ଭାରତ-ନ୍ୟୁଜିଲ୍ୟାଣ୍ଡ ସେମିଫାଇନାଲ ମ୍ୟାଚ୍‌ରେ ଧୋନୀଙ୍କ ଦୁଇଟି ଭୁଲ୍ : ଚିତ୍କାର କଲେ କୋହଲି

Published By : Prameya-News7 Bureau | July 10, 2019 IST

ଲଣ୍ଡନ ୧୦|୭: ମଙ୍ଗଳବାର ଦିନ ଅନୁଷ୍ଠିତ ଭାରତ ନ୍ୟୁଜିଲ୍ୟାଣ୍ଡ ସେମିଫାଇନାଲ ମ୍ୟାଚ୍ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଥିଲା । ୪୬ ଓଭର ଖେଳ ହେବା ପରେ ବର୍ଷା ଯୋଗୁଁ ଖେଳ ହୋଇପାରିନଥିଲା । ଟସ୍ ଜିତି ପ୍ରଥମେ ବ୍ୟାଟି କରୁଥିବା ନ୍ୟୁଜିଲ୍ୟାଣ୍ଡ ଦଳ ୫ ଓ୍ବିକେଟ୍ ହରାଇ ୪୬.୧ ଓଭରରେ ୨୧୧ ରନ୍ କରିଥିଲେ । ଖେଳ ବନ୍ଦ ହେବା ବେଳକୁ ରସ୍ ଏବଂ ଲଥାମ୍ ପିଚ୍ ରେ ଥିଲେ । ତେବେ ଏହି ୪୬ ଓଭରର ଖେଳ ମଧ୍ୟରେ ଭାରତର ଓ୍ବିକେଟ୍ କିପର ମହେନ୍ଦ୍ର ସିଂହ ଧୋନୀ ଦୁଇଟି ଗୁରୁତ୍ବପୂର୍ଣ୍ଣ ଭୁଲ୍ କରିଥିବା ନଦରକୁ ଆସିଥିଲା । ଏହି ଭୁଲ୍ ପାଇଁ ଅଧିନାୟକ ବିରାଟ କୋହଲି ଭୀଷଣ ରାଗିଥିଲେ  ଓ ଚିତ୍କାର ମଧ୍ୟ କରିଥିଲେ ।

{"id":132150,"width":580,"height":435}

ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ ରେ ଛୋଟ ଭୁଲ୍ ମ୍ୟାଚ୍ ର ପରିଣାମକୁ ବଦଳାଇଦେଇପାରେ । ସେହିଭଳି ଛୋଟିଆ ସଫଳତା ମ୍ୟାଚ୍ କୁ ନିଜ ସପକ୍ଷରେ ମଧ୍ୟ କରିପାରେ । ପ୍ରତ୍ୟେକ ଖେଳାଳି ଏହି ଛୋଟିଆ ଭୁଲ୍ କିଭଳି ନହୁଏ ସେଥିପାଇଁ ବରାବର ଉଦ୍ୟମ କରିଥାନ୍ତି । କିନ୍ତୁ ଧୋନୀଙ୍କ ଭଳି ଜଣେ ଦାୟିତ୍ବ ସଂପନ୍ନ ଓ ମହାନ ଖେଳାଳିଙ୍କ ଦ୍ବାରା କୌଣସି ଭୁଲ୍ କୁ ବରଦାସ୍ତ କରିବା ଅଧିନାୟକଙ୍କ ପକ୍ଷରେ ନିଶ୍ଚୟ କଷ୍ଟକର । ଧୋନୀଙ୍କୁ ନିଜର କ୍ୟାପ୍ଟେନ ବୋଲି ବରାବର କହିଆସୁଥିବା କୋହଲି ଧୋନୀଙ୍କ ଧୋନୀଙ୍କ ଏହି ଭୁଲ୍ ପାଇଁ କ୍ଷୁବ୍ଧ ହୋଇଥିଲେ । ଜଣେ ଆକ୍ରମଣାତ୍ମକ କ୍ୟାପ୍ଟେନ ଭାବରେ କୋହଲି ଏଭଳି କରିବା ମଧ୍ୟ ସ୍ବାଭାବିକ ଥିଲା । ମଙ୍ଗଳବାର ଦିନ ଚାଲିଥିବା ମ୍ୟାଚ୍ ର ୨୬ତମ ଓଭରରେ ପ୍ରଥମ ଭୁଲ୍ କରିଥିଲେ ଧୋନୀ । ୟୁଜବେନ୍ଦ୍ର ଚହଲଙ୍କ ବଲରୁ ଗୋଟିଏ ରନ୍ ସଂଗ୍ରହ କରିବା ପାଇଁ ନ୍ୟୁଜିଲ୍ୟାଣ୍ଡ ବ୍ୟାଟ୍ସମ୍ୟାନ୍ ରସ୍ ଟେଲ୍ ଉଦ୍ୟମ କରିଥିଲେ ।  ସେହି ସମୟରେ କୋହଲି ତୁରନ୍ତ ବଲ୍ ଟିକୁ ସଂଗ୍ରହ କରି ଧୋନୀଙ୍କ ପାଖକୁ ଫିଙ୍ଗିଥିଲେ । ହେଲେ ଧୋନୀ ବଲ୍ ଟି ଧରିବାରେ ଅସଫଳ ହୋଇଥିଲେ । ଯାହାଫଳରେ ରସ୍ ଟେଲ୍ ଏକ ନିଶ୍ଚିତ ରନ୍ ଆଉଟରୁ ବର୍ତ୍ତି ଯାଇଥିଲେ । ଧୋନୀଙ୍କ ହାତରୁ ବଲ୍ ଟି ଖସିଯିବା ପରେ କୋହଲି ଆଣ୍ଠୁ ମାଡି ବସିଯାଇ ଭୀଷଣ ଚିତ୍କାର କରିଥିଲେ ।

{"id":132151,"width":577,"height":433}

ଧୋନୀଙ୍କ ଦ୍ବିତୀୟ ଭୁଲ୍ ଟି ଖେଳର ୩୬ତମ ଓଭରରେ ନଜର ଆସିଥିଲା । ଯଶପ୍ରୀତ୍ ବୁମରାଙ୍କ ଏକ ବଲ୍ କୁ ଖେଳିବାକୁ ଯାଇ ବ୍ୟାଟ୍ସମ୍ୟାନ୍ ରସ୍ ଟେଲ୍ ବିଟ୍ ହୋଇଥିଲେ । ବଲଟି ରସ୍ ଙ୍କ ବ୍ୟାଟ୍ ରେ ସ୍ନିକ୍ ହୋଇ ଓ୍ବିକେଟ୍ କିପରଙ୍କ ପାଖକୁ ଯାଇଥିଲା । କିନ୍ତୁ କିପିଂ କରୁଥିବା ଧୋନୀ ତାହାକୁ କ୍ୟାଚ୍ କରିବାରେ ବିଫଳ ହୋଇଥିଲେ । ଅବଶ୍ୟ ବଲ୍ ଟି ଧୋନୀ ଛିଡାହୋଇଥିବା ସ୍ଥାନଠାରୁ ବହୁତ ଆଗକୁ ପଡିଥିଲା । ଧୋନୀ ଡ୍ରାଇଭ ମାରି କ୍ୟାଚ୍ କରିବା ପାଇଁ ଉଦ୍ୟମ କରିଥିଲେ ସତ କିନ୍ତୁ ଧୋନୀଙ୍କ ଆଙ୍ଗୁଳି ବଲ୍ କୁ କେବଳ ସ୍ପର୍ଶ କରିପାରିଥିଲା । ଏହା ଏକ କଷ୍ଟ ସାଧ୍ୟ କ୍ୟାଚ୍ ହୋଇଥିଲେ ମଧ୍ୟ ଧୋନୀଙ୍କ ଭଳି ଜଣେ ଅଭିଜ୍ଞ ଓ୍ବିକେଟ୍ କିପର ଏହା ସଂଗ୍ରହ କରିପାରିବେ ବୋଲି ସମସ୍ତଙ୍କ ମନରେ ଆଶା ରହିବା ସ୍ବାଭାବିକ କଥା । କ୍ୟାଚ୍ ମିସ୍ ହେବା ପରେ କୋହଲି ସମାନ ଢଙ୍ଗରେ ଚିତ୍କାର କରିବା ଦେଖିବାକୁ ମିଳିଥିଲା ।

{"id":132152}

କେବଳ ଏହି ଦୁଇଟି ଭୁଲ୍ ନୁହେଁ ବରଂ ଧୋନୀ ଗତକାଲିର ମ୍ୟାଚ୍ ରେ ଆଉ ଦୁଇଟି ଭୁଲ୍ ମଧ୍ୟ କରିଥିଲେ । ମ୍ୟାଚ୍ ର ପ୍ରଥମ ଓଭର ପ୍ରଥମ ବଲ ରେ ବ୍ୟାଟ୍ସମ୍ୟାନ୍ ଙ୍କୁ ଆଉଟ୍ କରିବା ପାଇଁ ରିଭ୍ୟୁ ନିଆଯିବ କି ନାହିଁ ସେ ନେଇ କୋହଲି ଧୋନୀଙ୍କର ପରାମର୍ଶ ଲୋଡିଥିଲେ । ଧୋନୂ ସମ୍ମତି ଦେବା ପରେ କୋହଲି ରିଭ୍ୟୁ ଆବେଦନ କରିଥିଲେ । କିନ୍ତୁ ରିଭ୍ୟୁ ଭାରତ ବିପକ୍ଷରେ ଯାଇଥିଲା ।  ଏହିଭଳି ୪୬ତମ ଓଭରରେ ଧୋନୀ ଓ୍ବିକେଟ୍ ପାଖରୁ ବସ୍ ସଂଗ୍ରହ କରିବାରେ ବିଫଳ ହେବା ଯୋଗୁଁ ଓଭର ଥ୍ରୋ ଦ୍ବାରା ଦୁଇ ରନ୍ ନ୍ୟୁଜିଲ୍ୟାଣ୍ଡ ବ୍ୟାଟ୍ସମ୍ୟାନ୍ ସଂଗ୍ରହ କରିଥିଲେ ।

ଓ୍ବିକେଟ୍ ପଛପଟେ ସବୁଠୁ ଅଧିକ ବିଚକ୍ଷଣ ବୁଦ୍ଧି ଧୋନୀଙ୍କର ଖ୍ୟାତି ରହିଛି । ତେବେ ଖେଳ ଭିତରେ ଏଭଳି ଭୁଲ୍ କୁ ଏଡାଇବା ମଧ୍ୟ ଅସମ୍ଭବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.