'ବାପା ହେବାର ଖୁସିକୁ ମୁଁ ଶବ୍ଦରେ ପ୍ରକାଶ କରିପାରିବିନି', ଭାରତୀୟ ଅଧିନାୟକଙ୍କ ପ୍ରତିକ୍ରିୟା ଏପରି…

Published By : Prameya-News7 Bureau | September 01, 2020 IST

ନୂଆଦିଲ୍ଲୀ, ୦୧|୦୯: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ବାପା ହେବାକୁ ଯାଉଛନ୍ତି । ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଏବେ ଗର୍ଭବତୀ ଅଛନ୍ତି । ଏନେଇ ଉଭୟ ବିରାଟ ଓ ଅନୁଷ୍କା ସୋସିଆଲ ମିଡିଆରେ ଫଟୋ ପୋଷ୍ଟ୍ କରିବା ସହ ଖୁସି ଖବର ବାବଦରେ ଜଣାଇଥିଲେ । ଏହାକୁ ନେଇ କୋହଲି ନିଜ ପ୍ରତିକ୍ରିୟା ରଖିଛନ୍ତି ।

କୋହଲି କହିଛନ୍ତି ଯେ, ଯେତେବେଳେ ସେ ଏ ବାବଦରେ ଜାଣିଲେ ଖୁସିରେ ବିଭୋର ହୋଇଯାଇଥିଲେ । ସେହି ସମୟର ଖୁସି ବୟାନ କରିବା କଠିନ । ଅବିଶ୍ୱସନିୟ ଖୁସି ଅନୁଭବ ହୋଇଥିଲା । ଯାହାକୁ ଶବ୍ଦରେ ବୟାନ କରାଯାଇପାରିବ ନାହିଁ । ବିରାଟ ଏବେ ଆଇପିଏଲ ପାଇଁ ୟୁଏଇରେ ରହିଛନ୍ତି । ସେ ଆରସିବି ତରଫରୁ ଖେଳନ୍ତି ।

ଆରସିବିର ୟ୍ୟୁଟ୍ୟୁବ୍ କାର୍ଯ୍ୟକ୍ରମ ବୋଲ୍ଡ୍ ଡାଏରିଜ୍ ସହ ଆଲୋଚନା କରି ୩୧ ବର୍ଷୀୟ କୋହଲି କହିଛନ୍ତି ଯେ, କରୋନା ପାଇଁ ଜାରି ହୋଇଥିବା ଲକଡାଉନ୍ ପାଇଁ ସେ କ୍ରିକେଟ ଖେଳିପାରିନଥିଲେ । ସେ ଏବେ ଆଇପିଏଲ ପ୍ରସ୍ତୁତିରେ ଅଛନ୍ତି । ଆଇପିଏଲ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ସମସ୍ତ କୋଭିଡ୍ ଗାଇଡଲାଇନକୁ ନଜରରେ ରଖାଯାଇଛି ।

କୋହଲି ଆହୁରି କହିଛନ୍ତି ଯେ, ସମସ୍ତେ ୟୁଏଇ କ୍ରିକେଟ ଖେଳିବାକୁ ଆସିଛନ୍ତି । ଟୁର୍ଣ୍ଣାମେଣ୍ଟ ସମୟର ସମସ୍ତ ସୁରକ୍ଷିତ ବାତାବରଣକୁ ସମ୍ମାନ କରିବା ଆବଶ୍ୟକ । ଏଠାରେ ମଜା କରିବା କିମ୍ବା ଏଣେତେଣେ ବୁଲିବାକୁ କେହି ଆସି ନାହାଁନ୍ତି । ଯେଉଁ ସମୟ ଦେଇ ସମସ୍ତେ ଗତି କରୁଛନ୍ତି ତାକୁ ସ୍ୱିକାର କରିବା ଆବଶ୍ୟକ । ଏପରିକ କିଛି କରିବା ଅନୁଚିତ୍ ଯାହା ପରିସ୍ଥିତି ଉପରେ ପ୍ରତିକୂଳ ପ୍ରଭାବ ପକାଇବ ।

୫ ମାସ ପରେ ପୁଣି କ୍ରିକେଟ ଖେଳିବାକୁ ଯାଉଥିବା କୋହଲି କହିଛନ୍ତି ଯେ, କେହି ଭାବି ନଥିଲେ ଯେ ଆଇପିଏଲ ହେବ । ଏବେ କିନ୍ତୁ ବିସିସିଆଇର ନିଷ୍ପତ୍ତି ପରେ ୟୁଏଇରେ ମ୍ୟାଚ୍ ଖେଳାଯିବ । ଅଭ୍ୟାସ କରିବା ବେଳେ ସେ ନର୍ଭସ୍ ଫିଲ୍ କରୁଥିଲେ । ଦର୍ଶକଙ୍କ ଅନୁପସ୍ଥିତିକୁ ସେ ମିସ୍ କରିବେ । କୋଭିଡ୍ ଗାଇଡଲାଇନ୍ ମାନିବା ଆବଶ୍ୟକ ବୋଲି ସେ କହିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.