Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

କୋହଲି ପିଉଥିବା ଗୋଟେ ବୋତଲ ପାଣି ମୂଲ୍ୟରେ କିଣା ଯାଇପାରେ ୮ ଲିଟର ପେଟ୍ରୋଲ, ଜାଣନ୍ତୁ ଧୋନିଙ୍କ ପ୍ୟାକେଜଡ ଡ୍ରିଙ୍କର ମୂଲ୍ୟ କେତେ

23/09/2019 at 5:23 PM

କ୍ରିକେଟ୍ ମ୍ୟାଚ୍ ବେଳେ ବିରାଟ କୋହଲୀ, ମହେନ୍ଦ୍ର ସିଂ ଧୋନି ଓ ଅନ୍ୟ ଖେଳାଳିମାନେ  ପିଉଥିବା ପାଣି ବୋତଲ ଦେଖିଲେ  ଲାଗେ ବଜାରରେ ବିକ୍ରି ହେଉଥିବା ସାଧାରଣ ପାଣିବୋତଲ ଭଳି। ହେଲେ ଆମମାନଙ୍କର  ଧାରଣା ଭୁଲ। ଖେଳାଳିମାନଙ୍କୁ ଷ୍ଟାଡିୟମରେ ପିଇବାକୁ ଦିଆଯାଉଥିବା ପାଣି ବୋତଲ ସାଧାରଣ ନୁହେଁ । ଟିମ୍ ଇଣ୍ଡିଆର କ୍ୟାପ୍ଟେନ ଖେଳିବା ବେଳେ ଯେଉଁ ପାଣି ବୋତଲ ବ୍ୟବହାର କରନ୍ତି ତା ମୂଲ୍ୟରେ ୮ ଲିଟର ପେଟ୍ରାଲ କିଣାଯାଇପାରିବ।

ବିରାଟ ବ୍ୟବହାର କରୁଥିବା ପାଣି କୌଣସି  ଭାରତୀୟ କମ୍ପାନୀ ନୁହେଁ ଫ୍ରାନ୍ସ କମ୍ପାନୀ ପ୍ରସ୍ତୁତ କରୁଛନ୍ତି। ଖାସ ତାଙ୍କରି ଲାଗି ଫ୍ରାନସରୁ ଏହି ପାଣି ମଗା ଯାଇଥାଏ। ଏହି ବୋତଲରେ ଏକ ବିଶେଷ ପ୍ରକାରର ପାଣି ରହିଛି । ଏଭଳି ପ୍ୟାକେଜଡ ଡ୍ରିଙ୍କ ପ୍ରସ୍ତୁତ କରୁଥିବା କମ୍ପାନୀର ନାମ ‘ଇଭିଆନ’ ଓ ଏହାର ମୂଲ୍ୟ ଭାରତୀୟ ମୁଦ୍ରାରେ ପ୍ରାୟ ୬ଶହ ଟଙ୍କା। ଏହି ପାଣି ପିଇଲେ ଖେଳାଳି ସତେଜ ଅନୁଭବ କରିବା ସହିତ ଶକ୍ତି ମଧ୍ୟ ପାଇଥାନ୍ତି।

ଯଦି ବିରାଟ କୋହଲୀ ପିଉଥିବା ପାଣି ବୋତଲର ମୂଲ୍ୟ ଏତେ ତେବେ କ୍ୟାପ୍ଟେନ କୁଲ ମହେନ୍ଦ୍ର ସିଂ ଧୋନି ପିଉଥିବା ପାଣିର ମୂଲ୍ୟ କେତେ ହୋଇଥିବ ବୋଲି ହୁଏତ ଆପଣ ଭାବୁଥାଇ ପାରନ୍ତି। ତେବେ ଧୋନି ଭାରତୀୟ ବଜାରରେ  ବିକ୍ରି ହେଉଥିବା ‘ବେଲି’ ପ୍ୟାକେଜଡ୍ ଡ୍ରିଙ୍କ ବ୍ୟବହାର କରନ୍ତି। ୧ ଲିଟର ବେଲି ପାଣି ବୋତଲର ମୂଲ୍ୟ ପ୍ରାୟ ୨୦ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ। ଏହି ପାଣିରେ ଖେଳିବା ବେଳେ ଧୋନୀ ତାଙ୍କର ଶୋଷ ମେଣ୍ଟାନ୍ତି।

   Related Posts