ଶ୍ରୀଲଙ୍କା ବିପକ୍ଷରେ T-20 ପୂର୍ବରୁ ବିରାଟ ଆହତ, ପ୍ରଭାବିତ ହୋଇପାରେ ଟିମ୍ ଇଣ୍ଡିଆ
4/01/2020 at 6:21 PM

ଗୌହାଟୀ ୪।୧: ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଥିବା ଟି-୨୦ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆ କ୍ୟାପ୍ଟେନ୍ ବିରାଟ କୋହଲୀ ଆହତ ହୋଇଛନ୍ତି। ପ୍ରାକ୍ଟିସ ମ୍ୟାଚ୍ରେ ବିରାଟ ଏକ କ୍ୟାଚ୍ ନେଉଥିବା ବେଳେ ତାଙ୍କ ବାମ ହାତ କାଣି ଆଙ୍ଗୁଠିରେ ଜୋରଦାର ଆଘାତ ଲାଗିଛି। ତେବେ ଟିମ୍ ଇଣ୍ଡିଆ ଫିଜିଓ ନିତିନ ପଟେଲ ତୁରନ୍ତ ତାଙ୍କର ଚିକିତ୍ସା କରିଛନ୍ତି।

ଭ୍ରମଣକାରୀ ଶ୍ରୀଲଙ୍କା ସହ ଭାରତର ପ୍ରଥମ ଟି-୨୦ ମ୍ୟାଚ୍ ଗୌହାଟୀରେ ଅନୁଷ୍ଠିତ ହେବ। ଏଥିଲାଗି ଟିମ୍ ଇଣ୍ଡିଆର ଖେଳାଳିମାନେ ପହଞ୍ଚିଯାଇଛନ୍ତି। ତେବେ କେବଳ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ଏବେ ଅପେକ୍ଷା କରାଯାଇଛି। ଦୀର୍ଘ ୨୨ ମାସର ବ୍ୟବଧାନ ପରେ ଉଭୟ ଟିମ୍ ପ୍ରଥମ ଥର ଟି-୨୦ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି। ନିକଟରେ ୱେଷ୍ଟଇଣ୍ଡିଜ୍ ଟିମ୍ ଭାରତ ଗସ୍ତ କରିଥିବା ବେଳେ ଟିମ୍ ଇଣ୍ଡିଆ କାରବୀୟ ଦଳଙ୍କୁ ୨-୧ରେ ପରାସ୍ତ କରିଥିଲା।
The man in form – @klrahul11 looking good at the nets ahead of the 1st T20I✌🏻👍🏻 #TeamIndia #INDvSL pic.twitter.com/HTQHHrf3vR
— BCCI (@BCCI) January 4, 2020
ତେବେ ଟିମ୍ ଇଣ୍ଡିଆରେ ବିରାଟଙ୍କ ଯୋଗଦାନ ପରଠାରୁ ଶ୍ରୀଲଙ୍କା ତାର ପୂର୍ବ ଚମକ୍ ହରାଇଥିବାର ଦେଖାଯାଇଛି। ୧୨ ବର୍ଷ ପୂର୍ବେ ବିରାଟ ଟିମ୍ରେ ଯୋଗେଦେଇଥିଲେ। ସେବେଠାରୁ ଏପର୍ଯ୍ୟନ୍ତ ଶ୍ରୀଲଙ୍କା ଭାରତଠାରୁ ୧୬ଟି ମ୍ୟାଚ୍ରେ ହାରିଛି। ହେଲେ ୨୦୧୪ ଟି-୨୦ ବିଶ୍ୱକପ୍ ଫାଇନାଲରେ ଶ୍ରୀଲଙ୍କାଠାରୁ ଭାରତ ପରାସ୍ତ ହୋଇଥିବାର ବି ନଜିର ରହିଛି।