ଅଧିନାୟକ ହେବି ବୋଲି ସ୍ୱପ୍ନରେ ଭାବିନଥିଲି, ଧୋନୀଙ୍କ ପାଇଁ ସମ୍ଭବ ହେଲା- କୋହଲି
31/05/2020 at 4:54 PM

ନୂଆଦିଲ୍ଲୀ, ୩୧|୦୫: ଭାରତର ସବୁଠାରୁ ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଅଧିନାୟକ ପଦ ଛାଡିବା ପରେ ଦଳକୁ ବିରାଟ କୋହଲିଙ୍କ ଭଳି ଅଧିନାୟକ ମିଳିଥିଲା । କୋହଲିଙ୍କ ନେତୃତ୍ୱରେ ଭାରତ ଅନେକ ଉପଲବ୍ଧି ହାସଲ କରିଛି । ତେବେ ବିରାଟ ଅଧିନାୟକ ହେବା ପଛରେ କାହାର ହାତ ରହିଛି ନିଜେ ରନ୍ ମେସିନ୍ ଏ ବାବଦରେ ଗୁମର ଖୋଲିଛନ୍ତି ।
କୋହଲି ସାଥି ଖେଳାଳି ଆର୍ ଅଶ୍ୱୀନଙ୍କ ସହ ଭିଡିଓ ଚାଟରେ କହିଛନ୍ତି ଯେ, ସେ ସର୍ବଦା ଦାୟିତ୍ୱ ନେବାକୁ ଚାହୁଁଥିଲେ । ଭାରତୀୟ ଦଳର ଅଧିନାୟକ ହେବା ଏହି ପ୍ରକ୍ରିୟାର ଏକ ଅଂଶ ବିଶେଷ । ସେ ଦୀର୍ଘ ଦିନ ଧରି ଧୋନୀଙ୍କ ଅଧିନରେ ଖେଳିଥିଲେ । ତାମାନେ ଏହା ନୁହେଁ ଯେ ଧୋନୀଙ୍କ ପରେ ଚୟନକର୍ତ୍ତାମାନେ ତାଙ୍କୁ ମନଇଚ୍ଛା ଅଧିନାୟକ କରିଦେଲେ ।

ସେ ଆହୁରି କହିଛନ୍ତି ଯେ, ଯିଏ ଅଧିନାୟକ ସେ ହିଁ କେବଳ ଦାୟିତ୍ୱ ନେଇଥାଏ ଓ ଏହାସହ ଆଗାମୀ ଅଧିନାୟକ କିଏ ହେବ ତାବା ମଧ୍ୟ କହିଥାଏ । ଏହାପରେ ସେ ଧିରେଧିରେ ଦାୟିତ୍ୱ ନେଇଥାଏ । ଧୋନୀଙ୍କ ଭୂମିକା ବହୁତ ବଡ ଥିଲା । ୬-୭ ବର୍ଷ ପରେ ବିଶ୍ୱାସ ଆସିଥିଲା । ରାତାରାତି ଏପରି ହୋଇନଥିଲା । ଧୋନୀ ସର୍ବଦା ତାଙ୍କୁ ପ୍ରୋତ୍ସାହିତ କରୁଥିଲେ । ଅନେକ ପ୍ରସଙ୍ଗରେ ଆଲୋଚନା ହେଉଥିଲା । ତେବେ ସେ ସ୍ୱପ୍ନରେ କେବେ ଭାରତୀୟ ଦଳର ଅଧିନାୟକ ହେବେ ବୋଲି ଭାବି ନଥିଲେ ବୋଲି କହିଛନ୍ତି ।