Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ସିରିଆ ଡ୍ରୋନ୍ ଆଟାକ୍‌: ଅଲକାଏଦାର ବରିଷ୍ଠ ନେତା ଅବଦୁଲ ହମିଦ ଅଲ-ମାତାର ମୃତ
  • ||
  • ନିଶ୍ଚିନ୍ତକୋଇଲିରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ଫସଲ
  • ||
  • ମନୀଷ ଅନୁରାଗ ହତ୍ୟା ମାମଲା : ସାଉଥ୍‌ ସିଟି ବାର୍‌ ମାଲିକ ଓ ପରିଚାଳନା କରୁଥିବା ପ୍ରସନ୍ନ ବେହେରା ଗିରଫ
  • ||
  • ଅନ୍ୟ ରାଜ୍ୟର ଜେଲକୁ ସ୍ଥାନାନ୍ତର ହେଉଛନ୍ତି ଆତଙ୍କବାଦୀ : ଜମ୍ମୁ-କାଶ୍ମୀରରୁ ୨୬ ଆତଙ୍କୀଙ୍କୁ ପଠାଗଲା ଆଗ୍ରା
  • ||
  • କମୁଛି ପାରଦ, ଆଗକୁ ବଢିବ ଶୀତ
  • ||
  • ଟି୨୦ ବିଶ୍ୱକପ : ଅସଲ ଲଢେଇ ଆରମ୍ଭ, ସୁପର ୧୨ର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା
  • ||

କୋହଲିଙ୍କ ଟେଷ୍ଟ ଜର୍ସି ପିନ୍ଧିଲେ ଅଷ୍ଟ୍ରେଲିଆର ଏହି କୁନି ପ୍ରଶଂସକ, ଫଟୋ ସେୟାର କରି ଏମିତି ଲେଖିଲେ ଓ୍ବାର୍ଣ୍ଣର

30/01/2021 at 8:42 PM

ନୂଆଦିଲ୍ଲୀ ୩୦/୦୧: ଟିମ ଇଣ୍ଡିଆ ଟେଷ୍ଟ ସିରିଜ୍‌ କବଜା କରିବା ପରେ ପୁରା ଅଷ୍ଟ୍ରେଲିଆକୁ ଝଟ୍‌କା ଲାଗିଥିବା ବେଳେ ଜଣେ କୁନି ପ୍ରଶଂସକ କିନ୍ତୁ ବହୁତ ଖୁସି। ନିଜ ଦେଶ ହାରିଥିବା ନେଇ ଯେତିକି ଦୁଃଖିତ ନୁହେଁ କିନ୍ତୁ ବିରାଟ କୋହଲିଙ୍କ ପାଇଁ ବହୁତ ଖୁସି ଅଷ୍ଟ୍ରେଲିଆର ଜଣେ କୁନି ଝିଅ। ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ନିଜର ଟେଷ୍ଟ ଜର୍ସି ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍‌ ଡେଭିଡ ଓ୍ବାର୍ଣ୍ଣରଙ୍କ ଝିଅଙ୍କୁ  ଉପହାର ଦେଇଛନ୍ତି। ଏହାକୁ ନେଇ ଓାର୍ଣ୍ଣର ଇନଷ୍ଟାଗ୍ରାମରେ ଫଟୋ ସେୟାର କରିଛନ୍ତି।

ଫଟୋରେ ଓାର୍ଣ୍ଣରଙ୍କ ଝିଅ କୋହଲିଙ୍କ ଜର୍ସି ପିନ୍ଧିଥିବା ଦେଖିବାକୁ ମିଳିଛି। ବିରାଟ କୋହଲି ଆଡିଲେଡ୍‌ରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ ପରେ ଭାରତ ଫେରିଆସିଥିଲେ। କୋହଲିଙ୍କ ଅଧିନାୟିକତ୍ବରେ ଟିମ୍‌ ଇଣ୍ଡିଆ ଟେଷ୍ଟ ମ୍ୟାଚ୍‌ ହାରିଥିଲା। ଦ୍ବିତୀୟ ପାଳିରେ ଟିମ୍ ଇଣ୍ଡିଆ କେବଳ ୩୬ ରନ୍‌ କରିପାରିଥିଲା। ପରେ ରାହାନେଙ୍କ ଅଧିନାୟିକତ୍ବରେ ଟିମ୍‌ ଇଣ୍ଡିଆ ଟେଷ୍ଟ ସିରିଜ୍‌ କବଜା କରିଥିଲା। ଡେଭିଡ ଓ୍ବାର୍ଣ୍ଣରଙ୍କ ଝିଅ ବିରାଟ କୋହଲିଙ୍କ ବହୁତ ବଡ଼ ଫ୍ୟାନ୍‌। କୋହଲି ନିଜର ଏହି କୁନି ପ୍ରଶଂସକକୁ ଉପହାର ସଦୃଶ ନିଜର ଟେଷ୍ଟ ଜର୍ସି ଦେଇଛନ୍ତି। ଓ୍ବାର୍ଣ୍ଣରଙ୍କ ଝିଅ କୋହଲିଙ୍କ ଜର୍ସି ପିନ୍ଧିଥିବା ବି ଦେଖିବାକୁ ମିଳିଛି।

ଫଟୋ ସେୟାର କରି ଓ୍ବାର୍ଣ୍ଣର ଲେଖିଛନ୍ତି, ‘ମୋତେ ଜଣାଅଛି ଆମେ ଟେଷ୍ଟ ସିରିଜ୍‌ ହାରିଛୁ, କିନ୍ତୁ ଆମ ପାଖରେ ବହୁତ ଖୁସି ଥିବା ଜଣେ ଝିଅ ଅଛି। ବିରାଟ କୋହଲି ଆପଣଙ୍କୁ ଧନ୍ୟବାଦ ଏହି ପ୍ଲେଇଂ ଜର୍ସି ପାଇଁ। ଇଣ୍ଡିକୁ ଏହା ବହୁତ ପସନ୍ଦ। ବାପା ଏବଂ ଆରୋନ ଫିଞ୍ଚଙ୍କଠାରୁ ଇଏ ବିରାଟ କୋହଲିଙ୍କୁ ଅଧିକ ଭଲ ପାଉଛି।’

   Related Posts