ବାରବାଟୀ ଦିନିକିଆ : ଟିମ୍ ଇଣ୍ଡିଆର ପ୍ଲେଇଙ୍ଗ ଇଲେଭେନ୍‌ରେ ହୋଇପାରେ ପରିବର୍ତ୍ତନ, ଦଳକୁ ଫେରିବେ ୟୁଜବେନ୍ଦ୍ର ଚହଲ !

Published By : Prameya-News7 Bureau | December 22, 2019 IST

କଟକ ୨୨।୧:  କଟକ ବାରବାଟୀରେ ହେବ ବିଗ୍ ଫାଇଟ୍ । ସନଡେରେ ଖେଳାଯାଉଛି ସିରିଜ୍ ଡିସାଇଡର୍ । ପୂର୍ବରୁ ଉଭୟ ଟିମ୍ ସିରିଜରେ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଥିବାରୁ ବାରବାଟୀରେ ହେବ ନିର୍ଣ୍ଣାୟକ ଲଢ଼େଇ । ବାରବାଟୀ ମୁକାବିଲାରେ କାକର ଉଭୟ ଦଳ ପାଇଁ ଚିନ୍ତାର କାରଣ ହେବ ବୋଲି ଭାରତୀୟ ଯୁବ ତାରକା ଶ୍ରେୟସ୍ ଆୟର ସ୍ବୀକାର କରିଛନ୍ତି। ଶୀତ ଦିନରେ କଟକରେ ରାତିରେ ପ୍ରବଳ କାକର ପଡ଼ୁଥିବାରୁ ଟସ୍‌ର ଗୁରୁତ୍ବ ବଢ଼ିଯିବ। କ୍ରିକେଟ୍ ସମୀକ୍ଷକଙ୍କ ଅନୁସାରେ ଯେଉଁ ଦଳ ଟସ୍ ଜିତିବ, ସିଏ ପ୍ରଥମେ ବୋଲିଂ କରିବାକୁ ଚାହିଁବ।

ଆଜିର ମ୍ୟାଚ୍ ସିରିଜର ନିର୍ଣ୍ଣାୟକ ମ୍ୟାଚ୍ ରହିଛି । ଯେଉଁ ଦଳ ମ୍ୟାଚ୍ ଜିତିବ ସେହି ଦଳ ସିରିଜ କବଜା କରିବ । ଏମିତି ପରିସ୍ଥିତିରେ ଭାରତ ଦୁଇ ଜଣ ଦ୍ରୁତ ବୋଲର ଦଳରେ ସାମିଲ ନାହାନ୍ତି । ଭୁବନେଶ୍ବର କୁମାର ପୂର୍ବରୁ ବାଦ୍ ପଡିଥିଲା ବେଳେ ବିଶାଖାପାଟଣାରେ ଆହତ ହୋଇ ଦୀପକ ଚହର ମଧ୍ୟ ଦଳରୁ ଦୂରେଇ ଯାଇଛନ୍ତି। ଭାରତ ଦୁଇ ଜଣ ଦ୍ରୁତ ବୋଲରଙ୍କୁ ଖେଳାଇଲେ ନଭଦୀପ ସଇନି ଓ ସାର୍ଦୁଲ ଠାକୁରଙ୍କ ମଧ୍ୟରୁ ଜଣେ ଚୂଡ଼ାନ୍ତ ଦଳରେ ସ୍ଥାନ ପାଇବେ। ୟୁଜବେନ୍ଦ୍ର ଚହଲଙ୍କ ଖେଳିବାର ସମ୍ଭାବନା ରହିଛି।

ସମ୍ଭାବ୍ୟ ଭାରତ ଦଳ : ରୋହିତ ଶର୍ମା, ଲୋକେଶ ରାହୁଲ, ବିରାଟ କୋହଲି (ଅଧିନାୟକ), ଶ୍ରେୟସ୍ ଆୟର, ଋଷବ ପନ୍ତ, କେଦାର ଯାଦବ, ରବୀନ୍ଦ୍ର ଜାଦେଜା, କୁଲଦୀପ ଯାଦବ, ମହମ୍ମଦ ସାମି, ନଭଦୀପ ସଇନି, ସାର୍ଦୁଲ ଠାକୁର/ୟୁଜବେନ୍ଦ୍ର ଚହଲ।

ଅନ୍ୟପେଟ ୱେଷ୍ଟଇଣ୍ଡିଜ୍ ଦଳରେ ବଡ ଧରଣର ପରିବର୍ତ୍ତନ ଆଶା କମ୍ ରହିଛି। ତଥାପି ଲେଗ୍ ସ୍ପିନର ହେଡେନ୍ ୱାଲ୍ସଙ୍କ ସ୍ଥାନରେ ଖାରି ପିଏରେ ଖେଳିପାରନ୍ତି। କାରଣ ବିଶାଖାପାଟଣାରେ ୱାଲ୍ସ ମାତ୍ର ୫ ଓଭର ବୋଲିଂ କରିଥିଲେ।

ସମ୍ଭାବ୍ୟ ୱେ‌ଷ୍ଟଇଣ୍ଡିଜ୍ ଦଳ : ଏଭିନ ଲୁଇସ୍, ସାଇ ହୋପ୍, ସିମରନ୍ ହେଟମେୟର, ରସ୍ତନ ଚେଜ୍, ନିକୋଲାସ ପୂରନ, କିରଣ ପୋଲା‌ର୍ଡ (ଅଧିନାୟକ), ଜାସନ ହୋଲ୍ଡର, କିମୋ ପଲ୍, ଆଲଜେରି ଯୋଶେଫ, ଖରି ପିଏରେ ‌ସେଲଡନ୍ କଟ୍ରେଲ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.