Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଚାପେଲ କହିଲେ ବିରାଟ ବେଷ୍ଟ, ବିଦେଶରେ ଏବେ ଭାରତର ରେକର୍ଡ ଦମ୍‌ଦାର୍

4/02/2020 at 11:35 AM

ସିଡନୀ ୦୪।୦୨: ଅଷ୍ଟ୍ରେଲିଆର ପୂର୍ବତନ ମହାନ ଖେଳାଳି ଇଆନ ଚାପେଲ ବିରାଟ କୋହଲିଙ୍କୁ ବହୁତ ପ୍ରଂଶସା କରିଛନ୍ତି । ବିଦେଶରେ ଭାରତୀୟ ଟିମ୍‌ ବିଜୟର ଶ୍ରେୟ ଅଧିନାୟକ ବିରାଟ କୋହଲିଙ୍କୁ ମିଳିବା ଉଚିତ ବୋଲି କହିଛନ୍ତି ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ । ଭାରତ ଗତ ରବିବାର ଦିନ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ଶେଷ ଟି-୨୦ ମ୍ୟାଚ୍‌ ଜିତି ସିରିଜ ୫-୦ରେ ବିଜୟୀ ହୋଇଛି । ବିଦେଶରେ ଟି-ଟ୍ବେଣ୍ଟି ସିରିଜରେ ୫-୦ରେ ବିଜୟୀ ହେବା ରେକର୍ଡ କେବଳ ଭାରତୀୟ ଦଳ କରିଥିବା ବେଳେ ଚାପେଲଙ୍କ ପ୍ରଶଂସା ଟିମ୍ ଇନ୍ ବ୍ଲୁ ପାଇଁ ଆହୁରି ପଜେଟିଭ୍ ହୋଇଛି ।

ଅଷ୍ଟ୍ରେଲିଆ କ୍ରିକେଟର ଇଆନ ଚାପେଲ ବିରାଟ କୋହଲିଙ୍କ ଖେଳ ଓ ନେତୃତ୍ବକୁ ଖୁବ୍ ପ୍ରଂଶସା କରିଛନ୍ତି । ଏକ ସାକ୍ଷାତକାର ଅବସରରେ ଚାପେଲ୍ କହିଛନ୍ତି ଯେ, ବିରାଟ କୋହିଲଙ୍କ ଆକ୍ରାମକ ସ୍ବଭାବ ଦଳ ପାଇଁ ଉପଯୁକ୍ତ ହେବ ନାହିଁ ବୋଲି ମୁଁ ଭାବୁଥିଲି, କିନ୍ତୁ ସେ ମୋତେ ଭୁଲ୍ ପ୍ରମାଣିତ କରିଦେଇଛନ୍ତି । ସେ ନିଜର ଭାବନା ସେତିକି ପରିମାଣରେ ପ୍ରକାଶ କରିଥାନ୍ତି, ଯେତିକି ପରିମାଣର ଟିମ୍ ପାଇଁ ଦରକାର ହୁଏ । ଯାହାଦ୍ବାରା ଦଳକୁ ଖୁବ୍ ଲାଭ ମିଳୁଛି ।  

ଭାରତୀୟ ଦଳ କୋହଲିଙ୍କ ବହୁମୁଖୀ ପ୍ରତିଭା ପାଇଁ ଧନ୍ୟ ହୋଇଯାଇଛି । କୋହଲିଙ୍କ ଖେଳ ଓ ନେତୃତ୍ବ ଯୋଗୁଁ ଦଳ ପ୍ରଦର୍ଶନ କରିଚାଲିଛି । ଯାହାଦ୍ବାରା ଦଳ ବିଦେଶରେ ମଧ୍ୟ ସିରିଜ ଜିତିବା ଓ ଉଚ୍ଚ ପ୍ରଦର୍ଶନ କରିବା ଆରମ୍ଭ କରିସାରିଲାଣି । କୋହଲିଙ୍କ ନେତୃତ୍ବରେ ଦଳ ଲଗାତର ଭଲ ପ୍ରଦର୍ଶନ ଜାରି ରଖିଛି । ତିନି ଫର୍ମାଟରେ ନୂଆ ନୂଆ ଚ୍ୟାଲେଞ୍ଜ ସତ୍ତ୍ବେ ଦଳ ଲଗାତର ଭାବେ ବିଜୟୀ ହେଉଛି । ଯେତେବେଳେ ତିନୋଟି ଫର୍ମାଟରେ ଜଣେ ଅଧିନାୟକ ରହିଥାନ୍ତି । ଦଳର ପରାଜୟକୁ ଦଳର ବିଜୟରେ ପରିଣତ କରିଚାଲନ୍ତି । ସେତେବେଳେ ଏକ ଦଳ ନିଜର ସ୍ବତନ୍ତ ପରିଚୟ ସୃଷ୍ଟି କରିଥାଏ ।

ସୂଚନାଯୋଗ୍ୟ ଯେ, ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଟି-ଟ୍ବେଣ୍ଟି ସିରିଜକୁ ଭାରତ ୫-୦ରେ ବିଜୟୀ ହୋଇଛି । ଦ୍ବିପାକ୍ଷିକ ଟି-ଟ୍ବେଣ୍ଟି ସିରିଜକୁ ୫-୦ରେ ବିଜୟୀ ହେବାର ରେକର୍ଡ ଭାରତୀୟ ଦଳ ହାସଲ କରିଛି । ଉଭୟ ଟିମ୍‌ଙ୍କ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଓ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ ।

   Related Posts