ବିରାଟ କୋହଲୀଙ୍କୁ ଉପହାରରେ ମିଳିଲା ଏହି ଅଡି କାର, ଦାମ ହେଉଛି ୨.୯୯ କୋଟି ଟଙ୍କା

Published By : Prameya-News7 Bureau | October 23, 2019 IST

ମୁମ୍ବାଇ୨୩|୧୦: ଜର୍ମାନୀର ଲଗ୍‌ଜରୀ କାର ନିର୍ମାତା କମ୍ପାନୀ କ୍ରିକେଟ ଖେଳାଳି ବିରାଟ କୋହଲୀଙ୍କୁ ଅଡି ଆର୮ ଏଲଏମ୍‌ଏକ୍ସ ଉପହାରରେ ଦେଇଛନ୍ତି। ଅଡି ଏଯାଏଁ ଏହି ମଡେଲର ସମଗ୍ର ବିଶ୍ବରେ କେବଳ ୯୯ଟି କାର ଲଂଚ କରିଛି। ଅଡି ଇଣ୍ଡିଆର ପ୍ରମୁଖ ଏହି କାର ବିରାଟଙ୍କୁ ଉପହାରରେ ଦେବା ପରେ କହିଛନ୍ତି ଯେ, ସେ ଅଡି ପରିବାରରେ ବିରାଟଙ୍କୁ ସାମିଲ କରି ବେଶ ଉତ୍ସାହିତ। କାରଣ ବିରାଟ ଯୁବପୀଢିଙ୍କ ପାଇଁ ପ୍ରଥମରୁ ଜଣେ ପ୍ରେରଣା।

{"id":173786,"width":579,"height":372}

ଅଡି ଆର୮ ଏଲଏମ୍‌ଏକ୍ସ ପାଇଁ କୋହଲୀଙ୍କୁ ବାଛି ଠିକ କରିଛନ୍ତି କାରଣ ଉଭୟ ଭଲ ପ୍ରଦର୍ଶନ ଦେବା ପାଇଁ ପ୍ରସିଦ୍ଧ। କୋହଲୀ କହିଛନ୍ତି ଯେ, ଏହି ବିଶେଷ କାର ହାସିଲ କରି ସେ ବହୁତ ଗର୍ବ ଅନୁଭବ କରୁଛନ୍ତି। ଏହି ସ୍ପୋର୍ଟସ୍‌ କାର ଉପହାରରେ ପାଇଥିବାରୁ ସେ ବହୁତ ଖୁସି। କାରଣ ତାଙ୍କର ଗାଡି କିଣିବାର ବହୁତ ସୌକ ରହିଛି। ସେ ଅଡିର ବହୁତ ବଡ ଫ୍ୟାନ। ପୂର୍ବରୁ ତାଙ୍କ ପାଖରେ ଅଡି ଆର୮ ଓ କ୍ୟୁ୭ କାର ଅଛି ଏବେ ସେହି ଲିଷ୍ଟରେ ଆର୮ ଏଲଏମ୍‌ଏକ୍ସ ଆସିଲା।

wp:heading {"level":1}

 

/wp:heading wp:heading {"level":1}

 

/wp:heading wp:heading {"level":1}

 

/wp:heading wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.