Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ବିରାଟ କୋହଲିଙ୍କ ଝିଅଙ୍କୁ ଦୁଷ୍କର୍ମ ଧମକ ଦେଇଥିବା ଅଭିଯୋଗରେ ସଫ୍ଟୱେୟାର ଇଞ୍ଜିନିୟର ଗିରଫ

10/11/2021 at 6:02 PM

ମୁମ୍ବାଇ ୧୦/୧୧ : ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଝିଅଙ୍କୁ ଦୁଷ୍କର୍ମ ଧମକ ଦେଇଥିବା ଯୁବକକୁ ମୁମ୍ବାଇ ପୋଲିସ ବୁଧବାର ଦିନ ଗିରଫ କରିଛି। ଅଭିଯୁକ୍ତର ନାମ ରାମ ନାଗେଶ ଅଲିବିଥିନ। ଅଭିଯୁକ୍ତଙ୍କୁ ହାଇଦ୍ରାବାଦରୁ ପୋଲିସ ଗିରଫ କରିଛି। ୨୩ ବର୍ଷିୟ ରାମନାଗେଶକୁ ମୁମ୍ବାଇର ସାଇବର ବିଭାଗ ପୋଲିସ ଗିରଫ କରିଛି।

ଅଭିଯୁକ୍ତ ଜଣକ ସଫ୍ଟୱେୟାର ଇଞ୍ଜିନିୟର। ସେ ପ୍ରଥମେ ଖାଦ୍ୟ ଡେଲିଭରି ଆପରେ ସଫ୍ଟୱେୟାର କାମ କରୁଥିଲେ। ଟି୨୦ ବିଶ୍ୱକପ ଖେଳରେ ଭାରତ ପାକିସ୍ଥାନ ଠାରୁ ହାରିବା ପରେ ବିରାଟ ଓ ତାଙ୍କ ପରିବାରକୁ ଧମକ ଦିଆଯାଇଥିଲା । ଟ୍ୱିଟରର ଏକ ଅଜଣା ଏକାଉଣ୍ଟରୁ ବିରାଟଙ୍କ ଝିଅଙ୍କୁ ଦୁଷ୍କର୍ମ ଧମକ ମିଳିଥିଲା । ସେହି ଟ୍ୱିଟର ଏକାଉଣ୍ଟକୁ ଏବେ ଡିଲିଟ କରିଦିଆ ଯାଇଛି।

ଏହି ଘଟଣାକୁ ଦିଲ୍ଲୀ ମହିଳା ଆୟୋଗ ଯାଞ୍ଚ କରିଥିଲେ। ମହିଳା ଆୟୋଗ ପକ୍ଷରୁ ପୋଲିସକୁ ଏହି ଘଟଣା ବିଷୟରେ ସୂଚନା ଦିଆଯାଇଥିଲା । ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷା ସ୍ୱାତି ମାଲିୱାଲ ପୋଲିସକୁ ସୂଚନା ଦେଇ ଅଭିଯୁକ୍ତକୁ ଶୀଘ୍ର ଗିରଫ କରିବାକୁ ଦାବି କରିଥିଲେ । ଏହି ଘଟଣାକୁ ଅତ୍ୟନ୍ତ ଲଜ୍ଜ୍ୟା ଜନକ ବୋଲି ସ୍ୱାତି ମାଲିୱାଲ କହିଛନ୍ତି ।

   Related Posts