ସୋସିଆଲ ମିଡିଆରେ କୋହଲିଙ୍କ ନୂଆ କୀର୍ତ୍ତିମାନ, ରୋନାଲ୍ଡୋଙ୍କ କ୍ଲବରେ ହେଲେ ସାମିଲ

Published By : Prameya-News7 Bureau | March 02, 2021 IST

ନୂଆଦିଲ୍ଲୀ, ୦୧|୩ (ଏଜେନ୍ସି):  ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ସୋସିଆଲ୍‌ ମିଡିଆ ଇନ୍‌ଷ୍ଟାଗ୍ରାମ୍‌ରେ ଆଉଏକ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ପ୍ରଥମ ଏସୀୟ ସେଲିବ୍ରିଟି ଓ ପ୍ରଥମ କ୍ରିକେଟର ଭାବେ ୧୦୦ ମିଲିୟନ (୧୦କୋଟି) ଅନୁଗାମୀ କ୍ଲବ୍‌ରେ ସାମିଲ ହୋଇଛନ୍ତି ।

wp:html /wp:html

ଏଥିସହ ସେ ପପ୍‌ ଷ୍ଟାର୍‌ ଡେମି ଲୋଭୋଟୋ (୯୫ମିଲିୟନ) ଏବଂ ସ୍ପାନିଶ୍‌ ଫୁଟବଲ୍‌ କ୍ଲବ୍‌ ରିୟଲ ମାଦ୍ରିଦ (୯୫ମିଲିୟନ) ଓ ବାର୍ସେଲୋନା (୯୪)କୁ ପଛରେ ପକାଇ ଦେଇଛନ୍ତି । ଏସୀୟ ସେଲିବ୍ରିଟି ଭାବେ ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା (୬୦.୮ ମିଲିୟନ) ଦ୍ୱିତୀୟ ଏବଂ ଶ୍ରଦ୍ଧା କପୁର (୫୮ମିଲିୟନ) ତୃତୀୟ ସ୍ଥାନରେ ରହିଛନ୍ତି ।

ଇନ୍‌ଷ୍ଟାଗ୍ରାମ୍‌ରେ ସବୁଠୁ ଲୋକପ୍ରିୟ ସେଲିବ୍ରିଟି ହେଉଛନ୍ତି ପର୍ତ୍ତୁଗାଲ୍‌ର ଷ୍ଟାର୍‌ ଫୁଟବଲ୍‌ର କ୍ରିଷ୍ଟିଆନୋ ରୋନାଲ୍ଡୋ । ତାଙ୍କର ୨୬୬ ମିଲିୟନ ଅନୁଗାମୀ ରହିଛନ୍ତି । ସେହିପରି ଆମେରିକାର ପ୍ରସିଦ୍ଧ ଗାୟିକା ଆରିୟାନା ଗ୍ରାଣ୍ଡେ (୨୨୪ମିଲିୟନ) ଦ୍ୱିତୀୟ, ବାର୍ସେଲୋନା ଅଧିନାୟକ ଲିଓନେଲ ମେସି (୧୮୭ମିଲିୟନ) ତୃତୀୟ ସ୍ଥାନରେ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.