Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଆଇପିଏଲ୍ ବାତିଲ ହେବାପରେ ଘରକୁ ଫେରିଲେ କୋହଲି: ଅନୁଷ୍କା ସହ ମିଶି ଲୋକଙ୍କୁ କରିବେ ସାହାଯ୍ୟ

5/05/2021 at 12:36 PM

ନୂଆଦିଲ୍ଲୀ ୦୫/୦୫ : ଆଇପିଏଲ-୧୪ ମଙ୍ଗଳବାର ଦିନ ଅନିର୍ଦ୍ଧିଷ୍ଟ କାଳ ପାଇଁ ବାତିଲ କରାଯାଇଛି। ସନରାଇଜର୍ସ ହାଇଦ୍ରାବାଦର ୱିକେଟ କିପର ବ୍ୟାଟ୍ସମ୍ୟାନ ରିଦ୍ଧିମାନ ଶାହ ଓ ଦିଲ୍ଲୀ କ୍ୟାପିଟାଲ୍ସର ସ୍ପିନର ଅମିତ ମିଶ୍ର କୋଭିଡ୍ ପଜିଟିଭ୍ ଚିହ୍ନଟ ହେବାପରେ ଆଇପିଏଲ ବାତିଲ କରାଯାଇଛି। ଆଇପିଏଲ ବାତିଲ ହେବାପରେ ଖେଳାଳି ନିଜ ନିଜ ଘରକୁ ଫେରିଯାଇଛନ୍ତି। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ କ୍ୟାପଟେନ୍ ବିରାଟ କୋହଲି ନିଜ ଘର ମୁମ୍ବାଇ ଫେରି ଆସିଛନ୍ତି। ମୁମ୍ବାଇ ଫେରିବା ପରେ ବିରାଟ କୋହଲି ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ସଙ୍କଟ ସମୟରେ ଦେଶକୁ ସାହାଯ୍ୟ କରିବେ।

ଅଭିନେତ୍ରୀ ଅନୁଷ୍କା ଶର୍ମା ମେ’ ୧ ତାରିଖରେ ନିଜ ଜନ୍ମଦିନ ପାଳନ କରିନଥିଲେ। ଜନ୍ମଦିନର ଶୁଭେଚ୍ଛା ପାଇଁ ସେ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଥିଲେ ଓ ଏକ ଭିଡିଓ ସେୟାର କରିଥିଲେ। ଭିଡିଓରେ ସେ କହିଥିଲେ ଯେ ଦେଶ ଏହିଭଳି ସଙ୍କଟ ପରିସ୍ଥିତି ଦେଇ ଗତି କରୁଥିବାବେଳେ ସେ ନିଜ ଜନ୍ମଦିନ ପାଳନ କରିବା ଉଚିତ ଭାବୁନାହାନ୍ତି। ଏହି ସଙ୍କଟ ଘଡିରେ ଏକଜୁଟ ହୋଇ ଦେଶକୁ ସମର୍ଥନ କରିବାକୁ ସେ ନିଜ ପ୍ରଶଂସକଙ୍କୁ ଅପିଲ କରିଥିଲେ. ସେ ଓ କୋହଲି ଦେଶ ପାଇଁ କାମ କରୁଛନ୍ତି ଓ ଶୀଘ୍ର ଏ ସମ୍ପର୍କରେ ସେ ଖୁଲାସା କରିବେ ବୋଲି କହିଥିଲେ।

ଆଇପିଏଲ ବାତିଲ ନିଷ୍ପତ୍ତିକୁ ସମସ୍ତ ଟିମ ସ୍ୱାଗତ ଜଣାଇଛନ୍ତି। ଯାତ୍ରା ପ୍ରତିବନ୍ଧକ କାରଣରୁ ବିଦେଶୀ ଖେଳାଳି ସୁରକ୍ଷିତ ନିଜ ଦେଶକୁ ଫେରିଯିବାକୁ ବିସିସିଆଇର ଆଗାମୀ ପଦକ୍ଷେପକୁ ଅପେକ୍ଷା କରିଛନ୍ତି। ଲିଗ୍ ଚେୟାରମ୍ୟାନ ବ୍ରିଜେଶ ପଟେଲ ଆଇପିଏଲ ଦ୍ୱାରା ଜାରି ଏକ ବୟାନରେ କହିଛନ୍ତି ଯେ, ଆଇପିଏଲର ସଞ୍ଚାଳନ ପରିଷଦ ଓ ବିସିସିଆଇର ଜରୁରୀ ବୈଠକରେ ସର୍ବସମ୍ମତିରେ ଆଇପିଏଲ ତୁରନ୍ତ ସ୍ଥଗିତ କରିବାକୁ ନିଷ୍ପତ୍ତି ନିଆଯାଇଛି। ଖେଳାଳି, ସହାୟକ ଷ୍ଟାଫ ଓ ଅନ୍ୟ ପ୍ରତିଯୋଗୀଙ୍କ ସୁରକ୍ଷା ଦୃଷ୍ଟିରୁ ଓ ସମସ୍ତଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏହିଭଳି ନିଷ୍ପତ୍ତି ନିଆଯାଇଛି। ବାକି ଥିବା ମ୍ୟାଚ କେବେ ଓ କେଉଁଠାରେ ଖେଳାଯିବ ସେ ସମ୍ପର୍କରେ କିଛି ନିଷ୍ପତ୍ତି ନିଆଯାଇନାହିଁ।

   Related Posts