ବିଜି ସିଡ୍ୟୁଲକୁ ନେଇ ବିରାଟ ଅସନ୍ତୁଷ୍ଟ, ଜାଣନ୍ତୁ କହିଛନ୍ତି କ'ଣ?

Published By : Prameya-News7 Bureau | January 23, 2020 IST

ଅକଲ୍ୟାଣ୍ଡ:  ରବିବାର ବେଙ୍ଗାଲୁରୁରେ ଅଷ୍ଟ୍ରେଲିଆ ସହ ତୃତୀୟ ତଥା ଚୂଡାନ୍ତ ଏକଦିବସୀୟର ମାତ୍ର କିଛି ଘଣ୍ଟା ପରେ ଟିମ୍ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ବାହାରି ଯାଇଛି। ଏଠାରେ ଟିମ୍ ଇଣ୍ଡିଆ ୫ଟି ଟି-୨୦ ଖେଳିବାକୁ ଥିବା ବେଳେ ଶୁକ୍ରବାରଠାରୁ ମ୍ୟାଚ୍‌ ଆରମ୍ଭ ହେବ। ଏଥିଲାଗି ଗୁରୁବାର ଅକଲ୍ୟାଣ୍ଡରେ ଟିମ୍ ଇଣ୍ଡିଆ ପ୍ରକ୍ଟିସ କରିଥିବା ବେଳେ  ବିସିସିଆଇଙ୍କ ମ୍ୟାଚ୍ ସିଡ୍ୟୁଲିଂକୁ ନେଇ ଟିମ୍ ଇଣ୍ଡିଆ କ୍ୟାପ୍ଟେନ ବିରାଟ କୋହଲୀ ଅସନ୍ତୋଷ ପ୍ରକାଶ କରିଛନ୍ତି।

{"id":215042,"sizeSlug":"large"}

ବିରାଟ କହିଛନ୍ତି ଯେ ଏବେ ସେପରି ସମୟ ଆସିଯାଇଛି ଯେଉଁଠି ଆମକୁ ସିଧା ଷ୍ଟାଡିୟମରେ ପହଞ୍ଚି ଖେଳିବାକୁ ପଡିବ। ଘରୋଇ ପିଚ୍‌ରେ ଅଷ୍ଟ୍ରେଲିଆ ସହ ଟିମ୍ ଇଣ୍ଡିଆ ୩ଟି  ଅନ୍ତର୍ଜାତୀୟ ଏକଦିବସୀୟ ଖେଳିଥିଲା। ତେବେ ଏବେ ପଛକୁ ପଛ ନ୍ୟୁଜିଲ୍ୟାଣ୍ଡ ଟୁରରେ ବାହାରିଛି। ହେଲେ ଭାରତ ଓ ନ୍ୟୁଜିଲ୍ୟାଣ୍ଡର ଭୋଗଳିକସ୍ଥିତି ଯୋଗୁ  ଖେଳାଳିଙ୍କୁ ଆଡଜଷ୍ଟ କରିବା ହୁଏତ କଷ୍ଟକର ହୋଇପାରେ ବୋ ବିରାଟ ଆଶଙ୍କା ପ୍ରକାଶ କରିଛନ୍ତି। କାରଣ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ସମୟରେ ପ୍ରାୟ ୭ ଘଣ୍ଟାର ଅନ୍ତର ରହୁଛି। 

{"id":215043,"sizeSlug":"large"}

ତେବେ କୋହଲୀ ଏ ନେଇ ଗଣମାଧ୍ୟମକୁ ଯିବା ପୂର୍ବରୁ ବି କହିପାରିଥାନ୍ତେ ବୋଲି ବିସିସିଆଇ ଏଠାରେ କହିଛନ୍ତି। ଆବଶ୍ୟକ ପଡିଥିଲେ ଏଥିରେ ପରିବର୍ତ୍ତନ ବି କରାଯାଇପାରିଥାନ୍ତା। ତେବେ ଟିମ୍ ଇଣ୍ଡିଆ ଲାଗି ଏହା ଏକ ଟାଇଟ୍ ସିଡ୍ୟୁଲ ବୋଲି ବିସିସିଆଇ କହିଛନ୍ତି। ହେଲେଏହି ସିଡ୍ୟୁଲ ସିଓଏଙ୍କ ସମୟରେ ଓ ତାଙ୍କ ଦେଖରେଖରେ ପ୍ରସ୍ତୁତ ହୋଇଥିଲା ବୋଲି ବିସିସିଆଇଙ୍କ ଅଧିକାରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.