ପିଙ୍କ ବଲ୍‌ ଟେଷ୍ଟ ପୂର୍ବରୁ ବିରାଟଙ୍କୁ ICCର ପ୍ରଶ୍ନ, କହିଲେ- ‘ତୁମେ କଣ କରିପାରିବନି’

Published By : Prameya-News7 Bureau | February 24, 2021 IST

ଅହମ୍ମଦାବାଦ ୨୪।୦୨: ଆଜିଠାରୁ ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ ମ୍ୟାଚ୍‌ । ବିରାଟଙ୍କ ନେତୃତ୍ୟରେ ଟିମ୍‌ ଇଣ୍ଡିଆ ୨ୟ ଟେଷ୍ଟ ପରି ଏହି ମ୍ୟାଚ୍‌କୁ ଜିତିବାରେ ଲକ୍ଷ୍ୟ ରଖିଛି । ଯାହାଦ୍ୱାରା ଟିମ୍‌ ଟେଷ୍ଟ ଚାମ୍ପିଆନ୍‌ସିପ୍‌ର ଫାଇନାଲରେ ପ୍ରବେଶ କରିବାରେ ସହଜ ହେବ । ଅହମ୍ମଦାବାଦରେ ନୂତନ ଭାବେ ନିର୍ମିତ ହୋଇଥିବା ଷ୍ଟାଡିୟମରେ ଜୋରଦାର ଅଭ୍ୟାସ ଜାରି ରଖିଛି ।  

ତେବେ ଟିମ୍ ଇଣ୍ଡିଆ ସ୍ପିନର ଅଶ୍ୱିନୀ ଓ ଦ୍ରୁତ ବୋଲର ଉମେଶ ଯାଦବ ପିଙ୍କ ବଲରେ ଅଭ୍ୟାସ କରୁଥିବାର ନଜର ଆସିଛି । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା କି , ଯେତେବେଳେ ଅଧିନାୟକ କୋହଲି ବୋଲିଂ ଅଭ୍ୟାସ୍‌ କରୁଥିଲେ । ଯାହାର ଭିଡିଓ ଆଇସିସି ନିଜ ସୋସିଆଲ୍‌ ମିଡିଆ ଆକାଉଣ୍ଟରେ ସେୟାର କରି ମଜାଲିଆ ପ୍ରଶ୍ନ ମଧ୍ୟ ପଚାରିଛି । ଯାହାକି ଖୁବ୍‌ ଭାଇରାଲ ହେବାର ଲାଗିଛି । 

ଆଇସିସିର ଏହି ଭିଡିଓକୁ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛି । ଏହାର କ୍ୟାପସନରେ ଲେଖିଛନ୍ତି ଯେ, “ଏପରି କଣ କାମ ଅଛି, ଯାହା ବିରାଟ କୋହଲି କରିନପାରନ୍ତି” । ବିରାଟ କୋହଲି କେବଳ ନେଟସ୍‌ରେ ବୋଲିଂ କରନ୍ତିନାହିଁ, ବରଂ ମ୍ୟାଚ୍‌ରେ ମଧ୍ୟ ବୋଲିଂ କରନ୍ତି । ବିରାଟଙ୍କ ନାମରେ କିଛି ଓ୍ୱିକେଟ୍‌ ମଧ୍ୟ ରହିଛି । ଦିନିକିଆ ଓ ଟି-୨୦ରେ ମୋଟ ୮ଟି ଓ୍ୱିକେଟ୍‌ ନେଇସାରିଛନ୍ତି ।

ସେହିପରି ବୁଧବାର ଦିନ ମ୍ୟାଚ୍‌ରେ ଇଶାନ୍ତ ଶର୍ମା ନିଜ କ୍ୟାରିୟର ୧୦୦ତମ ଟେଷ୍ଟ ମ୍ୟାଚ ଖେଳିବେ । ଗତ ୪ରୁ ୫ ବର୍ଷ ଇଶାନ୍ତ ଶର୍ମା ଲଗାତର ଭାବେ ନିଜ ଖେଳରେ ଉଚ୍ଚ ପ୍ରଦର୍ଶନ ଜାରି ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.