ମ୍ୟାଚ୍ ହାରିଲା ଆରସିବି, କିନ୍ତୁ ପ୍ରଥମ ଭାରତୀୟ ଭାବେ କୋହଲି ହାସଲ କଲେ ଏହି ଖାସ୍ ରେକର୍ଡ

Published By : Prameya-News7 Bureau | October 06, 2020 IST

ଦୁବାଇ, ୦୬ ।୧୦:  ଆଇପିଏଲର ୧୯ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଦିଲ୍ଲୀ କ୍ୟାପିଟାଲ୍ସ ୫୯ ରନରେ ପରାସ୍ତ କରିଛି । କିନ୍ତୁ ମ୍ୟାଚ୍ ହାରିବା ପରେ ମଧ୍ୟ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି ଏକ ଖାସ୍ ଉପଲବ୍ଧି ହାସଲ କରିଛନ୍ତି ।

ଭାରତୀୟ ଦଳ ଓ ଆରସିବି ଅଧିନାୟକ କୋହଲି ଟି୨୦ରେ ୯୦୦୦ ରନ୍ ପୂରଣ କରିଥିବା ପ୍ରଥମ ଭାରତୀୟ ହୋଇଛନ୍ତି । ହିଟମ୍ୟାନ୍ ରୋହିତ ଶର୍ମା ଏହି ରେକର୍ଡଠୁ ପଛରେ ପଡିଯାଇଛନ୍ତି ।

{"id":339591,"sizeSlug":"large"}

ସୋମବାର ଦିଲ୍ଲୀ ବିପକ୍ଷରେ ୧୦ ରନ୍ କରିବା ପରେ କୋହଲି ଟି୨୦ରେ ୯ ହଜାର ରନ୍ ପୂରଣ କରିଥିଲେ । ଏପରି କୀର୍ତ୍ତି ହାସଲ କରିଥିବା ସେ ହେଉଛନ୍ତି ୭ମ ବ୍ୟାଟସମ୍ୟାନ୍ । କୋହଲି ଚଉକା ମାରି ଏହି ଉପଲବ୍ଧି ହାସଲ କରିଛନ୍ତି ।

କୋହଲି ଏବେସୁଦ୍ଧା ୨୮୬ଟି ୨୦ ମ୍ୟାଚରେ୯୦୩୩ ରନ୍ କରିଛନ୍ତି । ତାଙ୍କର ଏହି ରନରେ ଆଭରେଜ୍ ରହିଛି ୪୧.୦୫ । ତାଙ୍କ ନାମରେ ୫ଟି ଶତକ ଓ ୬୫ଟି ଅର୍ଧଶତକ ରହିଛି ।

ଟି୨୦ରେ ସର୍ବାଧିକ ରନ୍

କ୍ରିସ୍ ଗେଲ-୪୦୪ ମ୍ୟାଚ୍-୧୩୨୯୬ ରନ୍

କିରନ ପୋଲାର୍ଡ -୫୧୭ ମ୍ୟାଚ୍-୧୦୩୭୦ ରନ୍

ସୋଏବ ମଲିକ- ୩୯୨ ମ୍ୟାଚ-୯୯୨୬ ରନ୍

ବ୍ରେଣ୍ଡନ୍ ମ୍ୟାକକୁଲମ-୩୭୦ ମ୍ୟାଚ୍- ୯୯୨୨ ରନ୍

ଡେଭିଡ୍ ଓ୍ୱାର୍ଣ୍ଣର-୨୮୭ ମ୍ୟାଚ୍-୯୪୫୧ ରନ୍

ଆରୋନ ଫିଞ୍ଚ-୨୯୨ ମ୍ୟାଚ୍- ୯୧୬୧ ରନ୍

ବିରାଟ କୋହଲି ୨୮୬ ମ୍ୟାଚ୍-୯୦୩୩ ରନ୍

ରୋହିତ ଶର୍ମା-୩୩୩ ମ୍ୟାଚ୍-୮୮୧୮ ରନ୍

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.