ବିରୁଷ୍କାଙ୍କ କନ୍ୟା ସନ୍ତାନର ଆସିଲା ପ୍ରଥମ ଫଟୋ, ଭାଇ ବିକାସ କୋହଲି କଲେ ସେୟାର

Published By : Prameya-News7 Bureau | January 12, 2021 IST

ମୁମ୍ବାଇ ୧୨।୧: ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟର ବିରାଟ କୋହଲି କୋଳକୁ ଆସିଛି କନ୍ୟା ସନ୍ତାନ । ଅନୁଷ୍କା ୧୧ ଜାନୁଆରୀ ଦ୍ବିପ୍ରହର ସମୟରେ ମୁମ୍ବାଇରେ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ଏ ନେଇ ବିରାଟ ତାଙ୍କ ଟ୍ବିଟରରେ ଏକ ମେସେଜ ଲେଖି ସୂଚନା ଦେଇଥିଲେ । ବିରୁଷ୍କାଙ୍କ ଫ୍ୟାନ୍ସ ତାଙ୍କ ଝିଅର ଗୋଟିଏ ଝଲକ ପାଇବା ପାଇଁ ବ୍ୟାକୁଳ ଥିଲେ । ଫ୍ୟାନ୍ସଙ୍କର ଏହି ଆଶାକୁ ବିରାଟଙ୍କ ଭାଇ ବିକାସ କୋହଲି ପୂରା କରିଛନ୍ତି । ବିକାସ କୋହଲି ବିରାଟ ଏବଂ ଅନୁଷ୍କାଙ୍କ ଝିଅର ପ୍ରଥମ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

wp:html
/wp:html

ବିକାସ କୋହଲି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବିରୁଷ୍କାଙ୍କ ଝିଅର ପାଦର ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ଓ୍ବେଲକମ୍ ଲେଖାଯାଇଛି । ବିରାଟ ଏବଂ ଅନୁଷ୍କାଙ୍କ ଫଟୋ ସେୟାର କରି ବିକାସ ଲେଖିଛନ୍ତି, ‘ଘରକୁ ଆସିଲା ଛୋଟ ପରୀ, ଖୁସିର ଠିକଣା ନାହିଁ ।’

{"id":391077,"sizeSlug":"large","linkDestination":"none"}

ବିରାଟ କୋହଲି ସୋମବାର ଦିନ କନ୍ୟା ସନ୍ତାନ ଜନ୍ମ ହେବାର ଖୁସି ଖବର ସୋସିଆଲ ମିଡିଆରେ ସେୟାର କରି ଲେଖିଥିଲେ, ‘ଆମ ଦୁହିଁକୁ ଏହା କହିବାରେ ବହୁତ ଖୁସି ହେଉଛି ଯେ ଆଜି ଆମର କନ୍ୟା ସନ୍ତାନ ଜନ୍ମ ନେଇଛି । ଆପଣମାନଙ୍କ ଭଲପାଇବା ପାଇଁ ଆମେ କୃତଜ୍ଞ । ଅନୁଷ୍କା ଏବଂ ଆମ ଝିଅ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ଏହା ଆମର ସୌଭାଗ୍ୟ ଯେ ଆମକୁ ଏଭଳି ଅନୁଭବ ମିଳିଲା ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.