Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : କୁମ୍ଭମେଳା ଫେରନ୍ତା ୧୩ଜଣ କରୋନା ପଜିଟିଭ୍, ରେଳ ଯାତ୍ରୀଙ୍କ ରିପୋର୍ଟ ଯାଞ୍ଚ କଡାକଡି
  • ||
  • ଆଠମଲ୍ଲିକ : ଜଳ ପ୍ରକଳ୍ପ ସ୍ଥାନାନ୍ତର ପ୍ରତିବାଦ, ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ
  • ||
  • ପୁରୀ : ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||
  • ମାଲକାନଗିରି : ପୋଲିସ-ନକ୍ସଲ ଗୁଳିବିନମୟ : ଜଣେ ନିହତ, ମୁଣ୍ଡ ଉପରେ ୫ଲକ୍ଷ ଟଙ୍କାର ପୁରସ୍କାର
  • ||
  • ତେଲକୋଇ : ମହୁଲ ବୋଝେଇ ମିନିଟ୍ରକ୍ ଜବତ, ଜଣେ ଅଟକ
  • ||
  • ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||
  • ଲମତାପୁଟ : ୧୧ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୪ ଗିରଫ
  • ||
  • ରାଜ୍ୟରେ କରୋନା ନେଲା ଆଉ ୫ ଜଣଙ୍କ ଜୀବନ, ୧୯୫୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ରାଜ୍ୟରେ ୪ହଜାର ଉପରେ କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୪୭୬୧ ପଜିଟିଭ୍ ଚିହ୍ନଟ
  • ||
  • ବ୍ରହ୍ମପୁର : ସରିଲା ବ୍ରହ୍ମପୁରର ପ୍ରସିଦ୍ଧ ମା ବୁଢୀ ଠାକୁରାଣୀଙ୍କ ଯାତ୍ରା
  • ||

ବେନ୍ ଷ୍ଟୋକସଙ୍କ ଚାଲ୍ ଧରିଦେଲେ କୋହଲି, ଏମିତି କଲେ ଫେଲ୍

25/02/2021 at 8:19 AM

ଅହମ୍ମଦାବାଦ,୨୫/୦୨:  ଅହମ୍ମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଥିବା ଟେଷ୍ଟ ସିରିଜର ତୃତୀୟ ମ୍ୟାଚରେ ଭାରତର ସ୍ଥିତି ମଜବୁତ ରହିଛି । ଇଂଲଣ୍ଡ ପ୍ରଥମ ଇନିଂସରେ ୧୧୨ ରନ୍ କରି ଅଲଆଉଟ୍ ହୋଇଯାଇଛି । ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ସିରିଜର ପ୍ରଥମ ଟେଷ୍ଟ ଭଳି ଅଙମ୍ମଦାବାଦରେ ମଧ୍ୟ ବଡ ପାଳି ଖେଳିବେ ବୋଲି ସେ ଚିନ୍ତା କରିଥିଲେ । କିନ୍ତୁ ଏପରି ହୋଇନଥିଲା ।

ଇଂଲଣ୍ଡର ପ୍ରଥମ ଇନିଂସରେ ଫିଲ୍ଡରେ ଏକ ଘଟଣା ଘଟିଥିଲା । କ୍ରିଜରେ ବ୍ୟାଟିଂ କରୁଥିଲେ ବେନ୍ ଷ୍ଟୋକସ୍ । ବୋଲିଂ କରୁଥିଲେ ଭାରତୀୟ ସ୍ପିନର୍ ଆର ଅଶ୍ୱିନ । ଅଶ୍ୱିନ ବୋଲିଂ କରିବାକୁ ଯିବା ବେଳେ ଷ୍ଟୋକସ୍ ହାତ ଦେଖାଇ ରୋକିଥିଲେ । ଷ୍ଟୋକସ୍ ଏପରି କରି ଅଶ୍ୱିନଙ୍କ ଧ୍ୟାନ ଭଙ୍ଗ କରିବାକୁ ଚେଷ୍ଟା କରିଥିଲେ ।

ଏପରି କରିବା ପରେ ସ୍ଲିପରେ ଥିଆ ହୋଇଥିବା ବିରାଟ କୋହଲି ଷ୍ଟୋକସଙ୍କ ପାଖକୁ ଆସି ସମୟ ବରବାଦ ନକରିବାକୁ କହିଥିଲେ । ଏହି କଥା ଷ୍ଟମ୍ପରେ ଲାଗିଥିବା ମାଇକରେ ରେକର୍ଡ ହୋଇଥିଲା । ତେବେ ଷ୍ଟୋକସ୍ ଅଧିକ ସମୟ କ୍ରିଜରେ ରହିପାରିନଥିଲେ । ସେ ୨୪ ବଲରୁ ୬ ରନ୍ କରି ଆଉଟ ହୋଇଥିଲେ । ସେ ଅକ୍ଷର ପଟେଲଙ୍କ ଶିକାର ହୋଇଥିଲେ ।

ସୂଚନାଯୋଗ୍ୟ, ଏହି ପିଙ୍କ ବଲ୍ ଟେଷ୍ଟରେ ଭାରତ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୯୯ ରନ୍ କରି ୩ ଓ୍ୱିକେଟ୍ ହରାଇଛି । ରୋହିତ ଶର୍ମା ୫୭ ଓ ଆଜିଙ୍କ୍ୟ ରାହାଣେ ୧ ରନ୍ କରି ବ୍ୟାଟିଂ କରୁଛନ୍ତି । ପ୍ରଥମ ଦିନର ଖେଳ ଶେଷ ହେବାର  କିଛି ସମୟ ପୂର୍ବରୁ ବିରାଟ କୋହଲି ୨୭ ରନ୍ କରି ପ୍ୟାଭିଲିୟନ ଫେରିଥିଲେ ।

   Related Posts