ବିରାଟ କୋହଲି କହିଲେ ସ୍କୁଲରେ ଗଣିତରେ ତାଙ୍କୁ ଶହେରୁ କାହିଁକି ମିଳୁଥିଲା ୩, କ’ଣ ପାଇଁ ବିଷୟ ପ୍ରତି ତାଙ୍କର ନଥିଲା ଆଗ୍ରହ

Published By : Prameya-News7 Bureau | September 08, 2019 IST

ଇଣ୍ଟରନ୍ୟାସନାଲ କ୍ରିକେଟରେ ବିରାଟ କୋହଲି ଆଜି ବିଭିନ୍ନ ବୋଲରଙ୍କ ଭିନ୍ନ ଭିନ୍ନ ପ୍ରକାର ବଲର ବେଶ ଚମତ୍କାର ଜବାବ ଦେଇ ପାରୁଛନ୍ତି। ହେଲେ ସ୍କୁଲ ଦିନମାନଙ୍କରେ କିନ୍ତୁ ଏପରି ନଥିଲେ ବିରାଟ। ଗଣିତ ନା ଶୁଣିଲେ ଦେହରୁ ଝାଳ ବୋହିପଡୁଥିଲା। ଦିଲ୍ଲୀରେ ଗୋଲମୋଟଲ ଅଣ୍ଡର ୧୯ କ୍ରିକେଟ ପଡିଆରୁ ଅନ୍ତର୍ଜାତୀୟ କ୍ରିକେଟ ପର୍ଯ୍ୟନ୍ତ ତାଙ୍କର ଯାତ୍ରା ବେଶ କଷ୍ଟକର। ହେଲେ ଆଜି ବି ୧୦ମ ଶ୍ରେଣୀ ଉତୀର୍ଣ୍ଣ ହେବା ଲାଗି ଗଣିତ ପାଇଁ କରିଥିବା କଷ୍ଟକୁ ସେ ଭୁଲି ପାରି ନାହାନ୍ତି। ଏକ ସାକ୍ଷାତକାରରେ ବିରାଟ କହିଥିଲେ ମୁଁ ମ୍ୟାଥ ପାଇଁ ଯେତିକି କଷ୍ଟ କରିଥିଲି ସେତିକି କ୍ରିକେଟ ଲାଗି କେବେ କରିନି। ତେବେ ଆସନ୍ତୁ ବୁଝିବା ବିରାଟ କୋହଲିଙ୍କ ମ୍ୟାଥକୁ।

{"id":154985}

କୋହଲି ସ୍ପୋର୍ଟସ ୱେବ୍ ସୋ ଇନ୍ ଡିପଥ୍ ୱିଥ ଗ୍ରାହାମ ବେନସିଙ୍ଗରରେ କହିଥିଲେ ସ୍କୁଲରେ ଆମର ଗଣିତ ପରୀକ୍ଷା ହୋଇଥଏ। ଏଥିରେ ଛାତ୍ରଛାତ୍ରୀଙ୍କୁ ୧୦୦ ମାର୍କ ପ୍ରଶ୍ନ ଦିଆଯାଏ, ତେବେ ଏଥିରୁ ମୋତେ ଅତି ବେଶିରେ ୩ ମିଳେ। ତେବେ ଆଜି ବ ମୁଁ ବୁଝିପାରୁନି କାହିଁକି ଗଣିତ ମୁଁ ପଢିବାକୁ ଚାହୁଁ ନଥିଲି। ତେବେ ସବୁଠୁ ବଡ କଥା ହେଲା ଗଣିତର ଜଟିଳତାରେ କେବେ ମୁଁ ପଡିବାକୁ ଚାହୁଁନଥିଲି। ଏପରିକି ଜୀବନରେ କେବେ ଗଣିତର ଫର୍ମୂଲା ବି ମୁଁ ଉପଯୋଗ କରିନାହିଁ। ଏଣୁ ଗଣିତରେ ଦୁର୍ବଳ ଥିବାରୁ ମୁଁ କେବଳ ମେଟ୍ରିକ୍ ପାସ୍ କରିବାକୁ ଚାହୁଁଥିଲି। କାରଣ ଥରେ ମେଟ୍ରିକ ପାସ୍ ହୋଇଗଲେ ପରବର୍ତ୍ତି ଶ୍ରେଣୀରେ ଗଣିତ ପଢିବି କି ନା ତା ମୋ ଇଛାଧିନ ଥିଲା।

{"id":154986}

ଏହି ଇଣ୍ଟରଭ୍ୟୁରେ ବିରାଟ କହିଥିଲେ ସ୍କୁଲରେ ଅନ୍ୟ ଚାଲାକ ଚତୁର ପିଲାଙ୍କ ଭଳି ସେ ନଥିଲେ। ତେବେ ସବୁ କଥା ବୁଝି ପାରୁଥିଲି। ଏଣୁ ଅନ୍ୟ ବିଷୟଗୁଡିକ ଜନେତେନ ପଢି ପାରୀକ୍ଷା ପାସ ହୋଇ ଯାଉଥିଲି। ତେବେ ଗଣିତରେ ଏତେ ଦୁର୍ବଳ ଥିବା ଏହି ଛାତ୍ରଜଣକ ଆଜି ଟିମ ଇଣ୍ଡିଆର ଅଧିନାୟକ ଦାୟିତ୍ୱ ବେଶ ସମ୍ଭାଳିଛନ୍ତି। ଅଙ୍କର ହିସାବ ଜାଣିପାରୁନଥିବା ଏହି ଛାତ୍ରର ବ୍ୟାଟରୁ ଏବେ ଅସଂଖ୍ୟ ଛକା, ଚୌକା ବାହାରୁଛି । ଯାହା ପ୍ରତିପକ୍ଷ ଦଳ ବିଜୟ ଲାଗି କଷିଥିବା ଗଣିତକୁ ବିଗାଡି ଦେଉଛି। ନିକଟରେ କୋହଲିଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ୱେଷ୍ଟଇଣ୍ଡିଜକୁ ତା ଘରେ ୨-୦ରେ ପରାସ୍ତ କରିଆସିବାର ବି ଗୌରବ ହାସଲ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.