Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ବିରାଟ କୋହଲି ଦେଲେ ବଡ ସଙ୍କେତ, ଭାରତୀୟ ଦଳରେ ରହିବେ ଦୁଇ ଜଣ ଅଧିନାୟକ

2/06/2021 at 9:02 PM

ମୁମ୍ବାଇ ୦୨।୦୬: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ବୁଧବାର ଅଧିନାୟକ ପଦକୁ ନେଇ ବଡ ସଙ୍କେତ ଦେଇଛନ୍ତି। ସେ କହିଛନ୍ତି, କରୋନା ମହାମାରୀ ସମୟରେ କ୍ରିକେଟ୍‌ର ଯେଉଁଭଳି ଭାବେ ମାସନିକ ଭାବେ ଥକାପଣ ଜୈବ ନିରାପତ୍ତା ବଳୟରେ ରହୁଛନ୍ତି, ତାକୁ ଦୃଷ୍ଟିରେ ରଖି ଆଗାମୀ ସମୟରେ ଦୁଇଟି ଅଲଗା ଅଲଗା ସ୍ଥାନରେ ଭାରତୀୟ ଦଳ ଗୋଟିଏ ସମୟରେ ମ୍ୟାଚ୍ ଖେଳିବା ସାଧାରଣ କଥା ହୋଇଯିବ। କୋହଲିଙ୍କ ନେତୃତ୍ଵରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ର ଫାଇନାଲ୍ ଏବଂ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଖେଳିବାକୁ ଇଂଲଣ୍ଡ ଗସ୍ତ କରିବ। ଅନ୍ୟପଟେ ଦ୍ଵିତୀୟ ଧାଡିର ଭାରତୀୟ ଦଳ ଜୁଲାଇରେ ଟି-୨୦ ଓ ଦିନିକିଆ ସିରିଜ୍ ଖେଳିବାକୁ ଶ୍ରୀଲଙ୍କା ଗସ୍ତ କରିବ।

କୋହଲି କହିଛନ୍ତି, ଖେଳାଳିଙ୍କୁ ଜୈବ ନିରାପତ୍ତା ବଳୟରେ ହେଉଥିବା ଥକାପଣରୁ ସୁସ୍ଥ ପାଇଁ ବିଶ୍ରାମର ଆବଶ୍ୟକତା ରହିଛି। ଆଜି ଇଂଲଣ୍ଡ ଗସ୍ତ କରିବା ପୂର୍ବରୁ କୋହଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ବର୍ତ୍ତମାନ କରୋନା ସମୟରେ ଯେଉଁଭଳି ପରିବେଶ ହୋଇଛି ଏବଂ ଯେଉଁ ଢାଞ୍ଚାରେ ଖେଳିବାକୁ ପଡୁଛି ସେଥିରେ ଖେଳାଳିଙ୍କ ଉତ୍ସାହ ଜାରି ରଖିବା ଏବଂ ମାନସିକ ଭାବେ ମଜବୁତ ରହିବା ବହୁତ ମୁସ୍କିଲ। ତେଣୁ ଏବେ ଦୁଇଟି ଅଲଗା ଅଲଗା ସ୍ଥାନରେ ଦୁଇ ଦଳ ଗୋଟିଏ ସମୟରେ ଖେଳିବା ସାଧାରଣ କଥା ହୋଇଯିବ। ଯଦି ଦୁଇଟି ଟିମ୍ ଖେଳିବେ ତେବେ ଭାରତୀୟ ଦଳର ଦୁଇ ଜଣ ଅଧିନାୟକ ମଧ୍ୟ ରହିବେ। ଦେଖିବା ବାକି ରହିଲା ଯେ, ଶ୍ରୀଲଙ୍କା ଗସ୍ତରେ କାହାକୁ ଅଧିନାୟକ ଦାୟିତ୍ଵ ଦିଆଯାଉଛି।

ଭାରତୀୟ ଦଳ ମୁମ୍ବାଇରେ ୧୪ ଦିନ କ୍ଵାରେଣ୍ଟାଇନ୍‌ରେ ରହିବା ପରେ ଆଜି ଇଂଲଣ୍ଡ ଗସ୍ତ କରିବ। ଏହା ପରେ ଦଳ ସେଠାରେ ମଧ୍ୟ କଡା କ୍ଵାରେଣ୍ଟାଇନ୍‌ରେ ରହିବ। ଅନ୍ୟପଟେ ନ୍ୟୁଜିଲାଣ୍ଡ ଇଂଲଣ୍ଡରେ ପହଞ୍ଚି ଘରୋଇ ଦଳ ବିପକ୍ଷରେ ଟେଷ୍ଟ ସିରିଜ୍ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଭାରତୀୟ ଦଳ ପାଇଁ ଅଭ୍ୟାସ୍ ମ୍ୟାଚ୍‌ର କୌଣସି ବ୍ୟବସ୍ଥା ନାହିଁ।

   Related Posts