କ୍ୟାପଟେନ୍ ପଦ ଛାଡିବା ପରେ କୋହଲିଙ୍କ ଟେଷ୍ଟ ରାଙ୍କିଙ୍ଗ୍‌ରେ ସୁଧାର, ଟପ୍-୧୦କୁ ଫେରିଲେ ବୁମରା

Published By : Prameya-News7 Bureau | January 19, 2022 IST

ନୂଆଦିଲ୍ଲୀ ୧୯।୦୧: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜ୍ ସଂପନ୍ନ ହୋଇ ସାରିଛି। ଏହା ପରେ ଆଇସିସି ପକ୍ଷରୁ ବୁଧବାର ସଦ୍ୟତମ ଟେଷ୍ଟ ମାନ୍ୟତା ଜାରି କରାଯାଇଛି। ଏଥିରେ ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି ଦୁଇଟି ସ୍ଥାନ ଉପରକୁ ଉଠି ଟେଷ୍ଟ ବ୍ୟାଟସମ୍ୟାନ ମାନ୍ୟତାରେ ସପ୍ତମ ସ୍ଥାନରେ ପହଞ୍ଚିଛନ୍ତି।

କୋହଲି ଅଧିନାୟକ ଭାବେ ନିଜର ଅନ୍ତିମ ଟେଷ୍ଟରେ ୭୯ ଏବଂ ୨୯ ରନର ଇନିଂସ ଖେଳିଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟର ଦ୍ଵିତୀୟ ଇନିଂସରେ ଅପରାଜିତ ଶତକ ଅର୍ଜନ କରିଥିବା ଋଷଭ ପନ୍ତ ୧୦ଟି ସ୍ଥାନ ଉନ୍ନତି ଘଟାଇ ୧୪ମରେ ପହଞ୍ଚି ଯାଇଛନ୍ତି। କେପଟାଉନ୍ ଟେଷ୍ଟରେ ଛଅଟି ଓ୍ଵିକେଟ୍ ନେଇଥିବା ଦ୍ରୁତ ବୋଲର ଯଶପ୍ରୀତ ବୁମରା ଶୀର୍ଷ ୧୦କୁ ଫେରିଛନ୍ତି।

wp:html /wp:html

ସେହି ପରି ୭୨ ଏବଂ ୮୨ ରନର ଇନିଂସ ଖେଳି ଦକ୍ଷିଣ ଆଫ୍ରିକା ବିଜୟରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା କିଗନ ପିଟରସନ ୬୮ ସ୍ଥାନ ଲମ୍ଫ ମାରି ୩୩ତମ ସ୍ଥାନରେ ପହଞ୍ଚି ଯାଇଛନ୍ତି। ପିଟରସନ ସିରିଜ୍‌ରେ ସର୍ବାଧିକ ୨୭୬ ରନ କରି ସର୍ବଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଛନ୍ତି। ସେ ସିରିଜ୍ ଆରମ୍ଭରୁ ୧୫୮ ତମ ମାନ୍ୟତାରେ ଥିଲେ।

ତେମ୍ବା ବାଭୁମା  ବ୍ୟାଟିଂ ମାନ୍ୟତାରେ ସାତୋଟି ସ୍ଥାନ ଉପରକୁ ଉଠି ୨୮ତମ ଏବଂ ରସି ଭାନ ଡର ଡସେନ ୧୨ଟି ସ୍ଥାନ ଉନ୍ନତି ଘଟାଇ ୪୩ତମ ସ୍ଥାନରେ ପହଞ୍ଚିଛନ୍ତି। ଭାନ ଡର ଡସନେ ୧୨ଟି ସ୍ଥାନ ଉପରକୁ ଉଠି ୪୩ତମ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଦ୍ରୁତ  ବୋଲର କାଗିସୋ ରାବଡା ଏବଂ ଲୁଙ୍ଗି ଏନଗିଡି ଯଥାକ୍ରମେ ତୃତୀୟ ଏବଂ ୨୧ମ ସ୍ଥାନରେ ପହଞ୍ଚିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.