Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ବିଶ୍ବକପ୍‌ ପରେ ଆଜି ଇଂଲଣ୍ଡରୁ ମୁମ୍ବାଇ ଫେରିଲେ ବିରାଟ ଓ ଅନୁଷ୍କା, ବିମାନ ବନ୍ଦରରେ ଲାଗୁଥିଲେ ଏମିତି…

18/07/2019 at 8:08 PM

ମୁମ୍ବାଇ୧୮|୭: ବିଶ୍ବକପ ସେମିଫାଇନାଲରେ ହାରିବାପରେ ମଧ୍ୟ ବିରାଟ କୋହଲି ପତ୍ନୀ ଅନୁଷ୍କାଙ୍କ ସହ ଆଜି ପର୍ଯ୍ୟନ୍ତ ଲଣ୍ଡନରେ ଥିଲେ । ଆଜି ପତ୍ନୀଙ୍କ ସହ ସେ ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି ।ଗୁରୁବାର ମଦ୍ୟାହ୍ନରେ ସେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସୂଚନାଯୋଗ୍ୟ ଯେ, ୨୦୧୯ ବିଶ୍ବକପ ଭାରତୀୟ କ୍ରିକେଟ ଦଳର ଅଧିନାୟକଙ୍କ ପାଇଁ ସୁଖଦ କି ଶୁଭଙ୍କର ନଥିଲା ।

 ନ୍ୟୁଜଲାଣ୍ଡଠାରୁ ହାରିବାପରେ ଭାରତର ବିଶ୍ବକପ ଯାତ୍ରା ସରିଯାଇଥିଲା । ତଥାପି ଭାରତ ନଫେରି ପତ୍ନୀଙ୍କ ସହ ଇଂଲଣ୍ଡରେ କିଛି ସମୟ କଟାଇଛନ୍ତି କୋହଲି । ବିଶ୍ବକପର ବିଭିନ୍ନ ମ୍ୟାଚରେ ଭାରତ ଖେଳୁଥିବାବେଳେ ଅନୁଷ୍କା ଭାରତୀୟ ଟିମ ଓ ସ୍ବାମୀଙ୍କ ସାହସ ବୃଦ୍ଧି କରୁଥିବା ଦେଖିବାକୁ ମିଳିଥିଲା ।

ଏହି ସେଲିବ୍ରିଟି ଯୋଡି ଆଜି ମୁମ୍ବାଇ ବିମାନବନ୍ଦରରୁ ବାହାରିବା ବେଳେ ଏକଦମ କୁଲ୍‌ ଲାଗୁଥିଲେ । ଦୁହିଁଙ୍କ ପୋଷାକ ପରିଧାନ ଅତ୍ୟନ୍ତ ଷ୍ଟାଇଲିସ ଲାଗୁଥିଲା । ବିରାଟ ଏକ କଳା ଟିସାର୍ଟ ସାଙ୍ଗକୁ ଗ୍ରେ କଲରର ଚ୍ରେକ ପ୍ୟାଣ୍ଟ ଓ ସଫେଦ ସ୍ନିକର୍ସ ପିନ୍ଦିଥିବାବେଳେ ଅନୁଷ୍କା କଳାରଙ୍ଗର ପିନ ଷ୍ଟ୍ରାଇପ ଡ୍ରେସ ସାଙ୍ଗକୁ ସଫେଦ ରଙ୍ଗର ସ୍ନିକର୍ସ ପିନ୍ଧିଥିଲେ ।

ବିରାଟ ଓ ଅନୁଷ୍କା ସନ ଗ୍ଲାସ ମଧ୍ୟ ଲଗାଇଥିଲେ । ନିଜ ନିଜ ଲଗେଜ ସାଂଗରେ ନେଇ ଆସିବା ସହ ଗାଡିରେ ବସି ଚାଲିଯାଇଥିଲେ । ସୂଚନାଯୋଗ୍ୟ ଯେ, ଇଂଲଣ୍ଡରେ ଛୁଟି କଟାଇବା ବେଳେ ବିରାଟ ଓ ଅନୁଷ୍କା ବହୁ ଫ୍ୟାନଙ୍କ ସହ ଫୋଟୋ ଉଠାଇଛନ୍ତି । ଫ୍ୟାନ୍‌ମାନେ ଏହି ଫଟୋକୁ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଛନ୍ତି ।

ବିରାଟ ବିଶ୍ବକପ୍‌ ଖେଳିବାକୁ ଇଂଲଣ୍ଡ ଯିବାର କିଛିଦିନ ପରେ ଅନୁଷ୍କା ମଧ୍ୟ ଇଂଲଣ୍ଡ ପହଞ୍ଚିଥିଲେ । ସ୍ବାମୀ ବିରଟଙ୍କୁ ଇଂଲଣ୍ଡରେ ଭେଟିବା ପୂର୍ବରୁ ଅନୁଷ୍କା ସେଠାରେ ଏକ ବିଜ୍ଞାପନ ଫିଲ୍ମର ସୁଟିଂ କାମ ସାରିବା ସହ ପୋଟେରୀ କଳା ଶିକ୍ଷା କରିଥିଲେ । ସୂଚନାଯୋଗ୍ୟ ଯେ, ଅନୁଷ୍କାଙ୍କ ଶେଷ ଫିଲ୍ମ ଜିରୋ ଥିଲା । ଏହି ଫିଲ୍ମରେ ଶାହାରୁକ ଓ କ୍ୟାଟ୍ରିନା ମଧ୍ୟ ଅଭିନୟ କରିଥିଲେ । ଦୁର୍ବାଗ୍ୟବଶତଃ ଜିରୋ ବକ୍ସ ଅଫିସରେ ପ୍ଲପ ହୋଇଥିଲା ।

   Related Posts