ବିରାଟ, ଧୋନୀ କିମ୍ବା ରୋହିତ ଶର୍ମା, ମାଇକେଲ ଭନ୍ କହିଲେ କାହା ନେତୃତ୍ଵରେ ଖେଳିବାକୁ ଚାହିଁବେ IPL

Published By : Prameya-News7 Bureau | May 28, 2021 IST

ଇଂଲଣ୍ଡ ୨୮।୦୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ରେ ସବୁଠୁ ସଫଳ ଅଧିନାୟକ ହେଉଛନ୍ତି ରୋହିତ ଶର୍ମା ଓ ମହେନ୍ଦ୍ର ସିଂହ ଧୋନୀ। ରୋହିତଙ୍କ ଅଧିନାୟକତ୍ଵରେ ମୁମ୍ବାଇ ଇଣ୍ଡିଆନ୍ସ ରେକର୍ଡ ପାଞ୍ଚ ଥର ଆଇପିଏଲ ଟ୍ରଫ ଜିତିଛି। ଅନ୍ୟପଟେ ଧୋନୀ ଚେନ୍ନାଇ ସୁପର  କିଙ୍ଗ୍ସକୁ ତିନି ଥର ବିଜେତା କରାଇଛନ୍ତି। କିନ୍ତୁ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କ ଅଧିନାୟକ ଭାବେ ଆଇପିଏଲରେ କିଛି ଖାସ୍ ରେକର୍ଡ ନାହିଁ। ସେ ତାଙ୍କ ଅଧିନାୟକତ୍ଵରେ ଥରୁଟିଏ ମଧ୍ୟ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଟ୍ରଫି  ଜିତାଇ ପାରି ନାହାନ୍ତି। ଏହା ମଧ୍ୟରେ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ୍ ଭନ ଆଇପିଏଲରେ ଧୋନୀ, ରୋହିତ ଏବଂ କୋହଲିଙ୍କ ମଧ୍ୟରୁ କାହା ଅଧିନାୟକତ୍ଵରେ ଖେଳିବାକୁ ପସନ୍ଦ କରିବେ ବୋଲି କହିଛନ୍ତି।

କ୍ରିକଟ୍ରାକଟର ସହ ସ୍ଵତନ୍ତ୍ର ସାକ୍ଷାତକାରରେ ଯେବେ ମାଇକଲ୍ ଭନଙ୍କୁ ପ୍ରଶ୍ନ କରାଗଲା ଯେ, ଆପଣ ଆପଇିଏଲରେ କାହା ନେତୃତ୍ଵରେ ଖେଳିବାକୁ ପସନ୍ଦ କରିବେ। ଭନ କହିଛନ୍ତି, ନିସନ୍ଦେହରେ ରୋହିତ ଶର୍ମାଙ୍କ ଅଧିନାୟକତ୍ଵରେ ଖେଳିବାକୁ ଚାହିଁବି। ମୁମ୍ବାଇ ଇଣ୍ଡିଆନ୍ସ ବିଶ୍ଵର ଶ୍ରେଷ୍ଠ ଟି-୨୦ ଦଳ। ରୋହିତ ଜଣେ ଚମତ୍କାର ଅଧିନାୟକ। ସେ ଶାନ୍ତର ସହ ଦଳକୁ ପରିଚାଳନା କରନ୍ତି। ସେ ଚତୁରତାର ସହ ରଣନୀତି ପ୍ରସ୍ତୁତ କରିଥାନ୍ତି। ତେଣୁ ମୁଁ ନିଜକୁ ରୋହତିଙ୍କ ଦଳରେ ରଖିବାକୁ ଚାହିଁବି। ରୋହିତଙ୍କ ଅଧିନାୟକତ୍ଵରେ ମୁମ୍ବାଇ ଇଣ୍ଡିଆନ୍ସ ୨୦୨୦ରେ ଦିଲ୍ଲୀ କ୍ୟାପିଟାଲ୍ସ ହରାଇ ପଞ୍ଚମ ଥର ଟାଇଟଲ୍ ଜିତିଥିଲା।

ରୋହିତଙ୍କ ପରେ ଆଇପିଏଲରେ ସବୁଠୁ ସଫଳ ଅଧିନାୟକ ହେଉଛନ୍ତି ମହେନ୍ଦ୍ର ସିଂହ ଧୋନୀ। ତାଙ୍କ ନେତୃତ୍ଵରେ ଚେନ୍ନାଇ ସୁପରକିଙ୍ଗ୍ସ ତିନି ଥର ଆଇପିଏଲ ଚମ୍ପିଆନ ହୋଇଛି। ତାଙ୍କ ନେତୃତ୍ଵରେ ଦଳ ୨୦୧୦ ଓ ୨୦୧୧ରେ କ୍ରମାଗତ ଟାଇଟଲ୍  ହାସଲ କରିଥିଲା। ୨୦୧୮ରେ ଦଳ ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରତ୍ୟାବର୍ତନ କରି ଚମ୍ପିଆନ ହୋଇଥିଲା। ଆଇପିଏଲ ୨୦୧୯ର ଫାଇନାଲ ମ୍ୟାଚ୍‌ରେ ମୁମ୍ବାଇ ଚେନ୍ନାଇକୁ ମାତ୍ର ୧ ରନରେ ହରାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.