Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୩୦୩ କରୋନା ଆକ୍ରାନ୍ତ
  • ||
  • ମେ’ ୧୩ରେ ପିପିଲି ଉପନିର୍ବାଚନ
  • ||
  • ଆଜି ରାତି ୮ରେ ପିଏମ୍‌ ମୋଦୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ଉଦଳା : ଦିବ୍ୟାଙ୍ଗ ଯୁବତୀଙ୍କୁ ଘରୁ ଉଠାଇ ନେଇ ଦୁଷ୍କର୍ମ ! ଥାନାରେ ମାମଲା, ଅଭିଯୁକ୍ତ ଫେରାର
  • ||
  • ଲମତାପୁଟ : ୩ଦିନ ପରେ ଯୁବକଙ୍କ ମୃତଦେହ ଉଦ୍ଧାର, ପାତାଳୀ ନଦୀକୁ ମାଛ ଧରିବାକୁ ଯାଇ ନିଖୋଜ ଥିଲେ
  • ||
  • ଉଦଳା : ବାଇକ୍‌କୁ ପିଟିଲା ଟ୍ରାକ୍ଟର, ଅଧ୍ୟାପକଙ୍କ ମୃତ୍ୟୁ, ଟ୍ରାକ୍ଟର ନେଇ ଡ୍ରାଇଭର ଫେରାର
  • ||
  • ଭୁବନେଶ୍ବର : ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ଚାଲାଣକାରୀ, ୧୨ କିଲୋ ଓଜନର ଜୀବନ୍ତ ବଜ୍ରକାପ୍ତା ସହ ବ୍ୟବସାୟୀ ଗିରଫ
  • ||
  • ଯାଜପୁର ରୋଡ୍ : ରେଳ ଧାରଣାରୁ କିନ୍ନରଙ୍କ ମୃତଦେହ ଉଦ୍ଧାର, ଯୁବକଙ୍କ ସହ ଥିଲା ପ୍ରେମ ସମ୍ପର୍କ
  • ||
  • ବ୍ରହ୍ମପୁର : ଭାରସାମ୍ୟ ହରାଇ ଓଲଟିଲା ‘ଶିବଶମ୍ଭୁ’, ୧୦ ଯାତ୍ରୀ ଆହତ
  • ||
  • ନବରଙ୍ଗପୁର : ନାଇଟ୍ କର୍ଫ୍ୟୁ ବେଳେ ବୁଲାଇଲେ କଳାକନା, ରୂପା ଗହଣା ଲୁଟ୍, ସୁନା ଅଳଙ୍କାର ଚୋରି ବେଳେ ବାଜିଲା ସାଇରନ୍
  • ||

ବିଜୟ ପରେ କୋହଲିଙ୍କ ବିଷୟରେ ବଡ ଖୁଲାସା କଲେ ରାହୁଲ, କହିଲେ…

7/03/2021 at 11:28 AM

ନୂଆଦିଲ୍ଲୀ,୦୭/୦୩:    ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜକୁ ଜିତି ନେଇଛି । ଦଳ ୩-୧ରେ ସିରିଜ୍ ଉପରେ କବଜା କରିଛି । ଏହାସହ ଦଳ ୩୧ ବର୍ଷ ପରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ସ୍ଥାନ ପକ୍କା କରିଛି । ଦଳ ଚାମ୍ପିଅନସିପରେ ମୋଟ୍ ୬ଟି ସିରିଜ ଖେଳିଥିଲା । ଏହାମଧ୍ୟରୁ ଦଳ ୫ଟିରେ ବିଜୟ ଲାଭ କରିଛି । ଦଳ କେବଳ ନ୍ୟୁଜିଲାଣ୍ଦ ବିପକ୍ଷ ସିରିଜରେ ପରାସ୍ତ ହୋଇଥିଲା ।

ଭାରତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟରେ ଇଂଲଣ୍ଡକୁ ଗୋଟିଏ ଇନିଂସ ଓ ୨୫ ରନରେ ହରାଇଥିଲା । ଏହାସହ ଦଳ ପଏଣ୍ଟ ଆଧାରରେ ଟପରେ ପହଁଚିଛି ।ଏହି ବିଜୟ ପରେ କେ ଏଲ ରାହୁଲ କହିଛନ୍ତି ଯେ, ଅଧିନାୟକ ବିରାଟ କୋହଲି ଓ ଦଳର ଏହା ଲକ୍ଷ୍ୟ ଥିଲା । ବିସିସିଆଇ ଆପରେ ରାହୁଲ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ୨ ବର୍ଷ ଧରି ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ସେମାନେ ହାର୍ ମାନି ନାହାଁନ୍ତି । ଏହା କୋହଲି ଓ ଦଳର ଏକମାତ୍ର ଲକ୍ଷ୍ୟ ଥିଲା ।

ସେହିପରି କୋହଲି କହିଛନ୍ତି ଯେ, ଗତ ୨ ବର୍ଷ ଧରି ସେମାନେ ଯେପରି ଭାବେ ପ୍ରଦର୍ଶନ କରିଛନ୍ତି ତାହା ଉଚ୍ଚକୋଟୀର । ଦଳ ଚାମ୍ପିଆନସିପ ଫାଇନାଲରେ ପହଁଚିବାକୁ ହକଦାର । ଦଳ ଏବେ ଜୁନରେ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟ ଉପରେ ନଜର ରଖିଛି ।

ଚତୁର୍ଥ ଟେଷ୍ଟ ପରେ ଆଇସିସି ରାଙ୍କିଂ ଜାରି କରିଛି । ଦଳ ୩-୧ରେ ସିରିଜ ଜିତିବା ପରେ ତାଲିକାରେ ପ୍ରଥମ ସ୍ଥାନରେ ପହଁଚିଛି । ନ୍ୟୁଜିଲାଣ୍ଡ ଦ୍ୱିତୀୟ ସ୍ଥାନରେ ରହିଛି । ଭାରତ ୧୨୨ ପଏଣ୍ଟ ପାଇଥିବା ବେଳେ ନ୍ୟୁଜିଲାଣ୍ଡ ୧୧୮ ପଏଣ୍ଟ ପାଇଛି ।

   Related Posts