Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

‘କୋହଲି ମହାନ ହୋଇପାରନ୍ତି କିନ୍ତୁ ଦଳ ପାଇଁ ତାହାର ମାନେ କିଛି ନାହିଁ,’- କାହିଁକି ଏମିତି କହିଲେ ପୂର୍ବତନ ପାକ୍ ଅଧିନାୟକ ଆଉ ନେଲେ ମିଆଁଦାଦଙ୍କ ନାଁ

8/06/2020 at 7:25 PM

ଲାହୋର, ୦୮|୦୬:  ବର୍ତ୍ତମାନ ସମୟରେ ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟସମ୍ୟାନ୍ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ କୁହାଯାଏ । ଅନେକ ତାଙ୍କୁ ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ସହ ତୁଳନା କରନ୍ତି । ବିରାଟ ହିଁ ସଚିନଙ୍କ ୧୦୦ ସତକର ରେକର୍ଡ ଭାଙ୍ଗିପାରିବେ ବୋଲି ଅନେକ ମତ ଦିଅନ୍ତି । ଅଧିକାଂଶ ସମୟରେ ବିରାଟ କୋହଲିଙ୍କ ସହ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ୍ ସ୍ମିଥଙ୍କ ମୁକାବିଲା ଚାଲିଥାଏ । ଏବେ ଏଥିରେ ଆଉ ଏକ ନୂଆ ନାଁ ଯୋଡି ହୋଇଛି । ପାକିସ୍ତାନର ପୂର୍ବତନ ଅଧିନାୟକ ଜାଭେଦ୍ ମିଆଁଦାଦଙ୍କ ସହ କୋହଲିଙ୍କୁ ତୁଳନା କରିଛନ୍ତି ପାକ୍ କ୍ରିକେଟର ଅମିର ସୋହେଲ ।

ସୋହେଲ କହିଛନ୍ତି ଯେ, ମିଆଁଦାଦଙ୍କ ଭଳି କୋହଲିଙ୍କ ମହାନତା ତାଙ୍କ ସାଥି ଖେଳାଳିଙ୍କ ଉପରେ ଭାରି ପଡିଥାଏ । ସେ ବ୍ୟକ୍ତି ଭାବେ ମହାନ କିନ୍ତୁ ଏହା ସାଥି ଖେଳାଳିଙ୍କ କାମରେ ଆସେନାହିଁ । ଏପରି ଦେଖିବାକୁ ଗଲେ ମିଆଁଦାଦ ମଧ୍ୟ କୋହଲିଙ୍କ ଭଳି ଥିଲେ ।

ସୋହେଲ ଆହୁରି କହିଛନ୍ତି ଯେ, ମିଆଁଦାଦ ୧୨୪ଟି ଟେଷ୍ଟ୍ ଓ ୨୩୩ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ସେ ଦିନିକିଆରେ ୪୧.୭୦ ଆଭରେଜରେ ୭ ହଜାର ୩୮୧ରନ କରିଥିବା ବେଳେ କୋହଲି ୭୦ଟି ଶତକ ସହ ୨୧ ହଜାର ଅନ୍ତର୍ଜାତୀୟ ରନ୍ ସଂଗ୍ରହ କରିଛନ୍ତି ।  

   Related Posts