Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ଟିକ୍ ଟକ୍ ରେ ବିରାଟ କୋହଲୀ ସେନସେସନ , ୪ ନିୟୁତରୁ ବି ଅଧିକ ଅଛନ୍ତି ଫଲୋର୍ସ

21/07/2019 at 9:18 PM

ଖେଳ ମୈଦାନ ହେଉ ଅଥବା ଟିକ୍ ଟକ୍ ଭଳି ଭିଡିଓ ପ୍ଲାଟ ଫର୍ମ ସବୁଠି ରହିଛି ଟିମ୍ ଇଣ୍ଡିଆ କ୍ୟାପ୍ଟେନ ବିରାଟ କୋହଲୀଙ୍କ କ୍ରେଜ୍ । ତାଙ୍କ ଭଳି ଦେଖା ଯାଉଥିବା ଜଣେ ଯୁବକଙ୍କର ଟିକ୍ ଟକ୍ ରେ ରହିଛନ୍ତି ୪୦ ଲକ୍ଷରୁ ବି ଅଧିକ ଫଲୋଅର୍ସ। ଏଥିରୁ ଅନୁମାନ କରାଯାଇପାରେ ବିରାଟଙ୍କୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ କିପରି ସେନସେସନ୍ ରହିଛି।

ଭିଡିଓ ଅପଲୋଡିଂ ସୋସାଲ ମିଡିଆ ଆପ୍ ଟିକ୍ ଟକ୍ ରେ ଆଜିକାଲି ବିରାଟ କୋହଲୀଙ୍କ ଭଳି ଦେଖା ଯାଉଥିବା ଜନୈକ ଯୁବକ ଗୌରବ ଆରୋରା ଖୁବ୍ ଚର୍ଚ୍ଚାରେ। ଟିକ୍ ଟକରେ ତାଙ୍କର ୪ ମିଲିୟନ ଅର୍ଥାତ ୪୦ ଲକ୍ଷରୁ ବି ଅଧିକ ଫଲୋଅର୍ସ ଅଛନ୍ତି। କେବଳ ଏତିକି ନୁହେଁ ଗୌରବ ଅପଲୋଡ କରିଥିବା ଟିକ୍ ଟକ୍ ଭିଡିଓକୁ ମଧ୍ୟ ୩.୫ ମିଲିୟନରୁ ଊର୍ଦ୍ଧ୍ୱ ହାର୍ଟ ଲାଇକ୍ ମିଳିସାରିଲାଣି  ଜାଣନ୍ତି କାହିଁକି ? କାରଣ ତାଙ୍କ ଲୁକ୍ ଠିକ୍ ବିରାଟ କୋହଲିଙ୍କ ଭଳି । କେବଳ ସେଇଥି ଯୋଗୁ ଟିକ୍ ଟକ୍ ରେ ତାଙ୍କର ଏତେ ଫଲୋଅର୍ସଙ୍କ ସାଙ୍ଗକୁ ଲାଇକ୍ କରୁଥିବା ଲୋକେ ବି ଅଛନ୍ତି।  ଏହି ଥିରୁ ହିଁ ଅନୁଭବ କରାଯାଇପାରେ ବିରାଟଙ୍କ ଲୋକପ୍ରୀୟତା।

ବିରାଟଙ୍କ ଫ୍ୟାନମାନେ ଗୌରବଙ୍କ ଦ୍ୱାରା ପ୍ରସ୍ତୁତ ଭିଡିଓରୁ ଭରପୁର ମଜା ଉଠାଉଛନ୍ତି। ଦେଶରେ ଏବେ ଟିକ୍ ଟକ୍ ର ୨୦ ମିଲିୟନରୁ ବି ଅଧିକ ଫଲୋଅର୍ସ ଅଛନ୍ତି । କିଛି ଦିନ ପୂର୍ବେ ଟିକ୍ କୁ ଦେଶରେ ମାଡ୍ରାସ ହାଇକୋର୍ଟ ରୋକ ଲଗାଇଥିଲେ। ତେବେ ଏବେ କୋର୍ଟ ସେହି ରୋକ ଉଠାଇ ନେବା ପରେ ଲୋକେ ଏହି ଭିଡଓ ସାଇଟ୍ ର ବେଶ ମଜା ଲୁଟୁଛନ୍ତି।

   Related Posts