Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

‘ମୋ ପାଇଁ କୋଚ୍ ହେଉଛନ୍ତି ବିରାଟ ଭାଇ’, କୋହଲିଙ୍କୁ ସଫଳତାର ଶ୍ରେୟ ଦେଲେ ଦେବଦତ୍ତ

22/09/2020 at 3:55 PM

ନୂଆଦିଲ୍ଲୀ, ୨୨|୦୯  ଭାରତୀୟ କ୍ରିକେଟର ଭବିଷ୍ୟତ କୁହାଯାଉଥିବା ଦେବଦତ୍ତ ପଡିକଲ୍ ଆଇପିଏଲରେ ନିଜ ପଦାର୍ପଣ ମ୍ୟାଚରେ ସମସ୍ତଙ୍କୁ ଚକିତ କରିଛନ୍ତି । ସେ ଆରସିବି ତରଫରୁ ପଦାର୍ପଣ କରି ଅର୍ଧଶତକ ଅର୍ଜନ କରିଛନ୍ତି । ତେବେ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିବା ପରେ ସେ ଅଳ୍ପ ଭୟଭୀତ ଥିଲେ ବୋଲି ମଧ୍ୟ କହିଛନ୍ତି । କେରଳର ଏହି ଖେଳାଳି ନିଜର ଗତ ସୋମବାର ଆରସିବି ଓ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ମୁକାବିଲାରେ ୪୨ ବଲ୍‌ରୁ ୫୬ ରନ୍ କରିଥିଲେ।

ଏହି ମ୍ୟାଚରେ ବାଙ୍ଗାଲୋର ବିଜୟୀ ହୋଇଥିଲା । ବିଜୟୀ ହେବା ପରେ ଦେବଦତ୍ତ କହିଛନ୍ତି ଯେ, ଯେତେବେଳେ ସେ ପଦାର୍ପଣ କରିବେ ବୋଲି ଜାଣିବାକୁ ପାଇଥିଲେ କିଛିଟା ନର୍ଭସ୍ ଥିଲେ । କିନ୍ତୁ ବ୍ୟାଟିଂ କରିବା ବେଳେ ପ୍ରଥମେ କିଛି ବଲ୍ ଖେଳିବା ପରେ ଆଉ ଭୟ ଲାଗିନଥିଲା । ଆରସିବି ଓ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କଠାରୁ ସେ ଅନେକ କିଛି ଶିଖିବାକୁ ପାଇଛନ୍ତି । କାରଣ ବିରାଟ ଭାଇ ତାଙ୍କ ଉପରେ ଭରସା ରଖିଥିଲେ ।ଫିଞ୍ଚଙ୍କ ସହ ସେ ଖେଳିବା ବେଳେ ମଧ୍ୟ ବିରାଟ ତାଙ୍କ ଉପରେ ବିଶ୍ୱାସ ପ୍ରକଟ କରିଥିଲେ ।

ସୂଚନାଯୋଗ୍ୟ, ସୋମବାର ଆରସିବି ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଆରସିବି  ୧୦ ରନ୍‌ରେ ବିଜୟୀ ହୋଇଥିଲା ।

   Related Posts