Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଜୋସ୍‌ରେ ନୁହେଁ ଟ୍ୟାକ୍ଟିସ୍‌ରେ ମ୍ୟାଚ୍ ଜିତାଯାଏ, ଆରସିବିର ପରାଜୟ ପରେ ବିରାଟ କୋହଲିଙ୍କ ନେତୃତ୍ଵ ଉପରେ ଏମିତି କହିଲେ ଗମ୍ଭୀର

12/10/2021 at 4:03 PM

ନୂଆଦିଲ୍ଲୀ ୧୨।୧୦: ଆଇପିଏଲ-୨୦୨୧ର ଏଲିମିନେଟର ମୁକାବିଲାରେ ବିରାଟ କୋହଲିଙ୍କ ନେତୃତ୍ଵାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ କୋଲକାତା ନାଇଟ୍ ରାଇଡର୍ସଠୁ ପରାଜିତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛି। ଶେଷ ଓଭର ପର୍ଯ୍ୟନ୍ତ ଚାଲିଥିବା ରୋମାଞ୍ଚକର ମୁକାବିଲାରେ କେକେଆର ୪ ଓ୍ଵିକେଟ୍‌ରେ ବାଜି ମାରି ନେଇଛି। ଅଧିନାୟକ ଭାବେ କୋହଲିଙ୍କ ଆରସିବି ପାଇଁ ଏହା ଥିଲା ଶେଷ ମ୍ୟାଚ୍। ଆରସିବି ଟୁର୍ଣ୍ଣାମେଣ୍ଟରୁ ବାହାରିବା ପରେ କେକେଆରର ପୂର୍ବତନ ଅଧିନାୟକ ଗୌତମ ଗମ୍ଭୀର କୋହଲିଙ୍କ ଉପରେ କଡା ଟିପ୍ପଣୀ ଦେଇଛନ୍ତି।

ସେ କ୍ରିକେଟ୍ ଓ୍ଵେବସାଇଟ୍‌ କ୍ରିକଇନଫୋ ସହ ଆଲୋଚନା  ବେଳେ କହିଛନ୍ତି, କୋହଲି ରଣନୀତି ମାମଲାରେ ସକ୍ଷମ ଅଧିନାୟକ ନୁହନ୍ତି। ଏଥିରେ କୌଣସି ସନ୍ଦେହ ନାହିଁ ଯେ, ପ୍ୟାସନ ଓ ଏନର୍ଜି ଦୃଷ୍ଟିରୁ ସେ ସର୍ବଶ୍ରେଷ୍ଠ ଅଧିନାୟକ ହୋଇ ପାରନ୍ତି, ମାତ୍ର ଟ୍ୟାକ୍ଟିକ୍ସ ଏବଂ ମ୍ୟାଚ୍‌କୁ ପଢିବା ଦୃଷ୍ଟିକୋଣରୁ ସେ ସକ୍ଷମ ଅଧିନାୟକ ନୁହନ୍ତି। କାରଣ ୮ ବର୍ଷ ସମୟ ଲମ୍ବା ହୋଇଥାଏ ଏବଂ ସବୁ  କିଛି ତାଙ୍କୁ ହିଁ କରିବାର ଥିଲା। ଦଳ ଗଠନ ସହିତ ରଣନୀତି ସବୁଥିରେ ସେ ନିଷ୍ପତ୍ତି ନେଉଥିଲେ। ତଥାପି ସେ ଦଳକୁ ଚାମ୍ପିଅନ କରାଇ ପାରିଲେ ନାହିଁ। ଟି-୨୦ କ୍ରିକେଟ୍‌ରେ ରଣନୀତି ହିସାବରେ ଆପଣଙ୍କୁ ଖେଳରେ ଗୋଟିଏ ପାଦ ଆଗରେ ରହିବା ଜରୁରୀ ବୋଲି ଗମ୍ଭୀର କହିଛନ୍ତି।

ଲୋ ସ୍କୋରିଂ ମ୍ୟାଚ୍ ବିଷୟରେ ଗମ୍ଭୀର କହିଛନ୍ତି ଯେ, ଏମିତି ମ୍ୟାଚ୍‌ରେ ଆପଣଙ୍କୁ ଗୋଟିଏ ପାଦ ଆଗରେ ରହିବାକୁ ପଡିଥାଏ। ସମସ୍ତେ ଦେଖିଲେ ଯେ, ଡାନିଏଲ କ୍ରିଷ୍ଟିୟାନଙ୍କ ଗୋଟିଏ ଓଭର ପୂରା ମ୍ୟାଚ୍‌ର ରୂପ ରେଖ ବଦଳାଇ ଦେଲା। ଯଦି ଉକ୍ତ ମ୍ୟାଚ୍‌ରେ ୨୨ ରନ ହୋଇନଥାନ୍ତା ତେବେ  ବୋଧହୁଏ ଆରସିବି ମ୍ୟାଚ୍ ଜିତି ଯାଇଥାନ୍ତା। ଗୋଟିଏ ଓଭରରେ ୨୨ ରନ ହେବା ଆରସିବି ପରାଜୟର ସବୁଠୁ ବଡ କାରଣ ଥିଲା। ଏଥିରେ ବିରାଟ କୋହଲି ମଧ୍ୟ ସହମତ ଥିଲେ।

   Related Posts