ଘରେ ବସି ବି କୋହଲି ମାଲାମାଲ, କ୍ରିଜ୍କୁ ଓହ୍ଲାଇ ନାହାଁନ୍ତି କିନ୍ତୁ କମାଇଲେ କୋଟି କୋଟି ଟଙ୍କା

Published By : Prameya-News7 Bureau | June 05, 2020 IST

ନୂଆଦିଲ୍ଲୀ, ୦୫|୦୬:    ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସକ ସାରା ବିଶ୍ୱରେ ରହିଛନ୍ତି । ଏପରିକି କୋହଲିଙ୍କୁ ସୋସିଆଲ ମିଡିଆରେ ମଧ୍ୟ ଲକ୍ଷଲକ୍ଷ ୟୁଜର ଫଲୋ କରିଥାନ୍ତି । ଇନଷ୍ଟାଗ୍ରାମରେ କୋହଲି ସବୁଠାରୁ ଅଧିକ ଫଲୋ କରାଯାଇଥିବା ଭାରତୀୟ ଅଟନ୍ତି । ଏହି ପ୍ଲାଟଫର୍ମରେ କୋହଲିଙ୍କର ୬ କୋଟି ୨୧ ଲକ୍ଷ ପଲୋଅର୍ସ ରହିଛନ୍ତି । ଏହାସହ ସେ ଇନଷ୍ଟାଗ୍ରାମରେ ରୋଜଗାର କରୁଥିବା ଟପ୍ ୧୦ ଖେଳାଳି  ମଧ୍ୟରେ ରହିଛନ୍ତି ।

ଫୋର୍ବସ୍ ନିକଟରେ ଏକ ଲିଷ୍ଟ୍ ଜାରି କରିଥିଲା । ଏହି ଲିଷ୍ଟ୍ ଅନୁସାରେ, କୋହଲି ଇନଷ୍ଟାଗ୍ରାମରୁ ଅଧିକ ଟଙ୍କା ରୋଜଗାର କରିଥାନ୍ତି । ଏହି ତାଲିକାରେ ଥିବା ୧୦ଜଣ ଖେଳାଳିଙ୍କ ମଧ୍ୟରୁ କୋହଲି ହେଉଛନ୍ତି ଏକମାତ୍ର କ୍ରିକେଟର । ଏହାସହ ସେ ଏକ ମାତ୍ର ଭାରତୀୟ ଭାବେ ଏହି ତାଲିକାରେ ରହିଛନ୍ତି । ଗତବର୍ଷ ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏହି ଉପଲବ୍ଧି ହାସଲ କରିଥିଲେ ।

{"id":281606,"width":748,"height":499,"sizeSlug":"large"}

ଫୋର୍ବସ୍‌ର ରିପୋର୍ଟ ଅନୁସାରେ, କୋହଲି ଏହି ତାଲିକାରେ ଷଷ୍ଠ ସ୍ଥାନରେ ରହିଛନ୍ତି । ଲକଡାଉନ୍ ସମୟରେ କୋହଲି ତିନୋଟି ସ୍ପନସର୍ ପୋଷ୍ଟ କରିଛନ୍ତି । ଏଥିରେ କୋହଲିଙ୍କୁ ପ୍ରାୟ ସାଢେ ୩ କୋଟି ଚଙ୍କା ମିଳିଛି । ସେହିପରି ଗତ ୧୨ ମାସ ମଧ୍ୟରେ କୋହଲି ୫୬ଟି ପୋଷ୍ଟ କରିଛନ୍ତି ।ଏଥିରେ ସେ ମୋଟ ୧୨୪ କୋଟି ଟଙ୍କା ରୋଜଗାର କରିଛନ୍ତି ।

{"id":281608,"width":751,"height":422,"sizeSlug":"large"}

ଏହି ତାଲିକାରେ ଏକ ନମ୍ବର ସ୍ଥାନରେ ଫୁଟୁବଲର କ୍ରିଷ୍ଟିଆନ୍ ରୋନାଲ୍ଡୋ ଥିବା ବେଳେ ସେ ଇନଷ୍ଟାଗ୍ରାମରୁ ପ୍ରାୟ ୧୭ କୋଟି ଟଙ୍କା ଆୟ କରିଛନ୍ତି । ଦ୍ୱିତୀୟ ସ୍ଥାନରେ ଲିଓନେଲ୍ ମେସୀ ରହିଛନ୍ତି । ସେହିପରି ତୃତୀୟ ସ୍ଥାନରେ ବ୍ରାଜିଲ୍ ଖେଳାଳି ନେମାର ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.