Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

ଫୋର୍ବସ୍ ଟପ୍ ୧୦୦ରେ କୋହଲି: ଏକମାତ୍ର କ୍ରିକେଟର ଭାବେ ୨୦୨୦ର ସର୍ବାଧିକ ଆୟକାରୀଙ୍କ ମଧ୍ୟରେ ଭାରତୀୟ ଅଧିନାୟକ

30/05/2020 at 5:15 PM

ନୂଆଦିଲ୍ଲୀ, ୩୦|୦୫: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ସବୁଠାରୁ ଅଧିକ ଆୟ କରୁଥିବା ୧୦୦ ଖେଳାଳିଙ୍କ ତାଲିକାରେ ସାମିଲ ହୋଇଛନ୍ତି । ଫୋର୍ବସ୍ ମାଗାଜିନ୍ ଦ୍ୱାରା ଏହି ତାଲିକା ପ୍ରକାଶ ପାଇଛି । ଏହି ଦକ୍ଷିଣହାତୀ ବ୍ୟାଟସମ୍ୟାନ୍ ଜଣଙ୍କ ଏକମାତ୍ର କ୍ରିକେଟର ଭାବେ ଏହି ତାଲିକାରେ ରହିଛନ୍ତି ।

ଫୋର୍ବସ୍ ଅନୁସାରେ, କୋହଲିଙ୍କ ମୋଟ୍ ଆୟ ୨୬ ମିଲିୟନ ଡଲାର । ଏହା ମଧ୍ୟରୁ ୨୪ ମିଲିୟନ୍ ଡଲାର ହେଉଛି ବିଭିନ୍ନ ବିଜ୍ଞାପନରୁ ହୋଇଥିବା ଆୟ ଓ ଅନ୍ୟ ୨ ମିଲିୟନ ଡଲାର ହେଉଛି ସେ ଦରମା ସୂତ୍ରରେ ପାଉଥିବା ଅର୍ଥ । ୨୦୧୯ ଅପେକ୍ଷା ସେ ୩୦ଟି ସ୍ଥାନ ଉପରକୁ ଉଠି ୬୬ ସ୍ଥାନରେ ପହଁଚିଛନ୍ତି ।

ଫୋର୍ବସ୍ ଖେଳାଳିଙ୍କ ମୋଟ ଆୟ ଯେପରିକି ଦରମା, ବିଜ୍ଞାପନରୁ ମିଳୁଥିବା ଅର୍ଥ, ବୋନସ, ରୟାଲଟି ଆଦିକୁ ମିଶାଇ ତାଲିକା ପ୍ରସ୍ତୁତ କରିଥାଏ । ଜୁନ ୧, ୨୦୧୯ରୁ ଜୁନ ୧, ୨୦୨୦ ଯାଏଁର ଆୟକୁ ହିସାବରେ ନିଆଯାଏ । ଏହା ଦ୍ୱିତୀୟ ଥର ପାଇଁ ହୋଇଛି ଯେତେବେଳେ ବିରାଟ ଏକମାତ୍ର ଭାରତୀୟ ଖେଳାଳି ଭାବେ ଏହି ତାଲିକାରେ ସାମିଲ ହୋଇଛନ୍ତି । ୨୦୧୯ର ସେ ୧୦୦ତମ ସ୍ଥାନରେ ରହିଥିଲେ । ସେତେବେଳେ ତାଙ୍କର ମୋଟ ଆୟ ଥିଲା ୨୫ ମିଲିୟନ ଡଲାର  ।

ଏହି ତାଲିକାରେ ସର୍ବାଗ୍ରେ ଅଛନ୍ତି ଟେନିସ୍ ତାରକା ରୋଜର୍ ଫେଡେରର୍ । ତାଙ୍କର ବାର୍ଷିକ ଆୟ ୧୦୬.୩ ମିଲିୟନ ଡଲାର । ଏହାପରେ ପର୍ତ୍ତୁଗାଲର ଷ୍ଟାର ଫୁଟୁବଲର କ୍ରିଷ୍ଟିଆନୋ ରୋନାଲ୍ଡୋ ରହିଛନ୍ତି । ଗତ ଏକ ବର୍ଷ ମଧ୍ୟରେ ରୋନାଲ୍ଡୋଙ୍କ ମୋଟ ଆୟ ହେଉଛି ୧୦୫ ମିଲିୟନ ଡଲାର ।

   Related Posts