ଟେଷ୍ଟ କ୍ରିକେଟ ରେ ବିରାଟ ୧ ନମ୍ବର ବ୍ୟାଟ୍ସମ୍ୟାନ
5/08/2018 at 11:03 AM

ଟେଷ୍ଟ କ୍ରିକେଟରେ ବିରାଟ କୋହଲି ବିଶ୍ବର ନମ୍ବର ୱାନ ବ୍ୟାଟ୍ସ ମ୍ୟାନ । ସଚିନ ତେନ୍ଦୁଲକରଙ୍କ ପରେ କୋହଲି ପ୍ରଥମ ଭାରତୀୟ ଭାବେ ଏହି ସୌଭାଗ୍ୟ ଅର୍ଜନ କରିଛନ୍ତି । ବର୍ମିହାମରେ ଇଂଲଣ୍ଡ ବିପକ୍ଷରେ ଖେଳି କୋହଲି ୨୦୦ ରନ ସଂଗ୍ରହ କରିବା ସହିତ ୯୩୪ ପଏଣ୍ଟ ହାସଲ କରିବାରେ ସଫଳ ହୋଇଛନ୍ତି । ଅଷ୍ଟ୍ରେଲିଆ କ୍ୟାପ୍ଟେନ ଷ୍ଟିଭେନ ସ୍ମିଥ୍ ଙ୍କୁ ପଛରେ ପକାଇ ସେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଦ୍ବିତୀୟ ସ୍ଥାନରେ ଥିବା ସ୍ମିଥ ୯୨୯ ପଏଣ୍ଟ ହାସଲ କରିଛନ୍ତି । ବର୍ମିହାମ ଟେଷ୍ଟରେ କୋହଲି ପ୍ରଥମ ଇଂନିସରେ ୧୪୯ ରନ୍ ଓ ଦ୍ବିତୀୟ ଇଂନିସରେ ୫୧ ରନ କରିଥିଲେ । ଏହା ସହିତ ଏହି ଟେଷ୍ଟରେ ସେ ତାଙ୍କ କ୍ୟାରିୟରର ୨୨ତମ ଶତକ କରିବାକୁ ସକ୍ଷମ ହୋଇଛନ୍ତି.