Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ବିରାଟଙ୍କ ଫର୍ମ ଭାରତ ପାଇଁ ଚିନ୍ତା ! ନ୍ୟୁଜିଲାଣ୍ଡ ସିରିଜ୍‌ର ୯ଇନିଂସରେ ମାତ୍ର ଗୋଟିଏ ଅର୍ଦ୍ଧଶତକ

24/02/2020 at 3:28 PM

ୱେଲିଂଟନ୍‌ ୨୪।୦୨: ନ୍ୟୁଜିଲାଣ୍ଡ-ଭାରତ ମଧ୍ୟରେ ୨ଟିକିଆ ସିରିଜ ଆରମ୍ଭ ହୋଇଛି । ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତ ଶୋଚନୀୟ ଭାବେ ପରାଜୟ ହୋଇଛି । ନ୍ୟୁଜିଲାଣ୍ଡ ଠାରୁ ଭାରତ ୧୦ଓ୍ବିକେଟ୍‌ରେ ପରାସ୍ତ ହୋଇ ସିରିଜରେ ୧-୦ରେ ପଛୁଆ ରହିଛି । ତେବେ ପ୍ରଥମ ମ୍ୟାଚ୍‌ରେ ପ୍ରମୁଖତ ବ୍ୟାଟସମ୍ୟାନ୍ ମାନଙ୍କ ପାଇଁ ପରାଜୟ ହୋଇ ବୋଲି ଚର୍ଚ୍ଚ ହୋଇଛି । ଦଳରୁ ଦୁଇ ଓପନ ଆହତ ଜନିତ ସମସ୍ୟା ରୋହିତ ଶର୍ମା ଓ ଶିଖର ଧାଓ୍ବନ୍‌ ବାଦ୍ ପଡିଥିଲେ । ଦୁଇ ଜଣ ଅଭିଜ୍ଞଙ୍କ ସ୍ଥାନରେ ଦଳ ନୂତନ ଓପନରଙ୍କୁ ସୁଯୋଗ ଦେଇଥିଲେ । କିନ୍ତୁ ସେମାନେ ଫେଲ୍‌ ମାରିଥିଲେ । କେବଳ ଓପନର ନୁହେଁ ଅଧିନାୟକ ତଥା ରନ୍‌ ମେସିନ ଭାବେ କୁହାଯାଉଥିବା ବିରାଟ କୋହଲି ମଧ୍ୟ ପ୍ରଥମ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିନାହାନ୍ତି । ଗତ କିଛି ଦିନ ହେଲା ନିଜ କ୍ୟାରିୟର ସବୁଠାରୁ ଖରାପ ଫର୍ମରେ ଦେଇ ଗତି କରୁଛନ୍ତି ବିରାଟ । ନ୍ୟୁଜିଲାଣ୍ଡ ଗସ୍ତ ରନ୍‌ ମେସିନ୍‌ ଯେପରି ଚୁପ୍‌ ହୋଇଯାଇଥିବାର ନଜର ଆସୁଛି ।

ନ୍ୟୁଜିଲାଣ୍ଡ ଗସ୍ତରେ କୋହଲିଙ୍କ ପ୍ରଦର୍ଶନ ପ୍ରଭାବିତ ହୋଇଥିବାର ଦେଖିବାକୁ ମିଳିଛି । ନ୍ୟୁଜିଲାଣ୍ଡ ଦ୍ରୁତ ବୋଲର ମାନେ ଯେପରି କୋହଲିଙ୍କୁ ବାନ୍ଧି ରଖିଛନ୍ତି। ରନ୍‌ କରିବାକୁ ସୁଯୋଗ ଦେଉନାହାନ୍ତି ।  ନ୍ୟୁଜିଲାଣ୍ଡ ଗସ୍ତରେ ଭାରତ ଟ୍ବେଣ୍ଟି-୨୦ ଓ ଦିନିକିଆ ଶୃଙ୍ଖଳା ପରେ ଏବେ ଟେଷ୍ଟ୍‌ ସିରିଜ ଖେଳୁଛି ଭାରତ । କିନ୍ତୁ ଟେଷ୍ଟ ସିରିଜରେ ବି କୋହଲି ରନ୍‌ କରିବାରେ ସମସ୍ତଙ୍କ ପଛରେ ପଡିୟାଇଛନ୍ତି । ଟି-ଟ୍ବେଣ୍ଟି ସିରିଜକୁ ଭାରତ ୫-୦ରେ ବିଜୟୀ ହୋଇଥିଲେ ମଧ୍ୟ ଅଧିନାୟକ ଭାବେ କୋହଲିଙ୍କ ରନ୍‌ ୧୦୫ରନ୍‌ କରିଥିଲେ । ସିରିଜର ୪ଟି ମ୍ୟାଚ୍‌ ଖେଳ କୋହଲି ୪୫,୧୧,୩୮, ୧୧ ରନ୍‌ କରିଥିଲେ । ସେହିପରି ଦିନିକିଆ ସିରିଜ୍‌ରେ ଭାରତ ପରାସ୍ତ ହୋଇଥିଲା ।

ସିରିଜ୍‌ରେ କୋହଲି ସର୍ବମୋଟ ୭୫ରନ୍‌ କରିଥିଲେ । ତିନୋଟି ମ୍ୟାଚ୍‌ରେ ୫୧, ୧୫, ୯ରନ୍‌ କରିପାରିଥିଲେ । ସେହିପରି ଟେଷ୍ଟ ସିରିଜ ଆରମ୍ଭ ହୋଇଥିଲେ ମଧ୍ୟ ପ୍ରଥମ ମ୍ୟାଚ୍‌ରେ ଭାରତ ପରାସ୍ତ ହୋଇଛି । ପ୍ରଥମ ଟେଷ୍ଟ ମ୍ୟାଚ୍‌ର ଦୁଇଟି ଇନିଂସରେ ୨ ଓ ୧୯ ରନ୍‌ କରିଥିଲେ । ଏହିପରି ଭାବେ ବର୍ତ୍ତମାନ ପର୍ଯ୍ୟନ୍ତ ଖେଳାଯାଇଥିବା ସମସ୍ତ ଫର୍ମାଟରେ ୯ଟି ମ୍ୟାଚ୍‌ରେ ଗୋଟିଏ ଅର୍ଦ୍ଧଶତକ ସହ ୨୦୧ ରନ ସଂଗ୍ରହ କରିଛନ୍ତି । କୋହଲିଙ୍କ ଏଭଳି ଖରାପ ଫର୍ମ ଇଂଲଣ୍ଡ ଗସ୍ତ ସମୟରେ ଦେଖାଦେଇଥିଲା ।

   Related Posts