ବାପା ହେଲା ପରେ ବଦଳିଗଲେ ବିରାଟ: Twitter​‌ରେ ବଦଳାଇଲେ bio, ପଢ଼ନ୍ତୁ ଲେଖିଲେ କ’ଣ...

Published By : Prameya-News7 Bureau | January 18, 2021 IST

ନୂଆଦିଲ୍ଲୀ ୧୮/୦୧: ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ଏବଂ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କର କନ୍ୟା ସନ୍ତାନ ଜନ୍ମ ନେଇଛି। ବିରୁଷ୍କାଙ୍କ ଝିଅ ୧୧ ଜାନୁଆରୀରେ ଜନ୍ମ ହୋଇଥିବା ବେଳେ ସୋସିଆଲ ମିଡିଆରେ ଚର୍ଚ୍ଚା ଥମିନି। ବାପା ହେଲେ ବିରାଟ, ମା ହେଲେ ଅନୁଷ୍କା। ଏହି ଖବର ମିଳିବା ପ​‌ରେ ଫ୍ୟାନ୍ସଙ୍କ ମହଲରେ ଖୁସି କହିଲେ ନସରେ।

୨୦୨୦ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଅଧିନାୟକ ଭାବେ କୋହଲି ଖେଳୁଥିବା ବେଳେ ବାପା ହେବା ନେଇ ସୋସିଆଲ ମିଡିଆରେ ସମ୍ୟକ ସୂଚନା ଦେଇଥିଲେ। ଏବେ ଜଣେ କନ୍ୟା ସନ୍ତାନର ପିତା ହେବା ପରେ ଟ୍ବିଟ୍‌ରରେ ନିଜ ବାୟୋ ପରିବର୍ତ୍ତନ କରିଛନ୍ତି ବିରାଟ କୋହଲି। ସେ ଲେଖିଛନ୍ତି ‘ଜଣେ ଗର୍ବିତ ସ୍ବାମୀ ଓ ପିତା।’

{"id":394244,"width":580,"height":362,"sizeSlug":"large","linkDestination":"none"}

ବିରୁଷ୍କାଙ୍କ ଯୋଡ଼ିକୁ କିଏ ବା ଭଲ ନପାଏ। ପରଷ୍ପର ମଧ୍ୟରେ ଭଲ ପାଇବାକୁ ବଢ଼ାଇବା ପାଇଁ ବିରୁଷ୍କା ଗୋଟିଏ ବି ମଉକା ଛାଡ଼ନ୍ତିନାହିଁ। ଅନୁଷ୍କାଙ୍କ ପ୍ରସବ ପୂର୍ବରୁ ବିରାଟ ଆଡିଲେଡ୍‌ ଟେଷ୍ଟ ଅଧାରୁ ଘରକୁ ଫେରିଆସିଥିଲେ। ଏହି ସମୟରେ ପତ୍ନୀଙ୍କ ସହ ରହିବାକୁ ବେଶୀ ଠିକ୍‌ ମଣିଥିଲେ ବିରାଟ।

ବିରୁଷ୍କାଙ୍କ ଝିଅ ଜନ୍ମ ନେବା ପରେ କେବଳ ଭାରତରେ ନୁହେଁ ବରଂ ବିଶ୍ବରେ ଥିବା ଫ୍ୟାନ ଶୁଭେଚ୍ଛା ଜଣାଇଥିଲେ। କିନ୍ତୁ ବିରୁଷ୍ମା ନିଜ ଝିଅକୁ ଏବେ ସିକ୍ରେଟ୍‌ ରଖିବେ ବୋଲି କହିଛନ୍ତି। ଅନ୍ୟପଟେ ବିରାଟଙ୍କ ବଡ଼ ଭାଇ ଛୋଟିଆ ଝିଅର ଦୁଇ ପାଦ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଫ୍ୟାନ୍ସ ଭାବିନେଇଥିଲେ ଯେ ଏହା ବିରୁଷ୍ମାଙ୍କ ଝିଅର ପାଦ । କିନ୍ତୁ ଏହା ଗୋଟିଏ ଫଟୋ ବୋଲି ବିରାଟଙ୍କ ବଡ଼ ଭାଇ ସପେଇ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.