Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସଚିନ୍ ପାଇଲଟ୍‌ଙ୍କ ଫୁସଫୁସରେ ସଂକ୍ରମଣ, ଆଜି ଆସିବ ଟେଷ୍ଟ ରିପୋର୍ଟ
  • ||
  • ବରିଷ୍ଠ ବିଜେପି ନେତାଙ୍କ ବିବାଦୀୟ ବୟାନ୍-‘ମୁସଲମାନ୍ ପ୍ରାର୍ଥୀଙ୍କୁ କେବେ ବି ଦେବୁନି ଟିକେଟ୍’
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୯ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୧୮ କରୋନା ସଂକ୍ରମିତ, ୩୧୮୭୨୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ICC Test Ranking : ୧ନମ୍ବର ସ୍ଥାନ ହରାଇଲେ ବିରାଟ

26/02/2020 at 4:26 PM

ମୁମ୍ବାଇ ୨୬।୨: ଆଇସିସିଙ୍କ ଟପ୍‌-୧୦ ବ୍ୟାଟିଂ ଓ ବୋଲିଂ ରାଙ୍କିଙ୍ଗ ପ୍ରକାଶ ପାଇଛି । ଟପ୍-୧୦ ବ୍ୟାଟିଂ ତାଲିକାରେ ୪ଜଣ ଭାରତୀୟ (ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, ଚେତେଶ୍ୱର ପୂଜାରା ଓ ମୟଙ୍କ ଅଗ୍ରୱାଲ) ଥିବା ବେଳେ , ଟପ୍‌-୧୦ ବୋଲିଂ ତାଲିକାରେ ଭାରତୀୟ ବୋଲର ଭାବେ କେବଳ ରବିଚନ୍ଦ୍ରନ ଅଶ୍ୱୀନ ଅଛନ୍ତି।

 ଟିମ୍‌ ଇଣ୍ଡିଆ କ୍ୟାପ୍ଟେନ୍ ବିରାଟ କୋହଲି ଏବେ ତାଙ୍କ କ୍ୟାରିଅରର ସବୁଠାରୁ ଖରାପ ଫର୍ମ ଦେଇ ଗତି କରୁଛନ୍ତି । ଯାହାର ପ୍ରଭାବ ଏବେ ତାଙ୍କ ରାଙ୍କିଙ୍ଗ ଉପରେ ପଡିଛି। ଲଗାତର ରାଙ୍କିଙ୍ଗର ପ୍ରଥମ ସ୍ଥାନରେ ରହି ଆସୁଥିବା ବିରାଟ ଏବେ ତଳକୁ ଖସିଛନ୍ତି । ଆଇସିସି ପକ୍ଷରୁ ଜାରି ସଦ୍ୟତମ ତାଲିକାରେ ବିରାଟ କୋହଲି ୨ୟ ସ୍ଥାନରେ ଅଛନ୍ତି । ବିରାଟ ୯୦୬ପଏଣ୍ଟ ସହ ୨ୟ ସ୍ଥାନରେ ରହିଥିବା ବେଳେ ଅଷ୍ଟ୍ରେଲିଆର ଷ୍ଟିଭେନ୍‌ ସ୍ମିଥ୍‌ ୧ମ ସ୍ଥାନକୁ ଉନ୍ନିତ ହୋଇଛନ୍ତି ।

୨୦୧୯ ଡିସେମ୍ବର ୪ତାରିଖରୁ ରାଙ୍କିଙ୍ଗରେ ଷ୍ଟିଭେନ୍‌ ସ୍ମିଥ୍‌ଙ୍କୁ ପଛରେ ପକାଇ ବିରାଟ କୋହଲି ଏକ ନମ୍ବର ସ୍ଥାନରେ ରହିଥିଲେ । ତେବେ ବୁଧବାର ଦିନ ଷ୍ଟିଭେନ୍‌ ସ୍ମିଥ୍‌ ବିରାଟ କୋହଲିଙ୍କୁ ପଛାଇ ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି । ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ଷ୍ଟିଭେନ୍‌ ସ୍ନିଥ୍‌ ୯୧୧ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ବିରାଟ କୋହଲି ୯୦୬ ପଏଣ୍ଟ ସହ ୨ସ୍ଥାନ, କେନ୍‌ ଓ୍ବିଲିୟମସନ୍‌ ୮୫୩ପଏଣ୍ଟ ସହ ୩ୟ ସ୍ଥାନ, ମାର୍ନସ ଲାବୁସେନ୍‌ ୮୨୭ ପଏଣ୍ଟ ସହ ୪ର୍ଥ ସ୍ଥାନ, ବାବର ଆଜମ ୮୦୦ପଏଣ୍ଟ ସହ ୫ମ ସ୍ଥାନ, ଡେଭିଡ୍‌ ଓ୍ବାର୍ନର ୭୯୩ପଏଣ୍ଟ ସହ ୬ଷ୍ଠ ସ୍ଥାନ, ଜୋଏ ରୁଟ୍‌ ୭୬୪ ପଏଣ୍ଟ ସହ ୭ତମ ସ୍ଥାନ, ଆଜିଙ୍କ୍ୟ ରାହାଣେ ୭୬୦ ପଏଣ୍ଟ ସହ ୮ମ ସ୍ଥାନ, ଚେତେଶ୍ହର ପୂଜାର ୭୫୭ ପଏଣ୍ଟ ସହ ୯ମ ସ୍ଥାନ, ମୟଙ୍କ ଅଗ୍ରଓ୍ବାଲ ୭୨୭ ପଏଣ୍ଟ ସହ ୧୦ସ୍ଥାନରେ ରହିଛନ୍ତି ।

ସେହିପରି ଟପ୍-୧୦ ବୋଲିଂ ତାଲିକାରେ ଅଷ୍ଟ୍ରେଲିଆର ପାଟ୍‌ କମିନସ୍‌ ୯୦୪ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ନେଲ୍‌ ଓ୍ବାଗନର ୮୪୩ପଏଣ୍ଟ ୨ସ୍ଥାନରେ ରହିଛନ୍ତି । ଜାସନ୍ ହୋଲ୍ଡର ୮୩୦ ପଏଣ୍ଟ ସହ ୩ୟ ସ୍ଥାନ, କାଗିସୋ ରାବାଡା ୮୦୨ ପଏଣ୍ଟ ସହ ୪ର୍ଥ ସ୍ଥାନ, ମିଚେଲ୍‌ ଷ୍ଟାର୍କ ୭୯୬ପଏଣ୍ଟ ସହ ୫ମ ସ୍ଥାନ, ଟିମ୍‌ ସାଉଦୀ ୭୯୪ ପଏଣ୍ଟ ସହ ୬ଷ୍ଠ ସ୍ଥାନ, ଜେମ୍‌ସ ଆଣ୍ଡରସନ୍‌ ୭୭୫ ପଏଣ୍ଟ ୭ମ ସ୍ଥାନ, ଜୋସ୍‌ ହେଜେଲହୁଡ୍‌ ୭୬୯ ପଏଣ୍ଟ ସହ ୮ମ ସ୍ଥାନ, ରବିଚନ୍ଦ୍ରନ ଅଶ୍ବିନୀ ୭୬୫ ପଏଣ୍ଟ ସହ ୯ମ ସ୍ଥାନ, କେମର ରୋଚ୍‌ ୭୬୩ ପଏଣ୍ଟ ସହ ୧୦ମ ସ୍ଥାନରେ ରହିଛନ୍ତି ।

ତେବେ ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ ଅଧିନାୟକ କୋହଲିଙ୍କ ଖରାପ ଫର୍ମ ଯୋଗୁଁ ରାଙ୍କିଙ୍ଗରେ ଏପରି ତଳକୁ ଖସିଛନ୍ତି।

   Related Posts