ବିରାଟ କୋହଲୀ ଓ ଉର୍ବଶୀ ରୌତେଲାଙ୍କ ଭିଡିଓ ଭାଇରାଲ…

Published By : Prameya-News7 Bureau | February 02, 2020 IST

ମୁମ୍ବାଇ୨|୨: ଭାରତୀୟ ଟିମ୍‌ର କ୍ୟାପ୍‌ଟେନ୍‌ ବିରାଟ କୋହଲି ସବୁବେଳେ ଅଧିକାଂଶ ସମୟ ଚର୍ଚ୍ଚାରେ ରୁହନ୍ତି। କେବେ ଖେଳକୁ ନେଇ ତ କେବେ ନିଜ ବ୍ୟକ୍ତିଗତ ଜୀବନ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ଥାନ୍ତି। ନିକଟରେ ବିରାଟଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।  ଏହି ଭିଡିଓରେ ସେ ଜିମ୍‌ରେ ଥିବାର ନଜର ଆସିଛନ୍ତି। ତାଙ୍କ ଏକ୍ସରସାଇଜର ଏହି ଭିଡିଓ  ବଲିଉଡରେ ଚ୍ୟାଲେଞ୍ଜ ପାଲଟିଛି । କାରଣ ବିରାଟ କୋହଲିଙ୍କର ଏହି ଭିଡିଓ ପରେ ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ମଧ୍ୟ ନିଜର ଏକ୍ସରସାଇଜ ଭିଡିଓ ସେୟାର କରିଛନ୍ତି।

{"id":219021,"sizeSlug":"large"}

ଦୁଇ ଜଣଙ୍କର ଏହି ଫିଟନେସ ଭିଡିଓ ଇଣ୍ଟରନେଟରେ ଭାଇରଲ ହେବାରେ ଲାଗିଛି । ବିରାଟ ଓ ଉର୍ବଶୀ ନିଜର ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଭିଡିଓ ସେୟାର କରିବା ସହିତ ଦୁହେଁ ନିଜର ଫ୍ୟାନ୍ସ ମାନଙ୍କୁ ଫିଟନେସ ଟିପ୍ସ ମଧ୍ୟ ଦେଇଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି ଯେ, ବିରାଟ ଓ ଉର୍ବଶୀ ଲମ୍ବା ଜମ୍ପ ମାରୁଛନ୍ତି । ଏହି ଏକ୍ସରସାଇଜ କରିବା କିଛି ସହଜ ନୁହେଁ । ହେଲେ କଠିନ ପରିଶ୍ରମ କଲେ ଏହି ଜମ୍ପ କରିହେବ। ଦର୍ଶକ ଏହି ଭିଡିଓ ନେଇ ଅନେକ କମେଣ୍ଟ କରୁଛନ୍ତି ।

{"id":219022,"sizeSlug":"large"}

ଅଭିନେତ୍ରୀ ଉର୍ବଶୀଙ୍କ ଫିଲ୍ମ ଏବେ ହିଟ୍‌ ହେଉନାହିଁ ସତ ହେଲେ ତାଙ୍କ ଅଭିନୀତ ବିଭିନ୍ନ ଗୀତ ସୁପରହିଟ୍‌ ହେଉଛି। ନିକଟରେ ଉର୍ବଶୀଙ୍କ ଗୀତ "ଏକ ଡାଇମଣ୍ଡ ଦା ହାର ଲେଦେ ୟାର" ରିଲିଜ ହୋଇଛି । ଏହି ଗୀତକୁ ସୋସିଆଲ ମିଡିଆରେ ବହୁତ ପସନ୍ଦ କରାଯାଉଛି । ଶେଷ ଥର ପାଇଁ ଚଳଚ୍ଚିତ୍ର 'ପାଗଲପନ୍ତି'ରେ ଉର୍ବଶୀଙ୍କୁ ଦେଖିବାକୁ ମିଳିଥିଲେ । ଏହି ଫିଲ୍ମରେ ତାଙ୍କ ସହିତ ପୁଲକିତ ସମ୍ରାଟ, ଅନିଲ କପୁର, ଇଲିଆନା ଓ ଜନ ଆବ୍ରହାମ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।

wp:core-embed/instagram {"url":"https://www.instagram.com/p/B713u80lMec/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/B713u80lMec/?utm_source=ig_embed
/wp:core-embed/instagram

wp:core-embed/instagram {"url":"https://www.instagram.com/p/B8ArWBLBT0x/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/B8ArWBLBT0x/?utm_source=ig_embed
/wp:core-embed/instagram

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.