ରାହାଣେ କାହିଁକି କହିଲେ ବିରାଟ ଏବଂ ମୋ ଭିତରେ କିଛି ବଦଳିନି ? ଦୁଇଜଣଙ୍କ ମଧ୍ୟରେ ଥିବା ସଂପର୍କକୁ ନେଇ କଲେ ଖୁଲାସା...

Published By : Prameya-News7 Bureau | January 27, 2021 IST

ନୂଆଦିଲ୍ଲୀ, ୨୭/୧: ଅଷ୍ଟ୍ରେଲିଆରେ ଭାରତୀୟ ଟିମ୍ ଐତିହାସିକ ଟେଷ୍ଟ ସିରିଜ୍ ଜିତିବାପରେ ଅଧିନାୟକ ଭାର ସମ୍ଭାଳିଥିବା ଆଜିଙ୍କ୍ୟ ରହାଣେଙ୍କୁ ବିଭିନ୍ନ ଆଡ଼ୁ ଶୁଭେଛାର ସୁଅ ଛୁଟିଥିଲା । ତାଙ୍କ କ୍ୟାପ୍ଟେନ୍ ସିପ୍ କୁ ସମସ୍ତେ ପ୍ରଶଂସା କରିଥିଲେ । ତେବେ ଆଗକୁ ୫ ଫେବୃଆରୀରେ ଇଲଂଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ଆରମ୍ଭ ହେବାକୁ ଯାଉଛି ।

ଏହି ସିରିଜ୍‌ରେ ପୁଣି ଥରେ ଉପ-ଅଧିନାୟକ ଭାର ସମ୍ଭାଳିବାକୁ ଯାଉଛନ୍ତି ଆଜିଙ୍କ୍ୟ ରାହାଣେ । ଅଷ୍ଟ୍ରେଲିଆରେ କ୍ୟାପ୍ଟେନସିପରେ ସମ୍ଭାଳିବା ପରେ ପୁଣି ଉପ-ଅଧିନାୟକ ହେବା ନେଇ ପଚରା ଯାଇଥିବା ପ୍ରଶ୍ନରେ ସେ କହିଛନ୍ତି ଯେ, “ବିରାଟ ଟେଷ୍ଟ ଟିମ୍‌ରେ କ୍ୟାପ୍ଟେନ୍ ଥିଲେ ଆଉ ଆଗକୁ ରହିବେ । ମୁଁ ଉପ-ଅଧିନାୟକ ଥିଲି । ବିରାଟଙ୍କ ଅନୁପସ୍ଥିତିରେ ମତେ ଦାୟିତ୍ୱ ଦିଆଯାଇଥିଲା । ଆଉ ମୋ କାମ ଥିଲା ଯେ ଭାରତକୁ ଶ୍ରେଷ୍ଠ ପ୍ରଦର୍ଶନ କରାଇ ସିରିଜ୍ ବିଜୟ କରିବା “।

ଏହାଛଡ଼ା ଆଜିଙ୍କ୍ୟ କହିଛନ୍ତି ଯେ, କେବଳ ଅଧିନାୟକ ହୋଇଯିବା ମହତ୍ୱପୂର୍ଣ୍ଣ ନୁହେଁ । ଅଧିନାୟକ ଭୂମିକା କେମିତି ସମ୍ଭାଳି ପାରୁଛ ତାହା ହିଁ ମହତ୍ୱପୂର୍ଣ୍ଣ । ବର୍ତ୍ତମାନ ପର୍ଯ୍ୟନ୍ତ ସେ ସଫଳ ହୋଇଛନ୍ତି ଏବଂ ଆଗକୁ ମଧ୍ୟ ଭାରତକୁ ବାଜୟୀ ମୁକୁଟ ପିନ୍ଧାଇବେ ବୋଲି ସେ ଆଶା କରିଛନ୍ତି । ରାହାଣେଙ୍କ ଅଧିନାୟକତ୍ୱରେ ଭାରତ ପାଞ୍ଚଟିରୁ ଚାରୋଟି ଟେଷ୍ଟ ମ୍ୟାଚ୍‌ରେ ବିଜୟୀ ହୋଇଛି ।

କୋହଲିଙ୍କୁ ନେଇ ଆଜିଙ୍କ୍ୟ ନିଜର ମତ ପ୍ରକାଶ କରିଛନ୍ତି । କୋହଲି ଏବଂ ତାଙ୍କ ଭିତରେ ସବୁବେଳେ ତାଳମେଳ ଉତ୍ତମ ରହିଆସିଛି । ବେଳେବେଳେ ସେ ତାଙ୍କ ବ୍ୟାଟିଂର ପ୍ରଶଂସା ମଧ୍ୟ କରିଛନ୍ତି । କୋହଲି ଭାରତ ପାଇଁ ଅନେକ ଭଲ ପାଳି ମଧ୍ୟ ଖେଳିଛନ୍ତି । କୋହଲି ଚତୁର୍ଥ ସ୍ଥାନରେ ଏବଂ ସେ ପଞ୍ଚମ ସ୍ଥାନରେ ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଲାଉଥିବାରୁ ଦୁଇ ଜଣଙ୍କ ମଧ୍ୟରେ ବୁଝାମଣା ଠିକ୍ ରହିଛି ବୋଲି ରାହାଣେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.