ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ବିରାଟ କୋହଲିଙ୍କ ୨୦ ହଜାର ରନ

Published By : Prameya-News7 Bureau | June 27, 2019 IST

ମଞ୍ଚେଷ୍ଟର ୨୭/୬ : ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ବିରାଟ କୋହଲି ୨୦ ହଜାର ରନ ହାସଲ କରିଛନ୍ତି । ଭାରତ ୱେଷ୍ଟଇଣ୍ଡିଜ ମ୍ୟାଚରେ ସେ ଏହି ସଫଳତା ହାସଲ କରିଛନ୍ତି । ବିଶ୍ୱକପରେ ଏହି ମ୍ୟାଚର ୨୩ତମ ଓଭରରେ ୧ ରନ କରି ୨୦ ହଜାର ରନ ପୁରା କରିଛନ୍ତି ବିରାଟ କୋହଲି । ସର୍ବାଧିକ ରନ ସଂଗ୍ରହ କରିଥିବା ଭାରତୀୟ ଖେଳାଳିଙ୍କ ତାଲିକାରେ ବିରାଟ ତୃତୀୟ ସ୍ଥାନରେ ରହିଛନ୍ତି । ସଚିନ ତେନ୍ଦୁଲକର ୩୪,୩୫୭ ରନ କରିଥିବାବେଳେ ରାହୁଲ ଦ୍ରାବିଡ଼ ୨୪,୨୦୮ ରନ ସଂଗ୍ରହ କରିଛନ୍ତି । ସେହିଭଳି ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ୧୮,୫୭୫ ରନ କରିଛନ୍ତି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.