Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଇରଙ୍ଗପୁର: ଗୋରୁମହିଷାଣି ପୋଲିସର ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ, ସାମିଲ ଥିଲେ ସ୍ଥାନୀୟ ଲୋକେ
  • ||
  • ବଲାଙ୍ଗୀର: ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ, ଗଡିଲା ଶହ ଶହ ପଶୁ-ପକ୍ଷୀଙ୍କ ମୁଣ୍ଡ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ୨ୟ ପର୍ଯ୍ୟାୟ କୋଭିଡ ଟିକା: ସ୍ପାଇସ୍ ଜେଟ୍‌ରେ ଆସିଲା ଟିକା
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ହାଇଦ୍ରାବାଦ : ପାଠ ପଢୁନଥିଲା ବୋଲି ୧୦ ବର୍ଷର ପୁଅକୁ ଜିଅନ୍ତା ଜାଳିଦେଲା ବାପା, ପୋଡିଯାଇଛି ଶରୀରର ୬୫ ଭାଗ
  • ||
  • ବଡବିଲ : ନର୍ଭେରାମ ଖଣି କାର୍ଯ୍ୟାଳୟରେ ଆୟକର ଚଢାଉ, ବିଭିନ୍ନ କାଗଜପତ୍ରର ଯାଞ୍ଚ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୨ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

ସଚ୍ଚିନଙ୍କ ରେକର୍ଡ ଭାଙ୍ଗିଲେ ବିରାଟ, ରଚିଲେ ଆଉ ଏକ ଇତିହାସ…

2/12/2020 at 12:55 PM

କାନବେରା ୦୨।୧୨: ଇତିହାସର ଫର୍ଦ୍ଦରେ ବିରାଟ କୋହଲିଙ୍କ ଆଉ ଗୋଟିଏ ପୃଷ୍ଠା । ଅଷ୍ଟ୍ରେଲିଆ ବିରୋଧରେ ଖେଳାଯାଉଥିବା ତୃତୀୟ ଦିନିକିଆରେ ବିରାଟ କୋହଲି ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି । ତୃତୀୟ ଦିନିକିଆରେ ୨୩ ରନ୍‌ ସଂଗ୍ରହ କରି ବିରାଟ କୋହଲି ବିଶ୍ୱର ସବୁଠାରୁ ଦ୍ରୁତତମ ଖେଳାଲି ଭାବେ ୧୨ହଜାର ରନ୍ ସଂଗ୍ରହ କରିଛନ୍ତି । ବିଶ୍ୱ କ୍ରିକେଟରେ ସବୁଠାରୁ ଦ୍ରୁତତମ ୧୨ହଜାର ରନ୍‌ କରିବାରେ ବିରାଟ କୋହିଲ ମହାନ ବ୍ୟାଟସମ୍ୟାନ୍‌ ସଚ୍ଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଦେଇଛନ୍ତି । ଏହାପୂର୍ବରୁ ଏହି ରେକର୍ଡ କେବଳ ସଚ୍ଚିନଙ୍କ ନାମରେ ରହିଥିଲେ । ଯାହାକୁ ଆଜି ବିରାଟ କୋହଲି ଭାଙ୍ଗିଛନ୍ତି ।  

ବିରାଟ କୋହିଲ ମାତ୍ର ୨୪୨ପାରି ଖେଳି ଦିନିକିଆ କ୍ରିକେଟରେ ୧୨ହଜାର ରନ୍‌ ପୂରଣ କରିଛନ୍ତି । ଏହାପୂର୍ବରୁ ଦିନିକିଆ କ୍ରିକେଟରେ ସବୁଠାରୁ ଦ୍ରୁତ ଭାବେ ୧୨ହଜାର ରନ୍‌ ପୂରଣ କରିବାର ରେକର୍ଡ ସଚ୍ଚିନ ତେନ୍ଦୁଲକରଙ୍କ ନାଁରେ ରହିଥିଲେ । ସଚ୍ଚିନ ତେନ୍ଦୁଲକର ୩୦୦ ପାରି ଖେଳି ଦିନିକିଆ କ୍ରିକେଟରେ ୧୨ହଜାର ରନ୍‌ ପୂରଣ କରିଥିଲେ । ତେବେ ସଚ୍ଚିନଙ୍କ ତୁଳନାରେ ବିରାଟ କୋହଲି ୫୮ଟି ପାରି ପଛରେ ଥାଇ ଏହି ରେକର୍ଡ ହାସଲ କରିଛନ୍ତି ।

ସେହିପରି ବିରୋଟ କୋହଲିଙ୍କ ବ୍ୟତୀତ ଆଉ ୫ଖେଳାଳି ଏହି ରେକର୍ଡ କରିଛନ୍ତି । ସେମାନଙ୍କ ମଧ୍ୟରେ ସଚ୍ଚିନ ତେନ୍ଦୁଲକର, ଜୟସୂରିଆ, କୁମାର ସାଙ୍ଗକାରା, ରିକି ପଣ୍ଟିଂ ଓ ମାହେଲା ଜୟବର୍ଦ୍ଧନେ ହିଁ ୧୨ହଜାର ରନ୍‌ କରିବାରେ ସଫଳ ହୋଇଥିଲେ । ବିରାଟ କୋହଲି ବର୍ତ୍ତମାନ ସମୟରେ ବିଶ୍ୱ କ୍ରିକେଟର ନମ୍ବର ୧ ବ୍ୟାଟସମ୍ୟାନ୍‌ । ବିରାଟଙ୍କ ନାମରେ ଦିନିକିଆ କ୍ରିକେଟର ଦ୍ରୁତତନ ୮ହଜାର ରନ (୧୭୫ ପାରି), ୯ହଜାର ରନ୍‌ (୧୯୪ ପାରି), ୧୦୦୦୦(୨୦୫ ପାରି) ଏବଂ ୧୧୦୦୦ରନ୍‌ (୨୨୨ ପାରି)ରେ ପୂରଣ କରିବାର ରେକର୍ଡ କରିଛି ।

ବିରାଟ କୋହଲି ଦିନିକିଆ କ୍ରିକେଟ ଇତାହସରେ ସବୁଠାର ଜଣେ ଉଚ୍ଚକୋଟୀର ବ୍ୟାଟସମ୍ୟାନ । ବିରାଟ କୋହଲି ବର୍ତ୍ତମାନ ପର୍ଯ୍ୟନ୍ତ ଦିନିକିଆ କ୍ରିକେଟରେ ୨୫୦ଟି ମ୍ୟାଚ୍‌ ଖେଳି ୫୯.୨୯ ପ୍ରତିଶତରେ ୧୧୯୭୭ରନ୍‌ ସଂଗ୍ରହ କରିଛନ୍ତି । ବିରାଟ କୋହଲି ଦିନିକିଆ କ୍ରିକେଟରେ ୪୩ଟି ଶତକ ଓ ୫୯ଟି ଅର୍ଦ୍ଧଶତକ ହାସଲ କରିସାରିଛନ୍ତି ।  ଦିନିକିଆ କ୍ରିକେଟରେ ବିରାଟ କୋହଲିଙ୍କ ଠାରୁ ସବୁଠାରୁ ଅଧିକ ଶତକ କେବଳ ସଚ୍ଚିନ ତେନ୍ଦୁଲକାରଙ୍କ ନାଁରେ ରହିଛି । ସଚ୍ଚିନଙ୍କ ନାଁରେ ୪୯ଟି ଶତକ ରହିଥିବା ବେଳେ ଏବେ ବିରାଟ କୋହଲିଙ୍କ ନିକଟରେ ଏହି ରେକର୍ଡ ଭାଙ୍ଗିବାର ସୁଯୋଗ ମଧ୍ୟ ରହିଛି ।

   Related Posts