Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ପାକିସ୍ତାନ ବିରୋଧରେ ଇତିହାସ କାଏମ ରଖିବାକୁ ଓହ୍ଲାଇବ ବିରାଟ ବିଗ୍ରେଡ୍, ଏହି ମସିହାରୁ ଆରମ୍ଭ ହୋଇଥିଲା ବିଜୟ ଅଭିଯାନ

24/10/2021 at 6:42 PM

ଦୁବାଇ ୨୪।୧୦: ଟି-୨୦ ବିଶ୍ଵ କପ୍‌ରେ ସବୁଠୁ ବଡ ମୁକାବିଲାର ସମୟ ଆସି ଯାଇଛି। ଦୁଇ ଦଳ ପ୍ରସ୍ତୁତ ଏବଂ ଷ୍ଟାଡିୟମକୁ ଦର୍ଶକଙ୍କ ଆଗମନ ହେବାରେ ଲାଗିଛି। ରବିବାର ସନ୍ଧ୍ୟା ୭ଟା ୩୦ରେ ମୁହାମୁହିଁ ହେବେ ଭାରତ-ପାକିସ୍ତାନ। ଦୁଇ ଦଳର ବିଶ୍ଵ କପରେ ଏହା ପ୍ରଥମ ମ୍ୟାଚ୍। ତେଣୁ ଉଭୟ ଦଳ ବିଜୟରୁ ନିଜର ଅଭିଯାନ ଆରମ୍ଭ କରିବାକୁ ଚାହିଁବେ।

ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ମାର୍ଗଦର୍ଶନ ଏବଂ ବିରାଟ କୋହଲିଙ୍କ ନେତୃତ୍ଵରେ ଭାରତ ପାକିସ୍ତାନ ବିପକ୍ଷରେ ନିଜର ବିଜୟ ବ୍ୟବଧାନକୁ ୧୩-୦ କରିବା  ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ। ଦୁଇ ଦଳ ବିଶ୍ଵ କପରେ ଏ ପର୍ଯ୍ୟନ୍ତ ୧୨ ଥର ମୁହାଁମୁହିଁ ହୋଇଛନ୍ତି। ହେଲେ ପ୍ରତିଥର ଭାରତ ପାକିସ୍ତାନକୁ ମାତ୍ ଦେଇଛି। ଭାରତର ପାକ୍ ବିରୋଧୀ ବିଜୟ ଅଭିଯାନ ୧୯୯୨ ବିଶ୍ଵ କପରୁ ଆରମ୍ଭ ହୋଇଥିଲା, ଯାହା ଆଜି ପର୍ଯ୍ୟନ୍ତ ଜାରି ରହିଛି। ବିରାଟ କୋହଲି ଏହି ମ୍ୟାଚ୍‌ର ମହତ୍ଵକୁ ବେଶ୍ ଭଲ ଭାବେ ଜାଣିଛନ୍ତି ଏବଂ ପୂରା ଶକ୍ତି ସହିତ ମଇଦାନକୁ ଓହ୍ଲାଇବ। ଦଳର ଶୀର୍ଷ ଏବଂ ମଧ୍ୟମ କ୍ରମ ପ୍ରାୟତଃ ସ୍ଥିର ହୋଇ ସାରିଛି ଏବଂ ଏଥିରେ ବିଶେଷ ପରିବର୍ତ୍ତନ ହେବାର ନାହିଁ। ଏ ପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ଟି-୨୦ ବିଶ୍ଵ କପ୍‌ରେ ୫ ମ୍ୟାଚ୍ ଖେଳାଯାଇଛି ଏବଂ ସବୁ ମ୍ୟାଚ୍ ଭାରତ ଜିତିଛି।

ମ୍ୟାଚ୍ ନମ୍ବର- ୧୬

ସ୍ଥାନ- ଦୁବାଇ କ୍ରିକେଟ୍ ଷ୍ଟାଡିୟମ, ଦୁବାଇ

ଟି-୨୦ ବିଶ୍ଵ କପ୍‌ରେ ଭାରତ-ପାକିସ୍ତାନ ମୁକାବିଲା

୨୦୦୭- ଭାରତ ପାକିସ୍ତାନକୁ ହରାଇଲା(ବଲ୍ ଆଉଟ୍)

୨୦୦୭- ଭାରତ ପାକିସ୍ତାନକୁ ୫ ରନରେ ହରାଇଲା(ଫାଇନାଲ୍)

୨୦୧୨- ଭାରତ ପାକିସ୍ତାନକୁ ୮ ଓ୍ଵିକେଟ୍‌ରେ ହରାଇଲା(କଲୋମ୍ବୋ)

୨୦୧୪- ଭାରତ ପାକିସ୍ତାନକୁ ୭ ଓ୍ଵିକେଟ୍‌ରେ ହରାଇଲା(ଢାକା)

୨୦୧୬- ଭାରତ ପାକିସ୍ତାନକୁ ୬ ଓ୍ଵିକେଟ୍‌ରେ ମାତ୍ ଦେଲା(କୋଲକାତା)

 ଭାରତର ସମ୍ଭାବ୍ୟ ଏକାଦଶ

ରୋହିତ ଶର୍ମା, ଲୋକେଶ ରାହୁଲ, ବିରାଟ କୋହଲି(ଅଧିନାୟକ), ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ,  ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଳ ଠାକୁର, ରବିଚନ୍ଦ୍ରନ ଅଶ୍ଵିନ, ମହମ୍ମଦ ଶାମି ଓ ଯଶପ୍ରୀତ ବୁମରା।

ପାକିସ୍ତାନ କରି ସାରିଛି ୧୨ ଜଣିଆ ଦଳ ଘୋଷଣା

ବାବର ଆଜମ(ଅଧିନାୟକ), ମହମ୍ମଦ ରିଜଓ୍ଵାନ, ଫକର ଜମାନ, ମହମ୍ମଦ ହାଫିଜ, ସୋଏବ ମଲିକ, ଆସିଫ ଅଲ୍ଲୀ, ଇମାଦ ଓ୍ଵାସିମ, ଶାଦାବ ଖାନ, ଶାହିନ ଆଫ୍ରିଦି, ହସନ ଅଲ୍ଲୀ, ହାଇଦର ଅଲ୍ଲୀ।

   Related Posts