Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଟ୍ୱିଟରରେ ଡିପି ପରିବର୍ତ୍ତନ କଲେ ବିରାଟ, କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ରଖିଲେ ଲୋଗୋ

11/05/2020 at 3:13 PM

ନୂଆଦିଲ୍ଲୀ, ୧୧|୦୫ :  ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ସୋସିଆଲ ମିଡିଆରେ ମହାରାଷ୍ଟ୍ର ପୋଲିସର ସମ୍ମାନ କରି ଟ୍ୱିଟରରେ ନିଜର ଡିପିକୁ ପରିବର୍ତ୍ତନ କରିଛନ୍ତି । ସେ ନିଜ ଡିପିରେ ମହାରାଷ୍ଟ୍ର ପୋଲିସର ଲୋଗୋ ରଖିଛନ୍ତି । ପୋଲିସ କର୍ମୀମାନେ ସର୍ବଦା କଠିନ ପରିସ୍ଥିତିରେ ରାଜ୍ୟ ଓ ନାଗରିକଙ୍କୁ ସହ ଛିଡା ହୋଇଥାନ୍ତି ବୋଲି କୋହଲି କହିଛନ୍ତି ।

କୋହଲି ନିଜ ପ୍ରଶଂସକଙ୍କୁ ମଧ୍ୟ ଏପରି କରିବା ପାଇଁ ଅନୁରୋଧ କରିଛନ୍ତି । ସେ ଟ୍ୱିଟରେ କହିଛନ୍ତି ଯେ, ମହାରାଷ୍ଟ୍ର ପୋଲିସ ବିପଦ ସମୟରେ, ଆତଙ୍କବାଦୀ ଆକ୍ରମଣରେ ନାଗରିକଙ୍କ ସହ ରହିଥାଏ । ଆଜି ପୋଲିସ ବାହିନୀ କରୋନା ମୁକାବିଲାରେ ଯୋଦ୍ଧା ସାଜିଛି । ତେଣୁ ସେ ଟ୍ୱିଟରରେ ଡିପି ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଏହାପୂର୍ବରୁ କୋହଲି ଓ ପତ୍ନୀ ଅନୁଷ୍କା ଶର୍ମା ପୋଲିସ ଓ୍ୱେଲଫେୟାର ଫଣ୍ଡକୁ ୫ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । ଏହାକୁ ନେଇ ମୁମ୍ବାଇ ପୋଲିସ କମିସନର ପରମବୀର ସିଂ ଲେଖିଛନ୍ତି ଯେ, ପୋଲିସ ଓ୍ୱେଲଫେୟାର ଫମ୍ଡରେ ୫ ଲକ୍ଷ ଟଙ୍କା ପ୍ରଦାନ କରିଥିବାରୁ କୋହଲି ଓ ଅନୁଷ୍କାଙ୍କୁ ଧନ୍ୟବାଦ । ଏହି ଯୋଗଦାନ ସେହିମାନଙ୍କୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିବ ଯେଉଁମାନେ କରୋନା ଭାଇରସର ମୁକାବିଲା କରୁଛନ୍ତି ।

ବିରାଟ ଓ ଅନୁଷ୍କା ପୂର୍ବରୁ ପିଏମ କେୟାର୍ସ ଫଣ୍ଡକୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଏପରିକି ସେ ଆଇପିଏଲର ସାଥୀ ଖେଳାଳି ଏବି ଡିଭିଲର୍ସଙ୍କ ସହ ଯୋଗାଯୋଗ କରି କିଛି ଖେଳ ସାମଗ୍ରୀ ନିଲାମ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।

   Related Posts