ଏକ ଦିବସୀୟ ଅଧିନାୟକ ପଦ ହରାଇପାରନ୍ତି କୋହଲି, ଏହି ଖେଳାଳିଙ୍କ ଉପରେ ବିସିସିଆଇ କରୁଛି ଫୋକସ୍

Published By : Prameya-News7 Bureau | July 15, 2019 IST

ନୂଆଦିଲ୍ଲୀ୧୫|୭:  ଚଳିତ ବିଶ୍ବକପରେ ନ୍ୟୁଜିଲାଣ୍ଡ ଠାରୁ ଭାରତ ସେମିଫାଇନାଲ ମ୍ୟାଚ ହାରିବା ପରେ ବିସିସିଆଇ ଗୋଟେ ବଡ଼ ନିଷ୍ପତ୍ତି ନେବାକୁ ଯାଉଛି। ବିସିସିଆଇର ଏହି ନିଷ୍ପତ୍ତିରେ ଅଧିନାୟକ ବିରାଟ କୋହଲିଙ୍କ ଦାୟିତ୍ବ ଭାର ମଧ୍ୟ ରହିଛି। ଖବରନୁଯାୟୀ  ଦିନିକିଆ ଏବଂ ଟି-୨୦ ମ୍ୟାଚରେ ବିରାଟଙ୍କ ଅଧିନାୟକ ପଦ ଯାଇପାରେ। କିନ୍ତୁ ଟେଷ୍ଟ ମ୍ୟାଚରେ ବିରାଟଙ୍କ ଅଧିନାୟକ ରୂପେ ଦାୟିତ୍ବ ଭାର ବହନ କରିବେ। ବିରାଟଙ୍କ ଅଧିନାୟକ ପଦ ଗଲା ପରେ ଦିନିକିଆ ଓ ଟି-୨୦ ମ୍ୟାଚରେ ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ବ ଭାର ବିସିସିଆଇ ଦେଇ ପାରେ ବୋଲି ଚର୍ଚ୍ଚା ହେଉଛି।

 ଯେତେବେଳେ ଟେଷ୍ଟ ମ୍ୟାଚରେ ଅନିଲ କୁମ୍ବଲେ ଅଧିନାୟକ ଭାବେ ଦାୟିତ୍ବ ନିର୍ବାହ କରୁଥିଲେ ଏହି ସମୟରେ ଧୋନି ହ୍ବାଇଟ କ୍ରିକେଟ ବା ଏକଦିବସୀୟ ଅଧିନାୟ ଥିଲେ।  ଟିମ ଇଣ୍ଡିଆ ଚଳିତ ବିଶ୍ବକପରେ ସେମିଫାଇନାଲ ମ୍ୟାଚ ହାରିବା ପରେ ବିସିସିଆଇ ବିରାଟଙ୍କୁ କେବଳ ଟେଷ୍ଟ ମ୍ୟାଚରେ ଅଧିନାୟକ ଦାୟିତ୍ବ ଭାର ଦେଇ ପାରନ୍ତି ବୋଲି କ୍ରିକେଟ ଜଗତରେ ଚର୍ଚ୍ଚା ଜୋର ଧରିଛି। ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ବକପ ମ୍ୟାଚ ଖେଳାଯିବା ସହ ୨୦୨୩ରେ ଭାରତରେ ବିଶ୍ବକପ ମଧ୍ୟ ଖେଳାଯିବ। ବିସିସିଆଇ ତମାମ ଦିଗକୁ ଆଖି ଆଗରେ ରଖି ଏହିଭଳି ନିଷ୍ପିତ୍ତି ନେଇ ପାରନ୍ତି। ବର୍ତ୍ତମାନ ଠାରୁ ଟିମ ଇଣ୍ଡିଆକୁ ପ୍ରସ୍ତୁତ ହେବାକୁ ପଡ଼ିବ ବୋଲି ବିସିସିଆଇର ଜଣେ ଅଧିକାରୀ ମତ ଦେଇଇନ୍ତି।

ଏହା ସହ ଆହୁରି ମଧ୍ୟ କହିଛନ୍ତି ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ବ ଦେବାର ସମୟ ଆସିଛି। ଆଗାମୀ ବିଶ୍ବକପ ପାଇଁ ଇଣ୍ଡିଆ ଟିମକୁ ଶକ୍ତିଶାଳୀ କରିବାକୁ ହେଲେ ରୋହିତ ଶର୍ମାଭଳି ଜଣେ ସୁଦକ୍ଷ ଖେଳାଳୀଙ୍କୁ ଏହି ଦାୟି୍ତ୍ବ ଦେବାକୁ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.