ଆଇସୋଲେସନରେ ବିରୁଷ୍କା: ରିଲାକ୍ସ ମୁଡରେ ମଜା-ମସ୍ତୀ, ଦେଲେ ବି ସଚେତନତାର ମେସେଜ୍

Published By : Prameya-News7 Bureau | March 21, 2020 IST

ମୁମ୍ବାଇ, ୨୧|୦୩:  କରୋନା ଭାଇରସ ପାଇଁ ବଲିଉଡର ଅନେକ ସେଲିବ୍ରିଟୀ ନିଜକୁ ଆଇସୋଲେସନରେ ରଖିଛନ୍ତି। ଏହି ସମୟରେ ଅନୁଷ୍କା ଶର୍ମା ଓ ତାଙ୍କ ପତି ତଥା ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ନିଜ କାମ ଓ ମ୍ୟାଚ କ୍ୟାନସଲ କରି ଘରେ ରହିଛନ୍ତି। କ୍ରିକେଟ ଓ ଫିଲ୍ମ୍ ଜଗତର ଏହି ଚର୍ଚ୍ଚିତ ଯୋଡି ଘରେ ସମୟ ବିତାଉଛନ୍ତି। ଏଥିରେ ଉଭୟଙ୍କୁ ନୂଆ ରୂପରେ ଦେଖିବାକୁ ମିଳିଛି।

wp:core-embed/instagram {"url":"https://www.instagram.com/p/B9_QRsTp0qK/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/B9_QRsTp0qK/?utm_source=ig_embed
/wp:core-embed/instagram

ଅନୁଷ୍କା ନିଜ ଇନଷ୍ଟାଗ୍ରାମରେ ବିରାଟଙ୍କ ସହ ଏକ କ୍ୟୁଟ ଫଟୋ ସେୟାର କରିଛନ୍ତି। ଏଥିରେ ଉଭୟ ଅଜବ ମୁହଁ କରି ମଜା କରୁଛନ୍ତି। ଫଟୋ ସେୟାର କରି ଅନୁଷ୍କା ପରସ୍ପରକୁ ବିଭିନ୍ନ ଉପାୟରେ ଭଲ ପାଉଥିବା ଲେଖିଛନ୍ତି।

ଅନୁଷ୍କାଙ୍କ ଏହି ପୋଷ୍ଟକୁ କୋଟିଏରୁ ଅଧିକ ଲୋକ ଲାଇକ କରିଛନ୍ତି। ସେ ନିକଟରେ ଏକ ଭିଡିଓ ପୋଷ୍ଟ କରି କରୋନା ବ୍ୟାପିବାକୁ ରୋକିବା ପାଇଁ ସାବଧାନ ହେବାକୁ ଲୋକଙ୍କୁ ଅପିଲ କରିଥିଲେ। ସେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ହାତ ଧୋଇବା ଚ୍ୟାଲେଞ୍ଜକୁ ସ୍ୱୀକାର କରିଥିଲେ। ସେ ଲୋକଙ୍କୁ ହାତ ଧୋଇବାର ଉପାୟ କହିଛନ୍ତି।

wp:core-embed/instagram {"url":"https://www.instagram.com/p/B98Skz4pt-s/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/B98Skz4pt-s/?utm_source=ig_embed
/wp:core-embed/instagram

ଏହା ବ୍ୟତୀତ ସେ ପତ୍ନୀ ବିରାଟଙ୍କ ସହ ମିଶି ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ଜନତାଙ୍କୁ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.