କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି...ଦେଖନ୍ତୁ ଭିଡିଓ

Published By : Prameya-News7 Bureau | January 20, 2022 IST

ନୂଆଦିଲ୍ଲୀ ୨୦/୦୧:  ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆରେ ବିରାଟ କୋହଲିଙ୍କ ଉପରେ ଥିଲା ଦର୍ଶକଙ୍କ ନଜର । ଗତ ସପ୍ତାହରେ ସେ ଟେଷ୍ଟରେ ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ । ମୁକାବିଲାରେ ବିରାଟ ୫୧ ରନ୍ କରିଥିଲେ ବି ଶତକୀୟ ଇନିଂସ ଖେଳି ପାରିନଥିଲେ ।

ମୁକାବିଲାରେ କୋହଲିଙ୍କ ଆକ୍ରମଣାତ୍ମକ ଅନ୍ଦାଜ ଦେଖିବାକୁ ମିଳିଥିଲା । ଯେଉଁଥିରେ ଦର୍ଶକଙ୍କୁ ବିରାଟଙ୍କ କ୍ୟାପ୍ଟେନସିପ୍ ମନେ ପଡି ଯାଇଥିଲା । ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ବେଳେ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା ।

wp:html /wp:html

ସୂଚନାନୁସାରେ, ଦକ୍ଷିଣ ଆଫ୍ରିକାର ଅଧିନାୟକ ଟେମ୍ବା ବାଭୁମା ବ୍ୟାଟିଂ କରୁଥିଲେ । ୩୬ ତମ ଓଭରରେ ବୋଲିଂ ପାଇଁ ଆସିଥିଲେ ୟୁଜବେନ୍ଦ୍ର ଚହଲ । ଚହଲଙ୍କ ବଲରେ ବାଭୁମା ଏକ ସଟ୍ ଖେଳିଥିଲେ । ବଲକୁ ଧରି ପକାଇଥିଲେ କୋହଲି । ଏହାସହ ଷ୍ଟ୍ରାଇକର୍ ଏଣ୍ଡକୁ ଥ୍ରୋ କରିଥିଲେ ।

ବିରାଟଙ୍କ ଥ୍ରୋ ବାଭୁମାଙ୍କ ଶରୀର ପାଖରେ ଅତିକ୍ରମ କରିଥିଲା । ଏହାପରେ ବାଭୁମା କୋହଲିଙ୍କୁ କିଛି କହିଥିଲେ । ଚୁପ୍ ରହିନଥିଲେ ବିରାଟ । ଆକ୍ରମଣାତ୍ମକ ଅନ୍ଦାଜରେ କିଛି କହୁଥିବା ନଜର ଆସିଥିଲେ । ସୋସିଆଲ ମିଡିଆରେ ଏହି ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି ।

ନିକଟରେ ଟେଷ୍ଟ ସିରିଜରେ ମଧ୍ୟ ଉଭୟ ଦଳର ଖେଳାଳି ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଥିଲା । ଜସପ୍ରିତ ବୁମରାହ ଓ ମାର୍କୋ ଜନସେନଙ୍କ ମଧ୍ୟରେ କଥା କଟାକଟି ଚର୍ଚ୍ଚାରେ ରହିଥିଲା । ଡିଆରଏସ ବିବାଦକୁ ନେଇ ମଧ୍ୟ ଭାରତୀୟ କ୍ରିକେଟର୍ କ୍ରୋଧ ଜାହିର କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.