶା ପୂରଣ କଲେ କିଙ୍ଗ୍ ବିରାଟ୍ ।

ମୁମ୍ବାଇ ଟେଷ୍ଟର ତୃତୀୟ ଦିନରେ ଏପରି କିଛି ଦେଖିବାକୁ ମିଳିଥିଲା । ଏହା ସେତେବେଳେ ହୋଇଥିଲା ଯେତେବେଳେ ନ୍ୟୁଜିଲାଣ୍ଡ ଟିମ୍ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରୁଥିଲା । ବିରାଟ ସ୍ଲିପରେ ଫିଲ୍ଡିଂ କରୁଥିଲେ । ବିରାଟଙ୍କୁ ଦେଖି ଟିମ୍ ଇଣ୍ଡିଆର ପ୍ରଶଂସକମାନେ ବଲିଉଡ୍ ଫିଲ୍ମ ରାମ ଲକ୍ଷ୍ମଣର ଗୀତ ଓ୍ୱାନ୍ ଟୁ କା ଫୋର ଗାଇବାକୁ ଲାଗିଥିଲେ । ଏହାସହ କୋହଲିଙ୍କୁ ଡ୍ୟାନ୍ସ କରିବାକୁ ଅନୁରୋଧ କରିଥିଲେ । କୋହଲି ମଧ୍ୟ ପ୍ରଶଂସକଙ୍କୁ ନିରାଶ କରିନଥିଲେ । ସେ ବି ଧୁମ୍ ନାଚିଥିଲେ ।

କୋହଲିଙ୍କ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ପ୍ରଶଂସକମାନେ କୋହଲିଙ୍କ ଡ୍ୟାନ୍ସର ପ୍ରଶଂସା ମଧ୍ୟ କରୁଛନ୍ତି ।

ସୂଚନାଯୋଗ୍ୟ, ମୁମ୍ବାଇ ଟେଷ୍ଟରେ ଭାରତ ନ୍ୟୁଜିଲାଣ୍ଡକୁ ୩୭୨ ରନରେ ପରାସ୍ତ କରିଥିଲା । ଏହାସହ ସିରିଜକୁ ମଧ୍ୟ ୧-୦ରେ ଜିତି ନେଇଥିଲା ।

   Related Posts