ବିରାଟ ୱାନଡେ କ୍ରିକେଟରେ ଶତକ ହାସଲ କରିବାରେ ଦ୍ରୁତତମ ଖେଳାଳି, ସୂଚୀରେ ଅଛନ୍ତି ସେହେୱାଗ ଓ ଅଝାର

Published By : Prameya-News7 Bureau | July 04, 2019 IST

ୱାନଡେ କ୍ରିକେଟରେ ଦ୍ରୁତମ ଶତକ ହାସଲ କରୁଥିବା ଭାରତୀୟ ଖେଳାଳିଙ୍କ ସୂଚୀ ଜାରି ହୋଇଛି। ଟିମ୍ ଇଣ୍ଡିଆର ବିଶ୍ୱ କପ୍ କ୍ୟାପ୍ଟେନ ବିରାଟ କୋହଲି ସୂଚୀର ପ୍ରଥମ ସ୍ଥାନରେ ରହିଛନ୍ତି। ୨୦୧୩ ମସିହାରେ ବିରାଟ ଅଷ୍ଟ୍ରେଲିଆ ବିପକ୍ଷରେ ଅନୁଷ୍ଠିତ ମ୍ୟାଚ୍ ରେ ସବୁଠାରୁ ଦ୍ରୁତତମ ଶତକ ହାସଲ କରିଥିଲେ। ସେ ମାତ୍ର ୫୨ ବଲ ଖେଳି ଏହି ଶତକ ହାସଲ କରିଥିବା ବେଳେ ଏପର୍ଯ୍ୟନ୍ତ ବିଶ୍ୱକ କୌଣସି ଖେଳାଳି ତାଙ୍କର ଏହି ରେକର୍ଡକୁ ଭାଙ୍ଗି ପାରି ନାହାନ୍ତି।

{"id":130495}

ସେହିପରି ସୂଚୀରେ ବିରାଟଙ୍କ ପଛକୁ ରହିଛନ୍ତି ବୀରେନ୍ଦ୍ର ସେହେୱାଗ। ଏହି ପୂର୍ବତନ ଖେଳାଳି  ୨୦୦୯ ମସିହାରେ ନ୍ୟଜିଲ୍ୟାଣ୍ଡ ବିପକ୍ଷରେ ଦ୍ରୁତମ ଶତକ ହାସଲ କରିଥିଲେ। ସେ ମାତ୍ର ୬୦ଟି ବଲରୁ ଏହି ଶତକ ହାସଲ କରିଥିବାର ରେକର୍ଡ ଥିଲା। ସେ ୭୪ଟି ବଲରୁ ମୋଟ ୧୨୫ ରନ ହାସଲ କରିଥିଲେ। ତେବେ ୨୦୧୩ ମସିହାରେ ବିରାଟ ତାଙ୍କର ଦ୍ରୁତ ଶତକ  ରେକର୍ଡ ଭାଙ୍ଗି ଦେଇଥିଲେ। ତେବେ ସେହେୱାଗଙ୍କ ପୂର୍ବରୁ ପୂର୍ବତନ କ୍ରିକେଟର ମହମ୍ମଦ ଅଝାରୁଦ୍ଦିନଙ୍କ ନାମରେ ଏହି ରେକର୍ଡ ଥିଲା।

{"id":130496,"width":581,"height":436}

ଅଝାରୁଦ୍ଧିନ ୧୯୮୮ ମସିହାରେ ୬୨ଟି ବଲରୁ ଶତକ ହାସଲ କରିଥିବାର ରେକର୍ଡ ରହିଛି। ଆଝାରଙ୍କ ପଛକୁ ରହିଛନ୍ତି ଯୁବରାଜ ସିଂ। ୨୦୦୮ ମସିହାରେ ଯୁବୀ  ମାତ୍ର ୬୪ଟି ବଲ୍ ଖେଳି ଶତକ ହାସଲ କରିଥିଲେ। ତେବେ ବିରାଟଙ୍କ ପରେ ଏତେ କମ୍ ବଲରେ କୌଣସି ଖେଳାଳି ଶତକ ହାସଲ କରିପାରିନାହାନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.