Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିରାଟ କୋହଲୀଙ୍କ ଗୋଟିଏ ଘରର ଦାମ ୮୦କୋଟି ଟଙ୍କା, ତାଙ୍କ ପାଖରେ ଅଛି ଅନେକ ଘର ଓ ଦାମି କାର… ଦେଖନ୍ତୁ ଫଟୋ

29/07/2019 at 11:07 AM

ମୁମ୍ବାଇ୨୯|୭: ବିଶ୍ବର ଶ୍ରେଷ୍ଠ କ୍ରିକେଟ ଖେଳାଳୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଟିମ ଇଣ୍ଡିଆର କ୍ୟାପଟେନ୍‌ ବିରାଟ କୋହଲୀ ।ଅନେକ ମ୍ୟାଚ୍‌ରେ ରେକର୍ଡ ସୃଷ୍ଟି କରିଛନ୍ତି ବିରାଟ୍‌।କୋହଲୀ କେବଳ କ୍ରିକେଟ୍‌ ମଇଦାନରେ ନିଜ ଜଲୱା ପାଇଁ ଫେମସ ନୁହେଁ ବରଂ ସେ ଅନ୍ୟାନ୍ୟ ଜିନିଷ ନେଇ ମଧ୍ୟ ଚର୍ଚ୍ଚାରେ ରୁହନ୍ତି ।

ଅନେକ ବ୍ରାଣ୍ଡର ପ୍ରଚାର କରି ସେ କୋଟି କୋଟି ଟଙ୍କା ଆୟ କରନ୍ତି। ୨୦୧୭ ମସିହା ଡିସେମ୍ବର ମାସ ୧୧ ତାରିଖରେ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ବିବାହ କରିଥିଲେ ବିରାଟ।

ତାଙ୍କ ଜୀବନ ଶୈଳୀ ବେଶ ଆକର୍ଷଣୀୟ ଓ ସମ୍ଭ୍ରାନ୍ତୀୟ।  କାର ଓ ଘରକୁ ନେଇ ତାଙ୍କର ବହୁତ ସଉକ ଅଛି।

ବିରାଟ୍‌ ଯେତିକି ଦାମି ରନ୍‌ କରନ୍ତି ସେତିକି ଦାମି ଜିନିଷ ରଖନ୍ତି।ତାଙ୍କ ପାଖରେ ଅନେକ ଏମିତି କାର ଅଛିଯାହା କୋଟି କୋଟି ଟଙ୍କା ଦାମ।ମୁମ୍ବାଇରେ ଅନେକ ଘର ମଧ୍ୟ କିଣିଛନ୍ତି ବିରାଟ୍‌।

ସ୍ବର୍ଗ ଭଳି ବିଶାଳ ଘରେ ଏକା ବିରାଟ ରହନ୍ତି। ବିରାଟ୍‌ଙ୍କର ଗୋଟେ ଘର ମୁମ୍ବାଇରେ ଅଛି ଯାହାର ଦାମ ୩୭ କୋଟି ଟଙ୍କା।

ଅପରପକ୍ଷରେ ଆଉ ଏକ ଘରର ଦାମ ୮୦ କୋଟି ଟଙ୍କା। କେବଳ ସେତିକି ନୁହେଁ ତାଙ୍କର ଆହୁରି ଅନେକ ଘର ଅଛି ଯାହା ବିଷୟରେ ସେ କେବେ ପ୍ରକାଶ କରିନାହାନ୍ତି।   

   Related Posts