ନ୍ୟୁଜିଲ୍ୟାଣ୍ଡଠୁ ହାରିବା ପରେ ଭାଇରାଲ ହେଉଛି କୋହଲିଙ୍କ ୧୦ ବର୍ଷ ପୁରୁଣା ଟ୍ୱିଟ: ଲେଖିଥିଲେ,"ପରାଜୟରୁ ଦୁଃଖିତ..."

Published By : Prameya-News7 Bureau | November 01, 2021 IST

ନୂଆଦିଲ୍ଲୀ ୦୧/୧୧ : ଟି-୨୦ ବିଶ୍ୱକପରେ ଟିମ ଇଣ୍ଡିଆ ଦୁଇଟି ଯାକ ମ୍ୟାଚ ଏକତରଫା ଅନ୍ଦାଜରେ ହାରିଛି। ଦୁଇଟି ମ୍ୟାଚରେ ଟିମ ଇଣ୍ଡିଆ ବହୁତ ଖରାପ ପ୍ରଦର୍ଶନ କରିଛି। ରବିବାର ରାତିରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ ହେବା ପରେ ଟିମ୍ ଇଣ୍ଡିଆର ଘରକୁ ଫେରିବା ମଧ୍ୟ ପ୍ରାୟ ନିଶ୍ଚିତ ବୋଲି ବିବେଚନା କରାଯାଏ। ସୋସିଆଲ ମିଡ଼ିଆରେ ୟୁଜର୍ସ ଟିମ ଇଣ୍ଡିଆ ଖେଳାଳିଙ୍କୁ ଖୁବ ଟ୍ରୋଲ କରୁଛନ୍ତି। ୟୁଜର୍ସ ବିରାଟ କୋହଲିଙ୍କ ଏକ ପୁରୁଣା ଟ୍ୱିଟକୁ ନେଇ କ୍ୟାପଟେନ କୋହଲିଙ୍କୁ ଟାର୍ଗେଟ କରିଛନ୍ତି।

କୋହଲିଙ୍କ ଏହି ଟ୍ୱିଟ ପ୍ରାୟ ୧୦ ବର୍ଷ ପୁରୁଣା। ୨୦୧୧ ଜାନୁଆରୀ ୨୩ ରେ କରିଥିବା ଏହି ଟ୍ୱିଟରେ କୋହଲି ଲେଖିଥିଲେ, "ପରାଜୟରୁ ଦୁଃଖିତ, ଏବେ ଘରକୁ ଯାଉଛି ।" 

wp:embed {"url":"https://twitter.com/imVkohli/status/29224697400922112?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E29224697400922112%7Ctwgr%5E%7Ctwcon%5Es1_\u0026ref_url=https%3A%2F%2Fwww.abplive.com%2Fsports%2Fcricket%2Ft20-world-cup-virat-kohli-10-year-old-tweet-goes-viral-india-vs-new-zealand-1990678","type":"rich","providerNameSlug":"twitter","responsive":true}
https://twitter.com/imVkohli/status/29224697400922112?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E29224697400922112%7Ctwgr%5E%7Ctwcon%5Es1_&ref_url=https%3A%2F%2Fwww.abplive.com%2Fsports%2Fcricket%2Ft20-world-cup-virat-kohli-10-year-old-tweet-goes-viral-india-vs-new-zealand-1990678
/wp:embed

ଦକ୍ଷିଣ ଆଫ୍ରିକା ଗସ୍ତ ବେଳେ ଦିନିକିଆ ସିରିଜ ହାରିବା ପରେ କୋହଲି ଏହି ଟ୍ୱିଟ କରିଥିଲେ। ୨୦୧୧ ଜାନୁଆରୀ ୨୩ ରେ ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜର ଶେଷ ମୁକାବିଲା ୩୩ ରନରେ ଜିତି ୩-୨ ରେ ସିରିଜ ଜିତିଥିଲେ।

wp:embed {"url":"https://twitter.com/honestwordonly/status/1455052783946637314?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1455052783946637314%7Ctwgr%5E%7Ctwcon%5Es1_\u0026ref_url=https%3A%2F%2Fwww.abplive.com%2Fsports%2Fcricket%2Ft20-world-cup-virat-kohli-10-year-old-tweet-goes-viral-india-vs-new-zealand-1990678","type":"rich","providerNameSlug":"twitter","responsive":true}
https://twitter.com/honestwordonly/status/1455052783946637314?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1455052783946637314%7Ctwgr%5E%7Ctwcon%5Es1_&ref_url=https%3A%2F%2Fwww.abplive.com%2Fsports%2Fcricket%2Ft20-world-cup-virat-kohli-10-year-old-tweet-goes-viral-india-vs-new-zealand-1990678
/wp:embed

ନ୍ୟୁଜିଲ୍ୟାଣ୍ଡରୁ ହାରିବା ପରେ ସୋସିଆଲ ମିଡ଼ିଆ ୟୁଜର୍ସ ବର୍ତ୍ତମାନ ପୁରୁଣା ଟ୍ୱିଟ ଜରିଆରେ କୋହଲିଙ୍କୁ ଟ୍ରୋଲ କରୁଛନ୍ତି। ଜଣେ ୟୁଜର ତାଙ୍କୁ ଜୋଫ୍ରା ଆର୍ଚରଙ୍କ ସହ ତୁଳନା କରିଛନ୍ତି। ଜୋଫ୍ରା ଆର୍ଚରଙ୍କ ଭବିଷ୍ୟବାଣୀ ପ୍ରାୟତଃ ସତ ହୋଇଥାଏ। ୧୦ ବର୍ଷ ପୂର୍ବରୁ କୋହଲି ଯେତେବେଳେ ସିରିଜ ହାରି ଘରକୁ ଫେରିବା ନେଇ ଟ୍ୱିଟ କରିଥିଲେ, ୟୁଜର୍ସ ତାକୁ ବିଶ୍ୱକପ ଭବିଷ୍ୟବାଣୀ ସହ ଯୋଡି ଦେଇଛନ୍ତି। ସୋସିଆଲ ମିଡ଼ିଆରେ ୟୁଜର୍ସ କୋହଲିଙ୍କୁ ବିଭିନ୍ନ ଅନ୍ଦାଜରେ ଟାର୍ଗେଟ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.