Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ଆଉଟ ହେବା ପରେ ରାଗିଗଲେ କୋହଲି, ଚେୟାରକୁ ବ୍ୟାଟ୍‌ରେ ପିଟିଦେଲେ, ଭିଡିଓ ଭାଇରାଲ

15/04/2021 at 10:53 AM

ଚେନ୍ନାଇ, ୧୫/୪:    ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକ ବିରାଟ କୋହଲି ନିଜର ଆକ୍ରମଣାତ୍ମକ ସ୍ୱଭାବକୁ ନେଇ ସଦାବେଳେ ଚର୍ଚ୍ଚାରେ ରହିଥାନ୍ତି । ଚଳିତ ଆଇପିଏଲରେ ମଧ୍ୟ କୋହଲିଙ୍କର ଏପରି ସ୍ୱଭାବ ଦେଖିବାକୁ ମିଳିଛି । ଫଳରେ ତାଙ୍କୁ ଆଚାର ସଂହିତା ଉଲଙ୍ଘନ ଆଧାରରେ ଦୋଷୀ ସାବ୍ୟସ୍ତ କରାଯାଇଛି ।

ବୁଧବାର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ କୋହଲି ଆଉଟ ହେବା ପରେ ଖୁବ୍ ରାଗି ଯାଇଥିଲେ । ଏହାକୁ ନେଇ ମ୍ୟାଚ୍ ରେଫରୀ କୋହଲିଙ୍କୁ ଜରିମନା ଲଗାଇଛନ୍ତି ।  ଆରସିବି ଅଧିନାୟକ ଆଇପିଏଲ ଆଚାର ସଂହିତା ଲେବୁଲ୍-୧ର ଧାରା ୨.୨ଆଧାରରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏହି ନିୟମ ହେଉଛି କ୍ରିକେଟ୍ ଉପକରଣ ବ୍ୟତୀତ ଷ୍ଟାଡିୟମର ଅନ୍ୟ କୌଣସି ଜିନିଷକୁ କ୍ଷତି ପହଁଚାଇବା ।

ଏହି ମୁକାବିଲାରେ କୋହଲି ୨୯ ବଲରୁ ୩୩ ରନ୍ କରିଥିଲେ । ସେ ଫର୍ମରେ ଥିବା ଭଳି ଲାଗୁ ନଥିଲା । ଆଇପିଏଲ ନିଜ ବୟାନରେ କହିଛି ଯେ, କୋହଲି ନିୟମ ଭାଙ୍ଗିଛନ୍ତି । ତେଣୁ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି ।

ସୂଚନାଯୋଗ୍ୟ, କୋହଲିଙ୍କୁ ଜାସନ୍ ହୋଲଡର୍ ଆଉଟ୍ କରିଥିଲେ । କୋହଲିଙ୍କ କ୍ୟାଚ୍ ନେଇଥିଲେ ବିଜୟ ଶଙ୍କର । ସେ ବହୁତ ଧିମା ଖେଳିଥିଲେ । ୨୯ ବଲରୁ ମାତ୍ର ୩୩ ରନ୍ କରିଥିଲେ । ଆଉଟ୍ ହୋଇ ସେ ପଡିଆ ଛାଡିବା ବେଳେ ଖୁବ୍ ରାଗି ଯାଇ ଚେୟାରୁ ବ୍ୟାଟରେ ପକାଇ ଦେଇଥିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି ।

   Related Posts